Posted inଖେଳ

୧୪୬ ରନ୍‌ କରି ବିଶ୍ୱରେକର୍ଡ ହାସଲ କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଲେ ଅନେକ ରେକର୍ଡ

ସିଲଂ,୧୪।୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ମେଘାଳୟ ଅଧିନାୟକ ପୁନିତ ବିଷ୍ଟ ବିଶ୍ୱରେକର୍ଡ ହାସଲ କରିଛନ୍ତି। ସେ ମାତ୍ର ୫୧ ବଲ୍‌ରେ ୧୪୬ ରନ୍‌ କରି ନିଜ ଟିମ୍‌କୁ ଜିତାଇଛନ୍ତି। ଏହି ବିସ୍ଫୋରକ ପାଳିରେ ସେ ମାତ୍ର ୨୩ଟି ବଲ୍‌ରୁ ୧୭ଟି ଛକା ଏବଂ ୬ଟି ଚୌକା ସହ ୧୨୬ ରନ୍‌ କରିଥିଲେ। ଏହା ସହ ସେ ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଛନ୍ତି। ବିଷ୍ଟ ଟି-୨୦ରେ ନମ୍ବର ୪ରେ ଆସି ସବୁଠୁ ବଡ ପାଳି ଖେଳିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ସେ ଶ୍ରୀଙ୍କାର ଦଶୁନ ଶନାକାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଶନାକା ୨୦୧୬ରେ ସିଂହଲି କ୍ଲବ ପକ୍ଷରୁ ନମ୍ବର ୪ରେ ଖେଳିବାକୁ ଆସି ଅପରାଜିତ ୧୩୧ ରନ୍‌ କରିଥିଲେ। କେବଳ ଏତିକି ନୁହେଁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ବିଷ୍ଟଙ୍କ ଏହି ପାଳି ଟି-୨୦ କ୍ରିକେଟର୍‌ ସର୍ବଶ୍ରେଷ୍ଠ ପାଳି ମଧ୍ୟରୁ ଅନ୍ୟତମ। ଏହି ମାଳାରେ ସେ ଭାରତୀୟ କ୍ରିକେଟର୍‌ କେଲ୍‌ ରାହୁଲଙ୍କ ପଛରେ ପକାଇଛନ୍ତି। ଆଇପିଏଲ୍‌ରେ ରାହୁଲ ଉଇକେଟ୍‌କିପିର୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳି ଅପରାଜିତ ୧୩୧ ରନ୍‌ କରିଥିଲେ। ସେହିପରି ବିଷ୍ଟ ୧୪୬ ରନ୍‌ ପାଳିରେ ୧୭ଟି ଛକା ମାରିଥିଲେ। ଏହି ମାମଲାରେ ସେ ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ସମକ୍ଷକ ହୋଇଛନ୍ତି। ଗେଲ୍‌ ୨୦୧୩ ଆଇପିଏଲ୍‌ରେ ପୁଣେ ଓ୍ବାରିୟର୍ସ ବିପକ୍ଷରେ ୧୭ଟି ଛକା ମାରିଥିଲେ। ବିଷ୍ଟ ଟି-୨୦ର ଗୋଟିଏ ମ୍ୟାଚ୍‌ ସର୍ବାଧିକ ଛକା ଲଗାଇଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ରେକର୍ଡ ହାସଲ କରିଛନ୍ତି। ଶ୍ରେୟସ ଆୟାର ୨୦୧୯ରେ ସିକ୍କିମ ବିପକ୍ଷ ଟି-୨୦ ମ୍ୟାଚ୍‌ ୧୫ଟି ଛକା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?