ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ‘ସ୍ବରାଜ’

ଭୁବନେଶ୍ୱର,୧୩ା୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ସ୍ବାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଦୂରଦର୍ଶନ (ଡିଡି-୧)ରେ ପ୍ରସାରିତ ହେବାକୁ ଯାଉଛି ଏକ ଭିନ୍ନ ଧରଣର ମେଗା ଧାରାବାହିକ ‘ସ୍ବରାଜ’। ଏହି ଧାରାବାହିକଟି ସମ୍ପୂର୍ଣ୍ଣ ଭାବେ ଭାରତର ବୀର ସଂଗ୍ରାମୀଙ୍କ ଅବଦାନ ଓ ବଳିଦାନକୁ ପ୍ରସାରଣ କରିବ। ଚଳିତ ମାସ ୧୪ରୁ ଏହି ୭୫ ଅଧ୍ୟାୟ ବିଶିଷ୍ଟ ଧାରାବାହିକ ପ୍ରତି ରବିବାର ରାତି ୯ରୁ ୧୦ଟା ପର୍ଯ୍ୟନ୍ତ ଡିଡି ନ୍ୟାଶନାଲ (ଡିଡି-୧)ରେ ପ୍ରସାରଣ ହେବାକୁ ଯାଉଛି।
ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର କେନ୍ଦ୍ରର ଡିଡିଜେ ନରସିଂହ ଜେଠୀ, ସମାଚାର ନିର୍ଦ୍ଦେଶକ ବଦ୍ରିନାରାୟଣ ଅଧିକାରୀ ଏବଂ ପ୍ରୋଗ୍ରାମ୍‌ ମୁଖ୍ୟ ଦୀପ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ବରାଜ ସମେତ ଦୂରଦର୍ଶନର ଆଗାମୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବିଶେଷକରି ସ୍ବରାଜ ଜରିଆରେ ଡିଡି ତା’ର ପୂର୍ବ ଗୌରବର ପୁନରାବୃତ୍ତି ସହ ପୁଣି ଥରେ ଦର୍ଶକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛି। ସେହିଭଳି ସ୍ବରାଜ ୯ଟି ପ୍ରମୁଖ ଆଞ୍ଚଳିକ ଭାଷା ସମେତ ଇଂରାଜୀରେ ମଧ୍ୟ ଡବିଂ କରାଯାଇଛି। ଉକ୍ତ ୯ଟି ଭାଷା ମଧ୍ୟରେ ରହିଛି ତାମିଲ, ତେଲୁଗୁ, କନ୍ନଡ, ମାଲୟାଲମ, ମରାଠୀ, ଗୁଜରାଟୀ, ବଙ୍ଗଳା, ଅହମିଆ ଏବଂ ଓଡ଼ିଆ। ଏପରିକି ଅଗଷ୍ଟ ୧୪ ପରେ ସ୍ବରାଜ ଉପରୋକ୍ତ ଆଞ୍ଚଳିକ ଭାଷାରେ ଅଗଷ୍ଟ ୨୦ ଠାରୁ ଦୂରଦର୍ଶନ ଚ୍ୟାନେଲରେ ରାତି ୮ଟାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ସେହିପରି ଓଡ଼ିଆରେ ମଧ୍ୟ ଶନିବାର ଓ ସୋମବାର ରାତି ୯ରୁ ୧୦ ଘଟିକା ପର୍ଯ୍ୟନ୍ତ ଏବଂ ବୁଧବାର ଓ ଶୁକ୍ରବାର ଅପରାହ୍ନ ୨ଟାରୁ ୩ ଘଟିକା ପର୍ଯ୍ୟନ୍ତ ପ୍ରସାରଣ ହେବ ବୋଲି ଜଣାପଡ଼ିଛି। ଅନୁରୂପ ଭାବେ ଉକ୍ତ ଧାରାବାହିକଟି ଆକାଶବାଣୀର ବିଭିନ୍ନ କେନ୍ଦ୍ର ଜରିଆରେ ଅଗଷ୍ଟ ୨୦ଠାରୁ ଶନିବାର ପୂର୍ବାହ୍ନ ୧୧ ଘଟିକାରେ ପ୍ରସାରଣ କରାଯିବ। ସ୍ବାଧୀନତାର ଏହି ସ୍ବତନ୍ତ୍ର ଧାରାବାହିକ ୧୪୯୮ ଭାସ୍କୋଡାଗାମାଙ୍କଠାରୁ ଆରମ୍ଭକରି ୧୯୪୭ ଅଗଷ୍ଟ ୧୫ ମଧ୍ୟରେ କେତେକ ପ୍ରମୁଖ ମହାନାୟକଙ୍କ ମହାନ ଗାଥାକୁ ଅଭିଜ୍ଞ ଭାରତୀୟ କଳାକାରଙ୍କ ଜରିଆରେ ଅତ୍ୟାଧୁନିକ ଜ୍ଞାନକୌଶଳ ସାଙ୍ଗକୁ ଉଚ୍ଚମାନର କ୍ୟାମେରାଗୁଡ଼ିକରେ ରେକର୍ଡିଂ କରାଯାଇ ଭାରତବାସୀଙ୍କୁ ପ୍ରତ୍ୟକ୍ଷ କାହାଣୀ ଦେଖାଇବାର ଶତ ପ୍ରୟାସ ଦୂରଦର୍ଶନ ପକ୍ଷରୁ କରାଯାଇଛି। ସେହିପରି ଖୁବ୍‌ଶୀଘ୍ର ଡିଡି ନ୍ୟାଶନାଲରେ ୪ଟି ଧାରାବାହିକ ସାଙ୍ଗକୁ ଏକ ରିଆଲିଟି ଶୋ’ର ମଧ୍ୟ ପ୍ରସାରଣ ହେବାକୁ ଯାଉଛି। ସାରା ଦେଶର ଦର୍ଶକଙ୍କୁ ପୁଣିଥରେ ବାନ୍ଧି ରଖିବା ପାଇଁ ଡିଡି-୧ରେ ସବୁ ବର୍ଗର କାର୍ଯ୍ୟକ୍ରମ ଫିଲ୍ମ, ଧାରାବାହିକ, ଖବର ପ୍ରସାରଣ ସାଙ୍ଗକୁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ମଧ୍ୟ ପ୍ରସାରଣ କରାଯିବ ବୋଲି ଦୂରଦର୍ଶନ କର୍ତ୍ତୃପକ୍ଷ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri