ଜଳାଶୟ ଶୁଖୁଛି, ବଢ଼ୁଛି ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ, ୧୪ା୩(ସ୍ବ.ପ୍ର.):ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହାର ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଗଲେ ତାପମାତ୍ରା କମ୍‌ ଅନୁଭୂତ ହେବ ବୋଲି ପ୍ରତିବର୍ଷ ଦାବି ହୋଇଆସୁଛି। ବିଶେଷକରି ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯାଉ ନ ଥିବାରୁ ସମସ୍ୟା ବଢ଼ିଯାଉଛି। ପଟ୍ଟାମୁଣ୍ଡାଇ ସହରରେ ଥିବା ଜଳାଶୟଗୁଡ଼ିକ ମଧ୍ୟରୁ ଏକାଧିକ ଶୁଖି ପୋତି ହୋଇଗଲାଣି। ଯେଉଁ କାରଣରୁ ଗୋ ସମ୍ପଦ ପ୍ରବଳ ଖରାରେ ଗାଧୋଇବା ସମ୍ଭବ ହେଉନି। ଲୋକେ ନିଜର ନିତ୍ୟବ୍ୟବହାର କାର୍ଯ୍ୟ କରି ପାରୁନାହାନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସହର ମଧ୍ୟରେ କଚେରି ପୋଖରୀ ରହିଛି। ହେଲେ ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ପୋଖରିଆପଡ଼ା ଗ୍ରାମ ଶେଷରେ ଥିବା ଜଳାଶୟ ଆପାତତଃ ପୋତି ହୋଇଗଲାଣି। ୱାର୍ଡ ନଂ.୧୬ ଅନ୍ତର୍ଗତ ଚାହାପଡ଼ା ଗଁା ମୁଣ୍ଡରେ ଏକ ଜଳାଶୟ ରହିଛି। ସେହିପରି ମାଟିଆରେ ଏକ ଠାକୁରାଣୀ ପୋଖରୀ ରହିଛି। ତାହା ମଧ୍ୟ ପୋତି ହୋଇଗଲାଣି। ସେହିପରି ୱାର୍ଡ ନଂ.୧୮ ତାତନା ପୋଖରୀ ଓ ଦକ୍ଷିଣଦିଆ ଶ୍ମଶାନ ପୋଖରୀ, ଜେନାସାହି ପୋଖରୀ ଏବଂ ବେଲତଳର ଭବାନୀ ପୋଖରୀ ମଧ୍ୟ ପୋତି ହୋଇପଡ଼ିଲାଣି। କେବଳ ପୋଖରିଆପଡ଼ା ରାସ୍ତାର ହରପାର୍ବତୀଙ୍କ ନିଜସ୍ବ ଜମିରେ ଥିବା ଜଳାଶୟଟି ଭଲ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ପୋଖରିଆପଡ଼ା ଗଁା ମୁଣ୍ଡରେ ଥିବା ପୋଖରୀରେ ଅଳ୍ପ ପାଣି ଥିବାବେଳେ ଏହାର ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହା ପୋତି ହୋଇଚାଲିଛି। ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। ସେହିପରି ରାଧାରମଣ ଜୀଉ ଚାପଖେଳ ପୋଖରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଅଛି। ଯାହାର ଏ ପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇପାରିନାହିଁ। ବାଲିପଡ଼ା ପୋଖରୀରେ ପାଣି ନାହିଁ। ୧୪ ନଂ. ୱାର୍ଡ ପ୍ରହରାଜପୁର ବାରିକସାହି ପାଖ ପୋଖରୀ ଲୋକମାନଙ୍କ ବହୁ କାମରେ ଲାଗେ। ଏହାର ଅଳ୍ପ ଦୂରରେ ଶ୍ମଶାନ ଅଛି। କୌଣସି ଲୋକଙ୍କ ମୃତ୍ୟୁ ହେଲେ ଶୁଦ୍ଧିକ୍ରିୟା ଆଦି ସେଠାରେ ହୁଏ। ଏଥିରୁ ପାଣି ଶୁଖିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତଗୁଡ଼ିକରେ ଲୋକମାନଙ୍କ ସୁବିଧା ପାଇଁ ମୋ ପୋଖରୀ ମାଧ୍ୟମରେ ଟଙ୍କା ଆସୁଛି। ଯେଉଁ କେତେଗୋଟି ହାତଗଣତି ପୋଖରୀ ଲୋକମାନଙ୍କ ବାଡ଼ିରେ ଅଛି ତାହା ଶୁଖିଲା ପଡ଼ିଛି। ଏହାର ମୁଖ୍ୟ କାରଣ ନୟନଯୋରି ଜବରଦଖଲ କରାଯାଇ ପୋତି ଘର କରିବା ଫଳରେ ପାଣି ପ୍ରବେଶ ଓ ନିଷ୍କାସନ ହୋଇପାରୁନି। ପଞ୍ଚାୟତଗୁଡ଼ିକରେ ହୋଇଥିବା ଆଦର୍ଶ ପୋଖରୀ ପାଣି ବିନା ଶୁଖିଲା ପଡ଼ିଛି। ଏହାବାଦ୍‌ କେତେଗୋଟି ବେସରକାରୀ ଜଳାଶୟରେ ଅଟ୍ଟାଳିକା ତିଆରି ହୋଇଗଲାଣି। ଯେଉଁ କେତେଗୋଟି ପୋଖରୀ ଅଛି ତା’ର ପୁନରୁଦ୍ଧାର ନ ହେଲେ ଆଗକୁ ସହରରେ ଜଳସଙ୍କଟ ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି।
ଅତୀତରେ ସହରର କେତେଗୋଟି ଜଳାଶୟ ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେଥିମଧ୍ୟରୁ କଚେରି ପୋଖରୀ ଅନ୍ୟତମ। ଏହାର ଦୈର୍ଘ୍ୟ ୬୫ ମିଟର, ପ୍ରସ୍ଥ ୬୦ ମିଟର ଏବଂ ଗଭୀର ପାଖାପାଖି ୧୦ ଫୁଟ୍‌। ଏବେ ଏଥିରେ ପାଣି ଅଛି। ୨୦୨୨ରେ ଜଳାଶୟ ୨ ପାଶର୍‌ବରେ ପଥର ପ୍ୟାକିଂ ଏବଂ ଗୋଟିଏ ପାଶର୍‌ବ ପାଚେରି କରାଯାଇଥିଲା। ରାସ୍ତା ପଟକୁ ୨ ପାଶର୍‌ବରେ ପାହାଚ ହେବାର ଥିଲା, ଏହି କାମ ପାଇଁ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। ଏଥିରେ ଅବଶିଷ୍ଟ ୨ ପାଶର୍‌ବ ପଥର ପ୍ୟାକିଂ ସହ ପାଚେରି କରାଯିବା କଥା। ଏଥିସହ ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଜଳାଶୟରେ ବୋଟିଂ ସୁବିଧା କରାଯିବାକୁ ଚିନ୍ତା କରାଯାଇଥିଲା। କେବଳ ଏତିକି ନୁହେଁ ଏହା ଚାରିପଟେ ପାର୍କ, ଆଲୋକୀକରଣ ଆଦି ବ୍ୟବସ୍ଥା ହେବ ବୋଲି କୁହାଯାଇଥିଲା। କିନ୍ତୁ ଅନେକ କାମ ବାକି ରହି ଯାଇଥିବା ବେଳେ ଠିକାଦାର କାମ ବନ୍ଦ କରି ଛାଡି ଚାଲି ଯାଇଛନ୍ତି ବୋଲି ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି। ସେହିପରି ଗୋବରୀ ନଦୀ ପୋତି ହୋଇଯିବାରୁ ଲୋକେ ପାଣି ପାଇ ପାରୁନାହାନ୍ତି। ଏହାର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଯେଉଁ ୧୩ କୋଟି ବ୍ୟୟ କରାଯାଇ ଉଦ୍ଧାର କାର୍ଯ୍ୟ ହେଉଛି ସେ ମଧ୍ୟ ଅଧାରୁ ବନ୍ଦ ରହିଛି। ଏଥିମଧ୍ୟରେ କୌଣସି ଗୋଟିଏ ହେଲେ ବି ପ୍ରକଳ୍ପ ଶେଷ ହୋଇ ପାରି ନାହିଁ। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ପୌରାଞ୍ଚଳରେ ଥିବା ସରକାରୀ ପୋଖରୀ ପୁନରୁଦ୍ଧାର ପାଇଁ ଚିନ୍ତା କରାଯାଉଛି। ଏସବୁ ଉପରେ ବ୍ୟାପକ ସମୀକ୍ଷା ପରେ ପଦକ୍ଷେପ ନିଆଯିବ। କଚେରି ପୋଖରୀ କାମ ଚାଲିଛି ଖୁବ୍‌ଶୀଘ୍ର ଶେଷ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri