ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ ପଦବୀରେ ନୂତନ ଦାୟିତ୍ୱ ଦିଆଯାଇଛି। ଏହି ଅଦଳବଦଳରେ ଗୋଇନ୍ଦା ବିଭାଗ, ଆର୍ଥିକ ଅପରାଧ ଶାଖା (EOW), ସ୍ପେଶାଲ ଟାସ୍କ ଫୋର୍ସ (STF) ସମେତ ବିଭିନ୍ନ ପ୍ରମୁଖ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି।
ସୂଚନା ଅନୁସାରେ, ସତ୍ୟବ୍ରତ ଭୋଇଙ୍କୁ ଗୋଇନ୍ଦା ବିଭାଗର ଆଇଜି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ସେହିପରି ହିମାଂଶୁ ଲାଲଙ୍କୁ ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) ଓ ସ୍ପେଶାଲ ଟାସ୍କ ଫୋର୍ସ (STF)ର ଆଇଜି ଭାବେ ଦାୟିତ୍ୱ ମିଳିଛି।
ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ନୀତି ଶେଖରଙ୍କୁ ଆଇଜି, ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି।
ଅନ୍ୟପକ୍ଷରେ, ଆଶିଷ କୁମାର ସିଂହଙ୍କୁ ତାଳଚେର ରେଞ୍ଜ୍ର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଏଥିସହ ପୋଲିସ ଟ୍ରେନିଂ କଲେଜ୍ (PTC), ଅନୁଗୋଳଳର ପ୍ରିନ୍ସିପାଲ ଦାୟିତ୍ୱ ମଧ୍ୟ ତୁଲାଇବେ।
ବରିଷ୍ଠ IPS ଅଧିକାରୀମାନଙ୍କ ଏହି ଅଦଳବଦଳ ପରେ ବିଭିନ୍ନ ପୋଲିସ ବିଭାଗର କାର୍ଯ୍ୟକ୍ଷମତା ଓ ପ୍ରଶାସନିକ ସମନ୍ୱୟ ଅଧିକ ସୁଦୃଢ଼ ହେବ ବୋଲି ଚର୍ଚ୍ଚା ହେଉଛି।