Posted inଜାତୀୟ

ଏସପି ପାଇଁ ଘାତକ ହୋଇ ପାରନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ, ବ୍ରାହ୍ମଣ-ହିନ୍ଦୁ ଧର୍ମ ବିରୋଧରେ ଦେଇଥିଲେ ମନ୍ତବ୍ୟ…

ଲକ୍ଷ୍ନୌ,୨୧।୯ : ବ୍ରାହ୍ମଣ ମହାସଭା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ରାହ୍ମଣ ଏବଂ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏହାକୁ ବିରୋଧ କରି ବ୍ରାହ୍ମଣ ମହାସଭା ମୌର୍ଯ୍ୟଙ୍କ ପୁତ୍ତଳିକା ପୋଡିଛନ୍ତି। ପ୍ରଦର୍ଶନକାରୀ ମୋର୍ଯ୍ୟଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ତାଙ୍କୁ ଜେଲ ପଠାଇବାକୁ ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ଦାବି କରାଯାଇଛି।

ସେ ସେପ୍ଟେମ୍ବର ୧୯ ରେ ହରଦୋଇରେ ପହଞ୍ଚି ଏକ କାର୍ଯ୍ୟକ୍ରମ ସମୟରେ ମଞ୍ଚରୁ ହିନ୍ଦୁ ଧର୍ମ ଏବଂ ବ୍ରାହ୍ମଣବାଦ ବିରୋଧରେ ଭାଷଣ ଦେଇଥିଲେ। ଏହା ଦ୍ୱାରା ମୌର୍ଯ୍ୟ ସମାଜବାଦୀ ପାର୍ଟି(ଏସପି) ପାଇଁ ଘାତକ ହୋଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ମୌର୍ଯ୍ୟ, ହରଦୋଇରେ ହିନ୍ଦୁ ଧର୍ମକୁ ତୁଚ୍ଛ ବୋଲି ବର୍ଣ୍ଣନା କରିବାବେଳେ ବ୍ରାହ୍ମଣମାନଙ୍କ ବିରୁଦ୍ଧରେ ଆପତ୍ତି ଜନକ ଶବ୍ଦ ବ୍ୟବହାର କରିଥିଲେ। ବ୍ରାହ୍ମଣ ମହାସଭାର ଲୋକମାନେ ମୌର୍ଯ୍ୟଙ୍କ ଫଟୋକୁ ଛକରେ ରଖି ଜୋତା ମାଳ ପିନ୍ଧାଇଥିଲେ। ବ୍ରାହ୍ମଣ ମହାସଭାର ଏହି ପ୍ରଦର୍ଶନ ସମୟରେ ବହୁ ସଂଖ୍ୟକ ପୋଲିସ ବାହିନୀ ମଧ୍ୟ ଉପସ୍ଥିତ ଥିଲେ।

ବ୍ରାହ୍ମଣ ମହାସଭାର ଜିଲା ସଭାପତି ନୀରଜ ଆୱସ୍ତି କହିଛନ୍ତି ହିନ୍ଦୁ ଧର୍ମ ଏବଂ ବ୍ରାହ୍ମଣମାନଙ୍କ ବିଷୟରେ ମୌର୍ଯ୍ୟଙ୍କ ବିବୃତ୍ତି ଯୋଗୁଁ ହିନ୍ଦୁ ଧର୍ମ ଏବଂ ବ୍ରାହ୍ମଣମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି। ସେ ସନାତନ ଧର୍ମ ଏବଂ ବ୍ରାହ୍ମଣଙ୍କ ବିରୋଧରେ ନିଜର ବିବୃତ୍ତି ବନ୍ଦ କରିବା ଉଚିତ, ନଚେତ ତାଙ୍କ ଭାବମୂର୍ତ୍ତି ପ୍ରଭାବିତ ହେବ।

ଏହା ପୂର୍ବରୁ ମଧ୍ୟ ସେ ହିନ୍ଦୁ ଧର୍ମ ଏବଂ ବ୍ରାହ୍ମଣମାନଙ୍କ ବିଷୟରେ ବିବାଦୀୟ ବିବୃତ୍ତି ମଧ୍ୟ ଦେଇଥିଲେ। ସେ ରାମଚରିତମାନସ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ, ଯାହା ପରେ ଏକ ବଡ ଆଲୋଡ଼ନ ସୃଷ୍ଟି ହୋଇଥିଲା। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନ ଆଗକୁ ଅଛି। ଏଭଳି ପରିସ୍ଥିତିରେ ମୌର୍ଯ୍ୟଙ୍କ ହିନ୍ଦୁ ଧର୍ମ ଏବଂ ବ୍ରାହ୍ମଣମାନଙ୍କ ସମ୍ବନ୍ଧରେ ଦେଇଥିବା ବିବୃତ୍ତି ସମାଜବାଦୀ ଦଳ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri