ଡେଲାଙ୍ଗ ଷ୍ଟେଶନ ବଜାରରେ ଜଳୁନି ହାଇମାଷ୍ଟ ଲାଇଟ୍‌

ଡେଲାଙ୍ଗ,୧୪।୫(ଡି.ଏନ୍‌.ଏ.):ଡେଲାଙ୍ଗ ଷ୍ଟେଶନ ବଜାର ଉପରେ ସ୍ଥାନୀୟ ୭ଟି ପଞ୍ଚାୟତରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବାବେଳେ ବଜାର ଏବେ ନିଶାଡ଼ି ଓ ବାଇକ୍‌ ଚୋରଙ୍କ ଆଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ବଜାରକୁ ଆଲୋକୀକରଣ କରିବାକୁ ଥିବା ହାଇମାଷ୍ଟ ଲାଇଟ୍‌ ଆଜକୁ ଦୀର୍ଘ ୨ବର୍ଷ ହେବ ଜଳୁନି। ଫଳରେ ନିଶାଡ଼ି ଓ ଗାଡି ଚୋର ଅନ୍ଧାରରେ ଆଡ୍ଡା ଜମାଇବା ସହିତ ସାଧାରଣ ଲୋକଙ୍କ ବାଇକ୍‌ ଲୁଟୁଛନ୍ତି। ଗତ ଫନୀ ବାତ୍ୟା ପରେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ସଜଡ଼ା ଯାଇ ଆଲୋକୀକରଣ ପାଇଁ ୩୦ଟି ହାଇମାଷ୍ଟ ଲାଇଟ୍‌ର ବ୍ୟବସ୍ଥା ହୋଇଥିଲା। ସେଥିମଧ୍ୟରୁ ଏବେ ମାତ୍ର ୧୩ଟା ଜଳୁଛି। ବଜାର ଅନ୍ଧାରରେ ରହୁଥିବାରୁ ରାତିରେ ଚୋର ଓ ନିଶାଡ଼ିଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଦୋକାନ ଛାଡ଼ି ଘରକୁ ଯିବାକୁ ଦୋକାନୀ ଭୟ କରୁଛନ୍ତି। ଚୋରି ହେବା ଭୟରେ ଅସହ୍ୟ ଗୁଳୁଗୁଳିରେ ବାଧ୍ୟ ହୋଇ ଦୋକାନ ଭିତରେ ଶୋଉଛନ୍ତି। ୧୯୬୦ ମସିହା ପୂର୍ବରୁ ୬ ଗୋଟି ଦୋକାନକୁ ନେଇ ଗଢି ଉଠିଥିବା ଡେଲାଙ୍ଗ ବଜାରର ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାର ସାଧାରଣ ସମସ୍ୟା ବଦଳି ପାରିନି। ବର୍ତ୍ତମାନ ବଜାରରେ ୨୬୦ ଦୋକାନରେ ରହିଛି। ଭାରତୀ ବିହାରଠାରୁ ଆରମ୍ଭ କରି ବେରବୋଇ ବଜାର ଓ ଡେଲାଙ୍ଗ ଷ୍ଟେଶନ ଛକଠାରୁ ଆରମ୍ଭ କରି ରାଧାକାନ୍ତ ବିଦ୍ୟାପୀଠ ପର୍ଯ୍ୟନ୍ତ ବିସ୍ତୃତ ବଜାରରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ବଜାର ଆସିବାକୁ ସ୍ଥାନୀୟ ବାସିନ୍ଦା ନା ପସନ୍ଦ କରୁଛନ୍ତି। ହାଇମାଷ୍ଟ ଲାଇଟ୍‌ଗୁଡ଼ିକ ୨ବର୍ଷ ହେବ ଅକାମି ହୋଇ ପଡ଼ିଥିଲେ ମଧ୍ୟ ଏହାର ମରାମତି ନିମନ୍ତେ ପ୍ରଶାସନ ଚିନ୍ତା କରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ରେଞ୍ଚ ପଞ୍ଚାୟତର ସରପଞ୍ଚ ହରିହର ସ୍ବାଇଁଙ୍କୁ ପଚାରିବାରେ, ଲାଇଟ୍‌ଗୁଡ଼ିକ ମରାମତି କରିବାକୁ ଫଣ୍ଡ ନାହିଁ। ବିଗତ ଗ୍ରାମସଭା ମିଟିଂରେ ଏଥିପାଇଁ ଆଲୋଚନା ହୋଇଛି। ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ବ୍ୟବସାୟୀ ଓ ଜନସାଧାରଣ ନିବେଦନ କରିଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦୋକାନୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri