Posted inଖେଳ

ଖେଳରନତ୍ ପାଇଁ ସାତ୍ତ୍ୱିକ, ଚିରାଗଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୪।୧୨ (ପି.ଟି.): ଚଳିତ ବର୍ଷର ମେଜର ଧ୍ୟାନଚାନ୍ଦ ଖେଳ ରନତ୍ ପୁରସ୍କାର ପାଇଁ ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟିଙ୍କ ନାମ ସୁପାରିସ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ତାଲିକାରେ ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସାମିଲ କରାଯାଇଛି। ପୂର୍ବରୁ ଶାମିଙ୍କ ନାମ ନ ଥିଲା, ମାତ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ବତନ୍ତ୍ର ଅନୁରୋଧ ପରିପ୍ରେକ୍ଷୀରେ ଏହି ଦ୍ରୁତ ବୋଲରଙ୍କ ନାମ ସୁପାରିସ କରାଯାଇଛି। ଗତ ଦିନିକିଆ କ୍ରିକେଟ ବିଶ୍ୱକପରେ ଶାମି ଚମତ୍କାର ବୋଲିଂ କରି ୨୪ଟି ଉଇକେଟ ଅକ୍ତିଆର କରିଥିଲେ। ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଭାରତ ରନରଅପ୍‌ ହୋଇଥିଲା।
ଖେଳରତ୍ନ ପୁରସ୍କାର: ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି (ବ୍ୟାଡମିଣ୍ଟନ)।
ଅର୍ଜୁନ ପୁରସ୍କାର: ମହମ୍ମଦ ଶାମି (କ୍ରିକେଟ), ଅଜୟ ରେଡ୍ଡୀ (ଦୃଷ୍ଟିବାଧିତ କ୍ରିକେଟ), ଓଜସ ପ୍ରବୀଣ ଦେଓତାଲେ (ଆର୍ଚେରୀ), ଶୀତଲ ଦେବୀ (ପାରା ଆର୍ଚେରୀ), ପାରୁଲ ଚୌଧାରୀ ଓ ମୁରଲୀ ଶ୍ରୀଶଙ୍କର (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସିଂ), ଆର. ବୈଶାଳୀ (ଚେସ୍‌), ଦିବ୍ୟକୀର୍ତ୍ତି ସିଂ ଓ ଅନୁଷ ଅଗ୍ରଓ୍ବାଲା (ଇକ୍ୱିଷ୍ଟ୍ରିଆନ୍‌), ଦୀକ୍ଷା ଡଗର (ଗଲ୍ଫ), କ୍ରିଷନ୍‌ ବାହାଦୂର ପାଠକ ଓ ସୁଶୀଳା ଚାନୁ (ହକି), ପିଙ୍କି (ଲନ୍‌ ବଲ୍‌), ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର (ଶୁଟିଂ), ଅନ୍ତିମ ପଂଘାଲ (କୁସ୍ତି), ଆହିକା ମୁଖାର୍ଜୀ (ଟେବୁଲ ଟେନିସ୍‌), ନାଓରେମ ରୋଶିବିନା ଦେବୀ (ଉଷୁ)।
ଧ୍ୟାନଚାନ୍ଦ ଲାଇଫ ଟାଇମ ଆଓ୍ବାର୍ଡ: କବିତା (କବାଡ୍ଡି), ମଞ୍ଜୁଷା କନଓ୍ବର (ବ୍ୟାଡମିଣ୍ଟନ), ବୀନିତ କୁମାର ଶର୍ମା (ହକି)।
ଦ୍ରୋଣାଚାର୍ଯ୍ୟ ପୁରସ୍କାର: ଗଣେଷ ପ୍ରଭାକରନ (ମାଲଖମ୍ବ), ମହାବୀର ସିଂ (ପାରା ଆଥଲେଟିକ୍ସ), ଲଳିତ କୁମାର (କୁସ୍ତି), ଆର. ବି. ରମେଶ(ଚେସ୍‌), ଶିବେନ୍ଦ୍ର ସିଂ(ହକି)।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400...

ପାଇପଲାଇନରୁ ONGC ଗ୍ୟାସ ଲିକ୍: ଅନେକ ସ୍ଥାନରେ ଲାଗିଲା ନିଆଁ, ଖାଲି ହେଲା ଗାଁ

ନୂଆଦିଲ୍ଲୀ,୫।୧: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍...

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri