ଏଣିକି ଅନଲାଇନ୍‌ରେ କିଣି ପାରିବେ ବାଇକ୍‌-ସ୍କୁଟର୍‌; Flipkart ସହ ହାତ ମିଳାଇଲା…

ନୂଆଦିଲ୍ଲୀ,୧୩।୪: ସୁଜୁକି ୨ ଚକିଆ କମ୍ପାନୀ ଫ୍ଲିପକାର୍ଟ ସହିତ ହାତ ମିଳାଇଛି। ବର୍ତ୍ତମାନ ଏହି ସହଭାଗୀତା ଅଧୀନରେ କମ୍ପାନୀ Flipkart ରେ Avenis, V-Strom SX, Gixxer ଏବଂ Gixxer SF ୨୫୦ ଦୁଇ ଚକିଆ ଯାନ ବିକ୍ରି କରିବ। ଖୁବ୍‌ଶୀଘ୍ର ଗ୍ରାହକମାନେ Flipkart ମାଧ୍ୟମରେ ଏହି ବାଇକ ଏବଂ ସ୍କୁଟରଗୁଡ଼ିକ ଅର୍ଡର କରିପାରିବେ। ସୁଜୁକି ଏହାର ବିକ୍ରୟ ବୃଦ୍ଧି ଏବଂ ଗ୍ରାହକଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନେଇଛି।

ସୁଜୁକି ମୋଟରସାଇକେଲ ଇଣ୍ଡିଆ ଆର୍ଥିକ ବର୍ଷ ୨୫ରେ ଏହାର ସର୍ବୋଚ୍ଚ ବିକ୍ରୟ ହାସଲ କରିଛି, ଯେଉଁଥିରେ ଘରୋଇ ଏବଂ ରପ୍ତାନି ବଜାରରେ ମୋଟ ୧୨,୫୬,୧୬୧ ଦୁଇଚକିଆ ଯାନ ବିକ୍ରି ହୋଇଛି। ଏହା ଆର୍ଥିକ ବର୍ଷ ୨୪ରେ ବିକ୍ରି ହୋଇଥିବା ୧୧,୩୩,୯୦୨ ୟୁନିଟ ତୁଳନାରେ ୧୧ ପ୍ରତିଶତ ବୃଦ୍ଧ ଦର୍ଶାଉଛି। କମ୍ପାନୀ ୧୨୫ ସିସି ସ୍କୁଟର ବଜାରରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି, ଏହାର ବିକ୍ରୟରେ ଆକ୍ସେସ ମଡେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଆକର୍ଷଣୀୟ କଥା ହେଉଛି ଗତ ୪ ବର୍ଷ ମଧ୍ୟରେ ସୁଜୁକିର ବିକ୍ରି ଦ୍ୱିଗୁଣିତ ହୋଇଛି। ଆର୍ଥିକ ବର୍ଷ ୨୪ରେ ସୁଜୁକିର ଘରୋଇ ବିକ୍ରୟ ୧୦,୪୫,୬୬୨ ୟୁନିଟରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ବିକ୍ରି ହୋଇଥିବା ୯,୨୧,୦୦୯ ୟୁନିଟ ତୁଳନାରେ ୧୪% ଅଧିକ। କମ୍ପାନୀ ସେହି ସମୟ ମଧ୍ୟରେ ୨,୧୦,୪୯୯ ୟୁନିଟ ରପ୍ତାନି କରିଛି, ଯାହା FY୨୪ ରେ ୨,୧୨,୮୯୩ ୟୁନିଟ ତୁଳନାରେ ସାମାନ୍ୟ କମ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri