Posted inଜାତୀୟ

ମୋଦିଙ୍କୁ ଆଣ୍ଠୁମାଡି ଦଣ୍ଡବତ କଲେ ୧୨୬ ବର୍ଷୀୟ ବୃଦ୍ଧ: ଜାଣନ୍ତୁ ତାଙ୍କ ଦୀର୍ଘାୟୁ ପଛର ରହସ୍ୟ

ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଲୋକଙ୍କୁ ସମ୍ମାନୀତ କରିଛନ୍ତି। ବାରାଣସୀର ୧୨୬ ବର୍ଷ ବୟସ୍କା ସ୍ବାମୀ ଶିବାନନ୍ଦଙ୍କୁ ଭାରତୀୟ ଜୀବନଶୈଳୀ ଏବଂ ଯୋଗର ପ୍ରଚାର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ସମ୍ମାନ ପାଇବା ପାଇଁ ସେ ରାଷ୍ଟ୍ରୀୟ ଭବନରେ ପହଞ୍ଚିଥିଲେ। ସମସ୍ତଙ୍କ ନଜର ତାଙ୍କ ସରଳତା ଉପରେ ଥିଲା। ପଦ୍ମଶ୍ରୀ ପୁରସ୍କାର ନେବା ପାଇଁ ଶିବାନନ୍ଦ ଖାଲି ପାଦରେ ପହଞ୍ଚିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ଆଣ୍ଠୁମାଡି ଦଣ୍ଡବତ ହୋଇଥିଲେ। ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସେହିଭଳି ପ୍ରଣାମ କଲେ। ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏବେ ସମସ୍ତେ ଶିବାନନ୍ଦଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ବିଶେଷକରି ଲୋକମାନେ ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ଜାଣିବାକୁ ଆଗ୍ରହୀ। କିଛି ବର୍ଷ ପୂର୍ବେ, ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଦୈନିକ ଯୋଗ କରିବା ବ୍ୟତୀତ ଯୌନ ସମ୍ପର୍କଠାରୁ ଦୂରତା ତାଙ୍କର ଦୀର୍ଘାୟୁ ପଛର ରହସ୍ୟ।


ଶିବାନନ୍ଦ କହିଥିଲେ, ସେ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତି ଏବଂ ମସଲାଯୁକ୍ତ ମଧ୍ୟ ଖାଆନ୍ତି ନାହାଁନ୍ତି। ଏହା ବ୍ୟତୀତ ପ୍ରତିଦିନ ଯୋଗ କରିବା ତାଙ୍କ ଜୀବନର ଏକ ଅଂଶ। ଶିବାନନ୍ଦଙ୍କ ପାସପୋର୍ଟ ଅନୁଯାୟୀ ସେ ଅଗଷ୍ଟ ୮, ୧୮୯୬ରେ ଜନ୍ମଗ୍ରହଣ କରିଥିଲେ। ଏହିପରି ଭାବରେ ତାଙ୍କୁ ଏବେ ୧୨୬ ବର୍ଷ ବୟସ ଏବଂ ସେ ତିନି ଶତାବ୍ଦୀ ଦେଖିଛନ୍ତି। ସେ ଏବେ ବି ଘଣ୍ଟା ଘଣ୍ଟା ପାଇଁ ଯୋଗ କରନ୍ତି। ଅତ୍ୟଧିକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଶିବାନନ୍ଦ ସନ୍ନ୍ୟାସୀ ରାସ୍ତା ବାଛିଥିଲେ। ଏହା ବ୍ୟତୀତ ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଶିବାନନ୍ଦ କହନ୍ତି, ମୁଁ ଏକ ସରଳ ଏବଂ ଶୃଙ୍ଖଳିତ ଜୀବନ ବିତାଉଛି। ମୁଁ ସିଝା ଖାଦ୍ୟ ଖାଏ। ଏଥିରେ କୌଣସି ପ୍ରକାରର ତେଲ କିମ୍ବା ମସଲା ଥାଏ। ମୁଁ ସାଧାରଣତଃ ମସୁର ଡାଲି, ଭାତ ଏବଂ କଞ୍ଚା ଲଙ୍କା ଖାଏ। ସେ ସବୁବେଳେ ଚଟାଣ ଉପରେ ଶୁଅନ୍ତି। କେବଳ ଏତିକି ନୁହେଁ, ସେ କ୍ଷୀର ଏବଂ ଫଳ ମଧ୍ୟ ଖାଆନ୍ତି ନାହିଁ କାରଣ ଏଗୁଡ଼ିକ ସ୍ବତନ୍ତ୍ର ଖାଦ୍ୟ ଅଟେ।


ଶିବାନନ୍ଦଙ୍କ ଉଚ୍ଚତା ୫ ଫୁଟ ୨ ଇଞ୍ଚ। ମାତ୍ର ୬ ବର୍ଷ ବୟସରେ ମାତାପିତାଙ୍କୁ ହରାଇଥିଲେ। ତା’ପରେ ତାଙ୍କୁ ତାଙ୍କ ସମ୍ପର୍କୀୟମାନେ ଏକ ଆଧ୍ୟାତ୍ମିକ ଗୁରୁଙ୍କ ନିକଟରେ ଛାଡିଦେଇଥିଲେ। ଗୁରୁଙ୍କ ସହ ସେ ଦେଶ ଭ୍ରମଣ କରିଥିଲେ। ଆଜିର ଟେକ୍ନୋଲୋଜି ଯୁଗ ସହ ତାଳ ଦେବାକୁ ତାଙ୍କର ଆଦୌ ଆଗ୍ରହ ନାହିଁ ଏବଂ ସେ ପୁରୁଣା ଢଙ୍ଗରେ ଜୀବନଯାପନ କରୁଛନ୍ତି। ଶିବାନନ୍ଦ କୁହନ୍ତି, ପୂର୍ବରୁ ଲୋକମାନେ କମ ଜିନିଷରେ ଖୁସି ଥିଲେ। ଆଜି ସବୁ ଜିନିଷ ଥାଇ ମଧ୍ୟ ଲୋକମାନେ ଅସନ୍ତୁଷ୍ଟ, ଅସୁସ୍ଥ। ଲୋକଙ୍କ ମଧ୍ୟରେ ସଚ୍ଚୋଟତା ମଧ୍ୟ ହ୍ରାସ ପାଇଛି। ଏହା ମୋତେ ବହୁତ କଷ୍ଟ ଦିଏ। ମୁଁ ଚାହେଁ ଲୋକମାନେ ଖୁସି, ସୁସ୍ଥ ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri