ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡାଦେଶ ଆଶଙ୍କା…

ନାପିଦ୍ୱ,୮।୧୨: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବରୁ ଏହି ଦଣ୍ଡକୁ ଚାରି ବର୍ଷ କରାଯାଇଥିଲା। କିନ୍ତୁ ପରେ ଏହାକୁ ଦୁଇ ବର୍ଷକୁ ହ୍ରାସ କରାଯାଇଥିଲା। ଷ୍ଟେଟ ଟିଭି ଅନୁଯାୟୀ, ସୁ ଚୀଙ୍କୁ ପ୍ରଥମେ ଏଥିପାଇଁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା, କିନ୍ତୁ ଦେଶର ସାମରିକ ମୁଖ୍ୟମାନେ ଏହାକୁ ଦୁଇ ବର୍ଷକୁ ହ୍ରାସ କରିଥିଲେ।

ସୁ ଚୀଙ୍କ ବିରୋଧରେ ବହୁ ଅଭିଯୋଗ ରହିଛି। ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସୁ ଚୀଙ୍କୁ ୧୦୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ତାଙ୍କ ବିରୋଧରେ ଦୁର୍ନୀତି, ସରକାରୀ ଗୁପ୍ତ କାର୍ଯ୍ୟର ଉଲ୍ଲଂଘନ, ଟେଲିକମ ଆଇନ ଏବଂ କରୋନା ନିୟମ ଉଲ୍ଲଂଘନ ଭଳି ଅଭିଯୋଗ ରହିଛି। ଏସବୁର ବିଚାର ଜାରି ରହିଛି। ତେବେ ସୁ ଚୀ ସୈନ୍ୟବାହିନୀର ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ମିଳିତ ଜାତିସଂଘ, ୟୁରୋପୀୟ ୟୁନିଅନ ଏବଂ ବ୍ରିଟେନ ସରକାର ସମେତ ଅନେକ ଅନ୍ତର୍ଜାତୀୟ ସଂଗଠନ କୋର୍ଟର ନିଷ୍ପତ୍ତି ଏବଂ ଜେଲ ଦଣ୍ଡକୁ ନିନ୍ଦା କରିଛନ୍ତି। ସମସ୍ତେ ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଅଦାଲତର ଏହି ନିଷ୍ପତ୍ତି ପରେ ମ୍ୟାନମାରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁ ଚୀଙ୍କୁ ଦିଆଯାଇଥିବା ଦଣ୍ଡ ଦର୍ଶାଇଛି ଯେ ଆଇନ ଉପରେ କେହି ନାହାଁନ୍ତି ଏବଂ ସେନା ମୁଖ୍ୟ କେବଳ ମାନବିକତା କାରଣରୁ ତାଙ୍କ ଦଣ୍ଡକୁ ହ୍ରାସ କରିଛନ୍ତି।

ଖବର ଅନୁଯାୟୀ, ସୁ ଚୀଙ୍କ ବିରୋଧରେ ମାମଲା ତାଙ୍କୁ ବଦନାମ କରିବା ତଥା ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବା ପାଇଁ ଷଡଯନ୍ତ୍ର ଭାବରେ କରାଯାଇଛି। ମ୍ୟାନମାରର ସମ୍ବିଧାନରେ ଜେଲରେ ଦଣ୍ଡିତ ହେବା ପରେ କାହାକୁ ଉଚ୍ଚ ପଦବୀରେ ରହିବାକୁ କିମ୍ବା ସାଂସଦ-ବିଧାୟକ ହେବାକୁ ବାରଣ କରାଯାଇଛି।

ମ୍ୟାନମାର ନିର୍ବାଚନରେ ସୁ ଚୀଙ୍କ ଦଳ ଏକତରଫା ବିଜୟ ହାସଲ କରିଥିବାବେଳେ ସେନା ସହ ଜଡିତ ଦଳକୁ ବହୁ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଫଳରେ ସେନା ପକ୍ଷରୁ ଭୋଟରେ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା। କିନ୍ତୁ ନିରପେକ୍ଷ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ତଦନ୍ତରେ କୌଣସି ଅନିୟମିତତା ହୋଇ ନ ଥିବା ଜଣା ପଡ଼ିଥିଲା। ମାତ୍ର ପରେ ସାମରିକ ଶାସକ କ୍ଷମତା ଦଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ, ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri