Posted inଅପରାଧ

ଚରିତ୍ରକୁ ସନ୍ଦେହ କରି ଝିଅକୁ ପିଟି ପିଟି ମାରିଦେଲା ବାପା

ବେମେତରା, ୧୯।୭: ଝିଅର ଚରିତ୍ରକୁ ସନ୍ଦେହ କରି ଜଣେ ବାପା କେତେ ହିଂସ୍ରରୂପ ଧାରଣ କରିବାରେ ତାହା ଛତିଶଗଡ଼ର ବେମେତରା ଜିଲାରେ ଦେଖିବାକୁ ମିଳିଛି। ବେମେତରାର ନାନ୍ଦଲ ଗ୍ରାମର ହରିଶଙ୍କର ସାହୁ କିଛିଦିନ ହେବ ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅର ଚରିତ୍ର ଉପରେ ସନ୍ଦେହ ପ୍ରକାଶ କରି ଆସୁଥିଲେ। ହରିଶଙ୍କରଙ୍କ ଝିଅର ସେହି ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ସେହି କାରଣଣୁ ସେ ଅଧିକାଂଶ ସମୟ ଚାପରେ ରହୁଥିଲେ। ଏପରିକି ଝିଅ ଚରିତ୍ର ଉପରେ ସନ୍ଦେହ କରିବାରେ ଲାଗିଥିଲେ। ଶେଷରେ କ୍ରୋଧରେ ଦିନେ ହିତାହିତ ଜ୍ଞାନ ଭୁଲି ଝିଅକୁ ପିଟିପିଟି ମାରି ଦେଇଥିଲେ। ଏହି ଘଟଣା ଗତ ବୁଧବାର ଘଟିଥିଲା। ବେମେତରା ଜିଲା ଚିକିତ୍ସାଳୟରେ ଚିକିତ୍ସତ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ତଦନ୍ତ କରି ହରିଶଙ୍କର ଝିଅକୁ ପିଟି ପିଟି ମାରିଥିବା ଜାଣିବାକୁ ପାଇଥିଲା। ଏହାପରେ ତାଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ହରିଶଙ୍କର ପ୍ରଥମେ ଏହାକୁ ଅସ୍ବୀକାର କରିଥିଲା। କିନ୍ତୁ ପୋଲିସର ଚାପରେ ସେ ବେଶି ସମୟ କଥାକୁ ଲୁଚାଇ ରଖିପାରି ନ ଥିଲେ। ଏବଂ ଶେଷରେ ଝିଅକୁ ମାରି ଦେଇଥିବା ସ୍ବୀକାର କରିଥିଲେ। ଏହି ଘଟଣାରେ ପୋଲିସ ହରିଶଙ୍କରକୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ...

ଜଳେଶ୍ୱରରେ ଥମୁନି ଧଳା ଜହର କାରବାର: ୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର,୫।୨(ଡି.ଏନ୍‌.ଏ.): ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର। ବୁଧବାର ଜଳେଶ୍ୱର ପୋଲିସ ୫୦ ଗ୍ରାମର ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ,ଗୋଟିଏ ବାଇକ ଜବତ...

ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ଲୁଟ୍‌ର ୨୪ ଘଣ୍ଟା ନ ପୂରୁଣୁ ହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୨୨ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ (୩୫) ନାମକ ଯୁବକଙ୍କଠାରୁ ୨୦ ତାରିଖ ଅପରାହ୍ନରେ ଦୁର୍ବୃତ୍ତ...

ଯୁବକଙ୍କୁ ଗୋଡ଼େଇ ହାଣିବା ଘଟଣାରେ ୮ ଅଟକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶହୀଦନଗର ଥାନା ୟୁନିଟ୍‌-୯ ଗ୍ରୀଡ୍‌କୋ କଲୋନୀରେ ଯୁବକ ପି.ଆକାଶ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋଷ୍ଠୀ...

ଜେଲ୍‌ରୁ କଏଦୀ ଚମ୍ପଟ

ହିନ୍ଦୋଳ,୨ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍‌ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ...

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ଡ୍ରାଇଭର ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଜଳେଶ୍ବରରୁ ଶୁକ୍ରବାର ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜିଲା ଅବକାରୀ ଦାୟିତ୍ୱରେ ଥିବା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଜଳେଶ୍ବରରେ ୧୦...

ପୋଲିସ ସମ୍ମୁଖରୁ ଚମ୍ପଟ ମାରିଲେ ମୁଖ୍ୟ ଗୁଟ୍‌ଖା ବ୍ୟବସାୟୀ, ୨ ମୋଟରସାଇକେଲ ଜବତ; ୩ ଗିରଫ

ପୁରୁଷୋତ୍ତମପୁର,୧୪ା୫(ଡି.ଏନ୍‌.ଏ.): ମାରାତ୍ମକ କରୋନାକୁ ନେଇ ପ୍ରଶାସନ ପକ୍ଷରୁ ଗୁଟ୍‌ଖା ପରି ମାଦକ ଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର...

ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

Advertisement


Archives

Model This Week