Posted inଖେଳ

ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦: ଶୁଭ୍ରାଂଶୁଙ୍କ ଅର୍ଦ୍ଧଶତକ, ଓଡ଼ିଶାର ପ୍ରଥମ ବିଜୟ

କୋଲକାତା, ୧୯ା୧: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଏଲିଟ୍‌ ଗ୍ରୁପ୍‌ ବି’ର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ ଓଡ଼ିଶା ୪ ଉଇକେଟରେ ଆସାମକୁ ହରାଇ ଦେଇଛି। କ୍ରମାଗତ ୪ଟି ମ୍ୟାଚରେ ପରାଜୟ ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ସ୍ଥାନୀୟ ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଆସାମ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୪୮ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରିୟାନ୍‌ ପରାଗ ସର୍ବାଧିକ ୪୨ ରନ (୨୬ ବଲ୍‌, ୩ ଚୌକା ଓ ୨ ଛକା) କରିଥିଲେ। ସେ ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ସୁକେଶ ହୀରାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜାକୁଦ୍ଦିନ ୩୨, ସାହିଲ ଜୈନ ୨୪ ଓ ପଲ୍ଲଭ କୁମାର ଦାସ ୨୧ ରନ କରିଥିଲେ। ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୨୮ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିବାବେଳେ ପପୁ ରୟ ଓ ସର୍ବେଶ୍ୱର ମହାନ୍ତି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପଦାର୍ପଣକାରୀ ବୋଲର ଆଶିଷ ରାୟଙ୍କୁ ଉଇକେଟ ସଫଳତା ମିଳି ନ ଥିଲା।
୧୪୯ ରନର ବିଜୟ ଲକ୍ଷ୍ୟକୁ ନେଇ ବ୍ୟାଟିଂ କରିଥିବା ଓଡ଼ିଶାର ଆରମ୍ଭ ଭଲ ନ ଥିଲା। ପ୍ରଥମ ଓଭରରେ ଦଳ ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ସୁକେଶ ହୀରାଙ୍କ ଉଇକେଟ ହରାଇଥିଲା। ସେ କୌଣସି ରନ ନ କରି ପ୍ରୀତମ ଦାସଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। କିନ୍ତୁ ପରେ ଓପନର ଗୌରଭ ଚୌଧୁରୀଙ୍କ ସହ ବ୍ୟାଟିଂରେ ଯୋଗ ଦେଇଥିବା ଶୁଭ୍ରାଂଶୁ ସେନାପତି କ୍ରିଜ୍‌ରେ ଅଧିକ ସମୟ ମହଜୁଦ ରହି ଦଳର ସ୍କୋରକୁ ଆଗେଇ ନେଇଥିଲେ। ସେ ଓଡ଼ିଶା ପକ୍ଷରୁ ସର୍ବାଧିକ ୬୪ ରନ ସଂଗ୍ରହ କରିଥିଲେ। ସେ ୪୮ ବଲ୍‌ ସାମ୍ନା କରି ୪ ଚୌକା ଓ ୩ ଛକା ଲଗାଇଥିଲେ। ଦଳର ସ୍କୋର ୧୨୧ ଥିବାବେଳେ ସେ ୬ଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ପ୍ରତୀକ ଦାସ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଯଥାକ୍ରମେ ୨୦ ଓ ୧୩ ରନ କରି ଅପରାଜିତ ରହିଥିଲେ। ୭ମ ଉଇକେଟ ଭାଗୀଦାରିରେ ଏହି ଦୁଇ ଖେଳାଳି ଅପରାଜିତ ୨୭ ରନ ଯୋଗ କରିଥିଲେ। ଦଳ ୧୯ ଓଭରରେ ୬ଉଇକେଟ ବିନିମୟରେ ୧୫୪ରନ କରି ମ୍ୟାଚ ଜିତିନେଇଥିଲା। ଆସାମ ପକ୍ଷରୁ ପ୍ରୀତମ ଦାସ ଓ ରିୟାନ ପରାଗ ୨ଟି ଲେଖାଏ ଏବଂ ରାଜାକୁଦ୍ଦିନ ଅହମ୍ମଦ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର ବୋର୍ଡ
ଆସାମ: ୨୦ ଓଭରରେ ୧୪୮/୫ (ରିୟାନ ପରାଗ-୪୨, ରାଜାକୁଦ୍ଦିନ-୩୨, ସାହିଲ ଜୈନ-୨୪, ଗୋବିନ୍ଦ ପୋଦ୍ଦାର-୨/୨୮, ପପୁ ରୟ-୧/୨୦, ସର୍ବେଶ୍ୱର ମହାନ୍ତି-୧/୨୪)।
ଓଡ଼ିଶା:୧୯ ଓଭରରେ ୧୫୪/୬ (ଶୁଭ୍ରାଂଶୁ ସେନାପତି-୬୪, ପ୍ରତୀକ ଦାସ-୨୦*, ପ୍ରୀତମ ଦାସ-୨/୧୯, ର଼୍ୟାନ ପରାଗ-୨/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri