ଦୋକାନ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ଝୁନୁ

ନବରଙ୍ଗପୁର,୧୪।୫(ବି.ପ୍ର.): ଦିବ୍ୟାଙ୍ଗ ହେଲେବି ସକ୍ଷମ। ଦୃଢ଼ ମନ ଓ ପରିଶ୍ରମ ବଞ୍ଚତ୍ବାର ରାହା ଦେଇଛି। ତେବେ ନବରଙ୍ଗପୁର ସତ୍ୟ ସାଇ ସେବା ସମିତିର କିଛି ଆର୍ଥିକ ସହାୟତା ଦିବ୍ୟାଙ୍ଗ ଝୁନୁ ଭତରାଙ୍କ ବ୍ୟବସାୟରେ ସହାୟକ ହୋଇପାରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ ବଙ୍ଗାପାଲି ଗାଁରେ।
ନବରଙ୍ଗପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅଧୀନ ବଙ୍ଗାପାଲି ଗାଁର ସୁବର୍ଣ୍ଣ ଓ ନୀଳକଣ୍ଠ ଭତରା ଝିଅ ଝୁନୁ। ଜନ୍ମରୁ ଦିବ୍ୟାଙ୍ଗ। ୨ଗୋଡ଼ ଠିକ୍‌ ନ ଥିବାରୁ ସେ ଭଲଭାବେ ଚାଲିବୁଲି ପାରନ୍ତି ନାହିଁ। ନବରଙ୍ଗପୁର ସତ୍ୟ ସାଇ ସେବା ସମିତି ପକ୍ଷରୁ ୨୦୧୦ରେ ଝୁନୁଙ୍କୁ ୧୫ ଶହ ଟଙ୍କା ସହାୟତା କରାଯାଇଛି। ନିଜର ଝୁପୁଡି କୁଡ଼ିଆରେ ଝୁନୁ ଦୋକାନଟିଏ ଆରମ୍ଭ କଲେ। ଧୀରେ ଧୀରେ ବ୍ୟବସାୟ ବଢିବା ପରେ ଏବେ ଅଧିକ ଦି ପଇସା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକଲ ଓ ଆଶା ବାଡ଼ି ମଧ୍ୟ ଯୋଗାଇ ଦିଆଯାଇଛି। ୭ ଶହ ଟଙ୍କା ଭତ୍ତା ଓ ଚାଉଳ ମଧ୍ୟ ମିଳୁଛି। ୭ ବର୍ଷ ତଳେ ରାମେଶ୍ୱର ଭତରାଙ୍କୁ ସେ ବିବାହ କରିଥିଲେ। ଏବେ ବେଶ୍‌ ଖୁସିରେ ତାଙ୍କ ସଂସାର ଚାଲିଛି। ସରକାର ସବୁ ସୁବିଧା ଯୋଗାଉଛନ୍ତି। ସ୍ବଚ୍ଛ ଭାରତ ନାଁରେ ବ୍ୟାପକ ଅନୁଦାନ ଗାଁ ମାନଙ୍କରେ ଖର୍ଚ୍ଚ କରାଯାଉଛି। କିନ୍ତୁ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ କରାଇଲେ ବିଶେଷ ଉପକୃତ ହେବେ ବୋଲି ସେ କହିଛନ୍ତି। ପାଇଖାନା ଓ ପାଣି ସୁବିଧା ନଥିବାରୁ ଶୌଚ ପାଇଁ ବାହାରକୁ ଯିବା ଦୁଃଖର ବିଷୟ ବୋଲି ଝୁନୁ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଦିବ୍ୟାଙ୍ଗ ପାଇଁ ଭଲ ହେବ। ସତ୍ୟ ସାଇ ସେବା ସମିତି ୧୫ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇଥିଲେ। ସେମାନଙ୍କ ମାର୍ଗ ଦର୍ଶନ ଯୋଗୁ ଦୋକାନ ଟିଏ କରି ରୋଜଗାର କରିପାଉଛି। ଦିବ୍ୟାଙ୍ଗ ଲୋକ ଆଉ ଅନ୍ୟ କିଛି କରିବା ସମ୍ଭବ ନଥିବାରୁ ଦୋକାନରେ ବସି ବ୍ୟବସାୟ କରି ରୋଜଗାରକ୍ଷମ ହୋଇପାରିଛି ବୋଲି ଝୁନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri