ବିକାଶ ପାଇଁ ମଝିଘରିଆଣୀଙ୍କ ନାଁରେ ଶପଥ

ରାୟଗଡ଼ା ଅଫିସ,୪ା୩: ରାୟଗଡ଼ା ମୋର ମାତୃଭୂମି। ନିଜ ମାଟି ପାଇଁ କାମ କରିପାରିଲେ ନିଜକୁ ଧନ୍ୟ ମନେ କରିବି। ମାଁ ମଝିଘରିଆଣୀଙ୍କ ନାଁରେ ଶପଥ କରି କହୁଛି, ଜିତିଲେ ସହରର ସର୍ବାଙ୍ଗୀନ ବିକାଶ କରିବି। ରାୟଗଡ଼ା ପୌରାଧ୍ୟକ୍ଷ ପଦ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଥିବା ସଦାଶିବ ତ୍ରିପାଠୀ(୨୬) ଦୃଢ଼ତାର ସହ ଏଭଳି କହିଛନ୍ତି।
ରାୟଗଡ଼ା ଏକ୍ସ ବୋର୍ଡ ୟୁ.ପି. ସ୍କୁଲରେ ପ୍ରାଥମିକ ଶିକ୍ଷା, ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ଏବଂ ରାୟଗଡ଼ା କଲେଜରୁ ଯୁକ୍ତ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବାପରେ ସରକାରୀ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା କରିଥିଲେ। ୨୦୨୦ ରାୟଗଡ଼ାସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍‌ ପାସ୍‌ କରିବା ପରେ ଗଞ୍ଜାମ ଆଇନ ବିଦ୍ୟାଳୟରେ ତାଙ୍କର ଆଇନ ପାଠ ଜାରି ରହିଛି। ଛୋଟବେଳୁ ଜନ୍ମଭୂମିର ସେବା ଲକ୍ଷ୍ୟ ରଖିଛନ୍ତି। ସହରର ବିଭିନ୍ନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ପୌରପାଳିକାରେ ଦୁର୍ନୀତି ବିରୋଧରେ ସଦାଶିବ ପ୍ରତିବାଦର ସ୍ବର ଉଠାଇଛନ୍ତି। ସେବା ଲକ୍ଷ୍ୟ ନେଇ ସେ ଆଇଏଏସ୍‌ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି।
ଚଳିତଥର ପୌର ନିର୍ବାଚନ ସିଧାସଳଖ ଲୋକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛି। ତେଣୁ ମାଁ ମଝିଘରିଆଣୀଙ୍କ ଆଶୀର୍ବାଦ ଏବଂ ସାଙ୍ଗମାନଙ୍କ ସମର୍ଥନ ନେଇ ପୌରାଧ୍ୟକ୍ଷ ପଦ ପାଇଁ ଲଢ଼େଇ କରିବାକୁ ଓହ୍ଲାଇଛି ବୋଲି ସଦାଶିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନଭାସ୍‌ରେ କରୋନା ସଚେତନତା

ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା,...

କଲ୍ୟାଣୀ ସେବା ସମିତିରେ ଅନିୟମିତତା: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ

ବାହାନଗା, ୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କଲ୍ୟାଣୀ ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏନେଇ କେତେଜଣ ଚାଷୀ ବାଲେଶ୍ୱର ଜିଲାପାଳଙ୍କଠାରେ...

ମଝିରେ ଅଟକିଗଲା ଲଞ୍ଚ: ୨୫ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍‌ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୧୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ୍‌ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୁରୁବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଲଞ୍ଚ ଅଟକି ଯାଇଥିଲା। ଫଳରେ ଲଞ୍ଚରେ...

ସିସିଟିଭି ନଜରରେ ରହିବ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୧୫।୨: ଜଗତ୍‌ସିଂହପୁର ସହରରେ ଦିନ ଦି ପ୍ରହରରେ ଲୁଟ୍‌ କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଥରେ କି ଦୁଇଥର ନୁହେଁ,...

ନିର୍ମାଣ ହେଉନି ପ୍ରାଣୀ ଚିକିତ୍ସାକେନ୍ଦ୍ର

ବଇଣ୍ଡା,୧୭ା୩(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡାଠାରେ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ହେଉନାହିଁ। ଫଳରେ ରୋଗରେ ପଡ଼ୁଥିବା ବହୁ ସଂଖ୍ୟକ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନାହିଁ।...

ଗ୍ରାମସଭାରେ ଗଣ୍ଡଗୋଳ, ଜଣେ ମୃତ

ଛେଣ୍ଡିପଦା,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତ ଗୋହିରାପଶିରେ ମଙ୍ଗଳବାର ରାତି ୯ଟାରେ ଗ୍ରାମସଭା ଚାଲିଥିବାବେଳେ ଗଣ୍ଡଗୋଳ ଘଟି ସ୍ଥାନୀୟ ଅଞ୍ଚଳର ଅନାମ ଖିଲାରଙ୍କ ମୃତ୍ୟୁ...

ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ...

ଖେଳୁଥିବା ବେଳେ ପୋଖରୀ ପଡ଼ି ଶିଶୁ ମୃତ

ଦିଗପହଣ୍ଡି,୨୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ପୋଖରୀରେ ବୁଡ଼ି ଶନିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ଡେଙ୍ଗାଡି ଗ୍ରାମର...

Advertisement
Archives

Model This Week