Posted inଖେଳ

ସୟଦ୍‌ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ

ଭୁବନେଶ୍ୱର,୧୩।୧(ସ୍ପୋଟର୍‌ସ ବ୍ୟୁରୋ): ସୟଦ୍‌ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ମାତ୍ର ୬ ରନରେ ହାଇଦ୍ରାବାଦଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ହାଇଦ୍ରାବାଦ ୪ ପଏଣ୍ଟ ହାସଲ କରିଥିବା ବେଳେ ଓଡ଼ିଶା ହାତ ଖାଲି ରହିଛି।
ଟସ୍‌ ଜିତି ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା। ଜବବାରେ ଓଡ଼ିଶା ଗୋବିନ୍ଦ ପୋଦ୍ଦାରଙ୍କ ଅର୍ଦ୍ଧଶତକ ସହାୟତାରେ ୪ ଉଇକେଟ ହରାଇ ୧୪୭ ରନରେ ସୀମିତ ରହି ବିଜୟଠାରୁ ୭ ରନ ଦୂରରେ ରହିଯାଇଥିଲା। ଓଡ଼ିଶା ତରଫରୁ ଅଙ୍କିତ୍‌କର ଜୟସ୍ବାଲ ପଦାର୍ପଣ କରିଥିଲେ। ସେହିପରି ହାଇଦ୍ରାବାଦ ତରଫରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ପ୍ରଜ୍ଞାନ ରେଡ୍ଡୀ ଓ ମିକିଲ ଜୟସ୍ବାଲ ମଧ୍ୟ ପଦାର୍ପଣ କରିଥିଲେ।
୧୫୪ ରନର ଟାର୍ଗେଟ୍‌ର ପିଛା କରି ଓଡ଼ିଶା ଓପନର ଆଦିତ୍ୟ ରାଉତ ପ୍ରାରମ୍ଭିକ ଝଟକା ଖାଇଥିଲେ। ଆଦିତ୍ୟ ୨ ରନ କରି ଚମା ମିଲିନ୍ଦଙ୍କ ବଲ୍‌ରେ ତନୟ ତ୍ୟାଗରାଜନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ଅନ୍ୟତମ ଓପନର ଶାନ୍ତନୁ ମିଶ୍ର ୧୩ ରନ କରି ମିଲିନ୍ଦଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ। ଏହାପରେ ତୃତୀୟ ଉଇକେଟରେ ପୋଦ୍ଦାର ଓ ଶୁଭ୍ରାଂଶୁ ୪୦ ବଲ୍‌ରୁ ୫୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଥିଲେ। ତେବେ ପୋଦ୍ଦାର ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୨ ଛକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ରବି ତେଜାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ବିପ୍ଳବ ସାମନ୍ତରାୟ ମାତ୍ର ୫ ରନକରି ବଭଙ୍କ ସନ୍ଦୀପଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ରାଜେଶ ଧୂପର ୨୬ ବଲ୍‌ରୁ ଗୋଟିଏ ଲେଖାଏ ଚୌକା ଓ ଛକା ମାରିଥିଲେ ୩୦ ରନ କରି ଅପରାଜିତ ରହିଥିଲେ। ସେହିପରି ଶୁଭ୍ରାଂଶୁ ୩୬ଟି ବଲ୍‌ ଖେଳି ୪ ଚୌକା ସହ ୪୩ ରନ କରି ଅପରାଜିତ ରହିଥିଲେ। ପଞ୍ଚମ ଉଇକେଟରେ ରାଜେଶ ଧୂପର ଓ ଶୁଭ୍ରାଂଶୁ ୩୯ଟି ବଲରୁ ଦ୍ରୁତ ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ମିଲିନ୍ଦ ଓ ତେଜା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ତରଫରୁ ତିଲକ ବର୍ମା ସର୍ବାଧିକ ୪୪, ଅଧିନାୟକ ତଥା ଓପନର ତନ୍ମୟ ଅଗ୍ରଓ୍ବାଲ ୩୪, ହିମାଳୟ ଅଗ୍ରଓ୍ବାଲ ୨୨, ବଭଙ୍କ ସନ୍ଦୀପ ୧୫, ୟୁଦ୍‌ବୀର ସିଂ ୧୦ ରନକରି ଆଉଟ ହୋଇଥିବା ବେଳେ ରାହୁଲ ବୁଦ୍ଧି ୧୯ ରନକରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଓଡ଼ିଶା ପକ୍ଷରୁ ବୋଲିଂରେ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩, ଅଙ୍କିତ ଯାଦବ ୨, ରାଜେଶ ମହାନ୍ତି ଓ ପପୁ ରାଏ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ହାଇଦ୍ରାବାଦ ୨୦ ଓଭରରେ ୧୫୩/୮
(ତିଲକ ବର୍ମା- ୪୪, ତନ୍ମୟ ଅଗ୍ରଓ୍ବାଲ- ୩୪, ହିମାଳୟ ଅଗ୍ରଓ୍ବାଲ- ୨୨, ବଭଙ୍କ ସନ୍ଦୀପ- ୧୫, ରାହୁଲ ବୁଦ୍ଧି- ୧୯*, ୟୁଦବୀର ସିଂ- ୧୦, ସୂର୍ଯ୍ୟକାନ୍ତ ପ୍ରଧାନ- ୩/ ୩୪, ଅଙ୍କିତ ଯାଦବ- ୨/୨୩, ରାଜେଶ ମହାନ୍ତି- ୧/୩୬, ପପୁ ରାଏ- ୧/୨୨)।
ଓଡ଼ିଶା ୨୦ ଓଭରରେ ୧୪୭/୪
(ଗୋବିନ୍ଦ ପୋଦ୍ଦାର- ୫୦, ଶୁଭ୍ରାଂଶୁ ସେନାପତି- ୪୩ *, ରାଜେଶ ଧୂପର- ୩୦ *, ଶାନ୍ତନୁ ମିଶ୍ର- ୧୩, ଚମା ମିଳିନ୍ଦ- ୨/ ୨୪, ରବି ତେଜା- ୨/୪୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri