ଉଚ୍ଛେଦ ପୂର୍ବରୁ ସ୍ଥଗିତାଦେଶ: ପରବର୍ତ୍ତୀ ନିର୍ଦ୍ଦେଶକୁ ତହସିଲଦାରଙ୍କ ଅପେକ୍ଷା

ଭଞ୍ଜନଗର,୫।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ରେଡକ୍ରସ ରୋଡର ଗାୟତ୍ରୀ ମନ୍ଦିରକୁ ଲାଗି କେଦାରନାଥ ପାତ୍ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରୁଛନ୍ତି। ଉକ୍ତ କଲ୍ୟାଣ ମଣ୍ଡପରେ କିଛି ସରକାରୀ ଜମି ଜବରଦଖଲ ହୋଇଥିବା ସାହି ବାସିନ୍ଦା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ତହସିଲଦାର ଜବରଦଖଲ ଉଚ୍ଛେଦ ପାଇଁ କେଦାରନାଥଙ୍କୁ ନୋଟିସ ପଠାଇଥିଲେ। କିନ୍ତୁ କେଦାର ନୋଟିସ ଗ୍ରହଣ କରି ନ ଥିଲେ। ଶେଷରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବିବାଦୀୟ ଜମିରେ ଗତ ରବିବାର ନୋଟିସ ମରାଯାଇଥିଲା। ଏଥିସହ ଆସନ୍ତା ୭ ତାରିଖରେ ତାହାକୁ ଭାଙ୍ଗିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ଏହା ପୁର୍ବରୁ କେଦାରନାଥ ଭଞ୍ଜନଗର ଉପ ଜିଲାପାଳଙ୍କ କୋର୍ଟରେ ନିଜ ପକ୍ଷ ରଖି ମାମଲା ଦାଖଲ କରିଥିଲେ। ତେଣୁ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ତେଣୁ ୭ ତାରିଖରେ ହେବାକୁ ଥିବା ଉଚ୍ଛେଦ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri