ଏଣିକି ଅନଲାଇନ୍‌ରେ କିଣି ପାରିବେ ବାଇକ୍‌-ସ୍କୁଟର୍‌; Flipkart ସହ ହାତ ମିଳାଇଲା…

ନୂଆଦିଲ୍ଲୀ,୧୩।୪: ସୁଜୁକି ୨ ଚକିଆ କମ୍ପାନୀ ଫ୍ଲିପକାର୍ଟ ସହିତ ହାତ ମିଳାଇଛି। ବର୍ତ୍ତମାନ ଏହି ସହଭାଗୀତା ଅଧୀନରେ କମ୍ପାନୀ Flipkart ରେ Avenis, V-Strom SX, Gixxer ଏବଂ Gixxer SF ୨୫୦ ଦୁଇ ଚକିଆ ଯାନ ବିକ୍ରି କରିବ। ଖୁବ୍‌ଶୀଘ୍ର ଗ୍ରାହକମାନେ Flipkart ମାଧ୍ୟମରେ ଏହି ବାଇକ ଏବଂ ସ୍କୁଟରଗୁଡ଼ିକ ଅର୍ଡର କରିପାରିବେ। ସୁଜୁକି ଏହାର ବିକ୍ରୟ ବୃଦ୍ଧି ଏବଂ ଗ୍ରାହକଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଏହି ନିଷ୍ପତ୍ତି ନେଇଛି।

ସୁଜୁକି ମୋଟରସାଇକେଲ ଇଣ୍ଡିଆ ଆର୍ଥିକ ବର୍ଷ ୨୫ରେ ଏହାର ସର୍ବୋଚ୍ଚ ବିକ୍ରୟ ହାସଲ କରିଛି, ଯେଉଁଥିରେ ଘରୋଇ ଏବଂ ରପ୍ତାନି ବଜାରରେ ମୋଟ ୧୨,୫୬,୧୬୧ ଦୁଇଚକିଆ ଯାନ ବିକ୍ରି ହୋଇଛି। ଏହା ଆର୍ଥିକ ବର୍ଷ ୨୪ରେ ବିକ୍ରି ହୋଇଥିବା ୧୧,୩୩,୯୦୨ ୟୁନିଟ ତୁଳନାରେ ୧୧ ପ୍ରତିଶତ ବୃଦ୍ଧ ଦର୍ଶାଉଛି। କମ୍ପାନୀ ୧୨୫ ସିସି ସ୍କୁଟର ବଜାରରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି, ଏହାର ବିକ୍ରୟରେ ଆକ୍ସେସ ମଡେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଆକର୍ଷଣୀୟ କଥା ହେଉଛି ଗତ ୪ ବର୍ଷ ମଧ୍ୟରେ ସୁଜୁକିର ବିକ୍ରି ଦ୍ୱିଗୁଣିତ ହୋଇଛି। ଆର୍ଥିକ ବର୍ଷ ୨୪ରେ ସୁଜୁକିର ଘରୋଇ ବିକ୍ରୟ ୧୦,୪୫,୬୬୨ ୟୁନିଟରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ବିକ୍ରି ହୋଇଥିବା ୯,୨୧,୦୦୯ ୟୁନିଟ ତୁଳନାରେ ୧୪% ଅଧିକ। କମ୍ପାନୀ ସେହି ସମୟ ମଧ୍ୟରେ ୨,୧୦,୪୯୯ ୟୁନିଟ ରପ୍ତାନି କରିଛି, ଯାହା FY୨୪ ରେ ୨,୧୨,୮୯୩ ୟୁନିଟ ତୁଳନାରେ ସାମାନ୍ୟ କମ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri