Posted inଖେଳ

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌ କରି ନିଜ ଟିମ୍‌କୁ ଜିତାଇଛନ୍ତି। ଏହି ବିସ୍ଫୋରକ ପାଳିରେ ସେ ମାତ୍ର ୨୩ଟି ବଲ୍‌ରୁ ୧୭ଟି ଛକା ଏବଂ ୬ଟି ଚୌକା ସହ ୧୨୬ ରନ୍‌ କରିଥିଲେ। ଏହା ସହ ସେ ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଛନ୍ତି। ବିଷ୍ଟ ଟି-୨୦ରେ ନମ୍ବର ୪ରେ ଆସି ସବୁଠୁ ବଡ ପାଳି ଖେଳିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ସେ ଶ୍ରୀଙ୍କାର ଦଶୁନ ଶନାକାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଶନାକା ୨୦୧୬ରେ ସିଂହଲି କ୍ଲବ ପକ୍ଷରୁ ନମ୍ବର ୪ରେ ଖେଳିବାକୁ ଆସି ଅପରାଜିତ ୧୩୧ ରନ୍‌ କରିଥିଲେ। କେବଳ ଏତିକି ନୁହେଁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ବିଷ୍ଟଙ୍କ ଏହି ପାଳି ଟି-୨୦ କ୍ରିକେଟର୍‌ ସର୍ବଶ୍ରେଷ୍ଠ ପାଳି ମଧ୍ୟରୁ ଅନ୍ୟତମ। ଏହି ମାଳାରେ ସେ ଭାରତୀୟ କ୍ରିକେଟର୍‌ କେଲ୍‌ ରାହୁଲଙ୍କ ପଛରେ ପକାଇଛନ୍ତି। ଆଇପିଏଲ୍‌ରେ ରାହୁଲ ଉଇକେଟ୍‌କିପିର୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳି ଅପରାଜିତ ୧୩୧ ରନ୍‌ କରିଥିଲେ। ସେହିପରି ବିଷ୍ଟ ୧୪୬ ରନ୍‌ ପାଳିରେ ୧୭ଟି ଛକା ମାରିଥିଲେ। ଏହି ମାମଲାରେ ସେ ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ସମକ୍ଷକ ହୋଇଛନ୍ତି। ଗେଲ୍‌ ୨୦୧୩ ଆଇପିଏଲ୍‌ରେ ପୁଣେ ଓ୍ବାରିୟର୍ସ ବିପକ୍ଷରେ ୧୭ଟି ଛକା ମାରିଥିଲେ। ବିଷ୍ଟ ଟି-୨୦ର ଗୋଟିଏ ମ୍ୟାଚ୍‌ ସର୍ବାଧିକ ଛକା ଲଗାଇଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ରେକର୍ଡ ହାସଲ କରିଛନ୍ତି। ଶ୍ରେୟସ ଆୟାର ୨୦୧୯ରେ ସିକ୍କିମ ବିପକ୍ଷ ଟି-୨୦ ମ୍ୟାଚ୍‌ ୧୫ଟି ଛକା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିରୋ ଡି’ ଇଟାଲିଆ: ଲୋରେଞ୍ଜୋ ୧୪ତମ ଷ୍ଟେଜ୍‌ ବିଜେତା

ରୋମ୍‌, ୨୪ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୪ତମ ଷ୍ଟେଜ୍‌ରେ ଇଟାଲିର ଲୋରେଞ୍ଜୋ ଫର୍ଟୁନାଟୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ହେଉଛି ତାଙ୍କ...

ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ

ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ...

ଭାରତ ପାଇଁ କଷ୍ଟସାଧ୍ୟ ପଥ

(ତପନ ସ୍ବାଇଁ) ଭୁବନେଶ୍ୱର, ୨୧।୧: ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ...

୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…

ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ...

ଖେଳିବାବେଳେ କ୍ରିକେଟରମାନେ ମୁହଁରେ କାହିଁକି ଲଗାନ୍ତି ଧଳା ରଙ୍ଗ

କ୍ରିକେଟରଙ୍କ ଏମିତି ବହୁ ଅଭ୍ୟାସ ଅଛି, ଯାହାକି କ୍ରିକେଟ ପସନ୍ଦ କରୁ ନ ଥିବା ଫ୍ୟାନଙ୍କୁ ଅଜବ ଲାଗୁଥିବ। ବଲକୁ ପ୍ୟାଣ୍ଟରେ ବାରମ୍ବାର ଘଷିବା, ପିଚ୍‌ରେ...

ଶୁକ୍ରବାର ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ..

ସିଡନୀ,୨୬।୧୧: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳିବେ ଭାରତୀୟ...

ସଫଳତାର ରାଜ୍‌ ଖୋଲିଲେ କୋହଲି, ଜାଣିଲେ କରିିବେ ବାଃ ବାଃ

ମୁମ୍ବାଇ,୨୯।୧୨: କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି। କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର୍‌ ଏବଂ ଦଶନ୍ଧିର...

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ...

Advertisement
Archives

Model This Week