ଯାଞ୍ଚ ପ୍ରକ୍ରିୟାରେ ଅବହେଳା ସନ୍ଦେହ

ପୁରୀ ଅଫିସ,୧୫।୭: ଜାଲ୍‌ ପ୍ରମାଣପତ୍ର ଦେଇ ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ମହାବିଦ୍ୟାଳୟରେ ଆଡ୍‌ମିଶନ କରିଥିବା ୧୧ଜଣ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନକୁ ଉଚ୍ଚଶିକ୍ଷା ବିଭାଗ ଅବୈଧ ଘୋଷଣା କରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଜାଲ୍‌ ପ୍ରମାଣପତ୍ର ଦେଇ ଆଡ୍‌ମିଶନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ସେହିଭଳି ଠିକ ଭାବେ କାହିଁକି ଯାଞ୍ଚ କରାଗଲା ନାହିଁ ତାହାକୁ ନେଇ ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଛି। ପୁରୀ ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର କହିଛନ୍ତି, ଜଣେ ଆବେଦନକାରୀ ପ୍ରମାଣପତ୍ର ଦାଖଲ କରିବା ବେଳେ ତାହାକୁ ଠିକ୍‌ ଭାବେ ଯାଞ୍ଚ କରିବା କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ । ଭିନ୍ନକ୍ଷମ ପ୍ରମାଣପତ୍ରର ବିଶ୍ୱସନୀୟତା ଜାଣିବା ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି କରାଯିବା କଥା। ଫଳରେ କେଉଁ ଆବେଦନକାରୀ ମିଛ ପ୍ରମାଣପତ୍ର ଦାଖଲ କଲେ ତାହା ତଦନ୍ତ ଦ୍ୱାରା ସହଜରେ ଜଣାପଡ଼ିଥାନ୍ତା। ମାତ୍ର କଲେଜ ସେଭଳି କରୁନାହିଁ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କୁ ମିଛ ପ୍ରମାଣପତ୍ର ଦାଖଲ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରାଯାଉଛି। ତେବେ ଏସ୍‌ସିଏସ୍‌ କଲେଜରେ ଏଭଳି ପରମ୍ପରା ବହୁ ପୁରୁଣା। କେତେଜଣ ରାଜନୈତିକ ଦଲାଲ ପିଲାଙ୍କଠାରୁ ପ୍ରତିବର୍ଷ ଟଙ୍କା ନେଇ ଏଭଳି ଆଡ୍‌ମିଶନ କରାଉଛନ୍ତି। ଏଭଳି ବ୍ୟବସ୍ଥାର ମୂଳୋତ୍ପୋଟନ ପାଇଁ ମିଛ ପ୍ରମାଣପତ୍ର ଦାଖଲ କରିଥିବା ପିଲାଙ୍କୁ କଲେଜ ତରଫରୁ କାରଣ ଦର୍ଶାଅ ନୋଟିସ କରାଯିବା ଦରକାର। ଫଳରେ ଆବେଦନକାରୀଙ୍କ ପ୍ରଚ୍ଛଦପଟରେ ଥିବା ଦଲାଲମାନଙ୍କୁ ଧରିବା ସମ୍ଭବପର ହୋଇପାରିବ। ଅନ୍ୟପକ୍ଷରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର ଏସମ୍ପର୍କରେ କହିଛନ୍ତି, ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ ପାଇଁ କଲେଜ ତରଫରୁ ଆବେଦନ ଆସିବା ପରେ ଯାଞ୍ଚ କରିଥିଲୁ। ତେବେ ଯାଞ୍ଚରେ ଅତି ସହଜରେ ନକଲି ପ୍ରମାଣପତ୍ର ଚିହ୍ନଟ କରିହୋଇଥିଲା। ସବୁ ଭିନ୍ନକ୍ଷମଙ୍କର ଏକ ସ୍ବତନ୍ତ୍ର ୟୁଡିଆଇଡି ନମ୍ବର ରହିଛି। ନକଲି ପ୍ରମାଣପତ୍ରରେ ଥିବା ନମ୍ବର ସରକାରୀ ତଥ୍ୟ ସହ ମେଳ ନ ଖାଇଲେ ତାହା ନକଲି ବୋଲି ଧରାପଡ଼ିଥାଏ। ସଂପୃକ୍ତ ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ଆବେଦନକାରୀଙ୍କ ପ୍ରମାଣପତ୍ର ହସ୍ତଗତ ହୋଇଥିଲା ଓ ୧୧ ଜଣଙ୍କ ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଥିଲା। ସେହିଭଳି ପ୍ରତିବର୍ଷ ଆଡ୍‌ମିଶନ ବେଳେ ପ୍ରମାଣପତ୍ର ଯାଞ୍ଚ ପାଇଁ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ଦିଆଯାଏ ନାହିଁ। ଚଳିତ ବର୍ଷ ଯାଞ୍ଚ ପାଇଁ ଦେବା ବ୍ୟତିକ୍ରମ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆଡ୍‌ମିଶନ ବେଳେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟକୁ ପ୍ରମାଣପତ୍ର ସମ୍ପର୍କିତ ତଥ୍ୟ ନ ଦେଇ ନିଜ ମନଇଚ୍ଛା କିପରି କାର୍ଯ୍ୟ କରାଗଲା। ସେହିଭଳି କଂଗ୍ରେସ ଯୁବନେତା ଆଲୋକ କୁମାର ଦାଶ କହିଛନ୍ତି, ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି ପୁରୀ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବ। ଏଭଳି ଅବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପଦକ୍ଷେପ ନେବାକୁ ଦାବି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri