ସସପେନ୍ସ ଶେଷ, ନୁସରତ୍‌ ଜାହାଁଙ୍କ ଶିଶୁ ପୁତ୍ରଙ୍କର ଜନ୍ମ ପ୍ରମାଣ ପତ୍ର ଭାଇରାଲ…

କୋଲକାତା,୧୬।୯: ଅଭିନେତ୍ରୀ ନୁସରତ୍‌ ଜାହାଁଙ୍କ ଶିଶୁପୁତ୍ରଙ୍କର ଜନ୍ମପ୍ରମାଣ ପତ୍ର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଦୀର୍ଘଦିନ ଧରି ତାଙ୍କ ପୁତ୍ରଙ୍କ ପିତା କିଏ ସେ ନେଇ ଜାରି ରହିଥିବା ସସ୍‌ପେନ୍ସ ଏବେ ଶେଷ ହୋଇଛି। ଜନ୍ମ ପ୍ରମାଣ ପତ୍ରରେ ଶିଶୁପୁତ୍ରଙ୍କର ନାମ ଇଶାନ୍‌ ଜେ. ଦାସଗୁପ୍ତା ରଖିଛନ୍ତି। ସେହିପରି ପିତାଙ୍କ ନାମ ଦେବାଶିଷ ଦାସଗୁପ୍ତା ରହିଛି। ଫଳରେ ଶିଶୁଙ୍କର ପିତା କିଏ ସେ ନେଇ ଦୀର୍ଘ ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।

ନୁସରତ ସ୍ବାମୀ ନିଖିଲ ଜୈନଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ସେହିପରି ବୟ ଫ୍ରେଣ୍ଡ ୟଶ୍‌ ଦାସଗୁପ୍ତାଙ୍କ ସହିତ ନୁସରତ୍‌ଙ୍କୁ ବହୁ ସ୍ଥାନରେ ଦେଖିବାକୁ ମିଳିଛି। ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, ନିଖିଲ ଅବା ୟଶ୍‌ଙ୍କ ମଧ୍ୟରୁ କିଏ ତାଙ୍କ ଶିଶୁପୁତ୍ରର ପିତା। ମାତ୍ର ଜନ୍ମ ପ୍ରମାଣ ପତ୍ରରେ ନୂଆ ନାମ ଦେଖିବାକୁ ମିଳିଛି।

କେହି କେହି ଏହାକୁ ନେଇ ଚକିତ ହୋଇଯାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ବୟଫ୍ରେଣ୍ଡ ୟଶ୍‌ଙ୍କ ପ୍ରକୃତ ନାମ ହିଁ ଦେବାଶିଷ ଦାସଗୁପ୍ତା। ୟଶ୍‌ଙ୍କୁ ନୁସରତ ଗର୍ଭବତୀ ହେବାପରଠାରୁ ଡେଲିଭରୀ ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଛି।

ସେହିପରି ନବଜାତ ଶିଶୁପୁତ୍ରଙ୍କୁ ଧରି ନୁସରତ ଘରକୁ ଫେରିବା ସମୟରେ ୟଶ୍‌ କାର୍‌ ଚଳାଉଥିବାର ଦେଖିବାକୁ ମିଳିଥିଲା। ଶେଷରେ ଏବେ ୟଶ୍‌ ଇଶାନଙ୍କ ପିତା ପାଲଟିଛନ୍ତି। ତେବେ କୋଲକାତା ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ ଜାରି ହୋଇଥିବା ଜନ୍ମ ପ୍ରମାଣ ପତ୍ର ଦେଖି ବହୁ ଲୋକଙ୍କୁ ପ୍ରଥମେ ଝଟ୍‌କା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କୁ ନୂଆ ଦାୟିତ୍ୱ

ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଭଗବାନ ପାଲଟିଥିବା ଅଭିନେତା ସୋନୁ ସୁଦ ମିଳିଛି ଆଉ ଏକ ନୂଆ ଦାୟିତ୍ୱ। ସୋନୁ ସୁଦଙ୍କୁ ପଞ୍ଜାବ ସରକାର ଟିକାକରଣ ଅଭିଯାନ...

ସଲମାନଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ଭିଣୋଇ

ବମ୍ବେ: ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ରୁ ବାହାର ହୋଇଛନ୍ତି ତାଙ୍କ ଭିଣୋଇ ଆୟୁଷ ଶର୍ମା। ରଚନାତ୍ମକ ମତଭେଦ କାରଣରୁ ସେ...

ଦାମୀ ଡ୍ରେସ ପିନ୍ଧି ଚର୍ଚ୍ଚାରେ ଜାହ୍ନବୀ

ମୁମ୍ବାଇ: ‘ଧଡକ’ ଫିଲ୍ମରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ଲକ୍ଷେ ଦିଲ୍ କି ଧଡକନ ପାଲଟି ଯାଇଛନ୍ତି । ବଲିଉଡ୍ ନାୟିକା...

ଏହି କ୍ରିକେଟରଙ୍କ ପ୍ରେମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା

ମୁମ୍ବାଇ: ସୁନୀଲ ସେଟ୍ଟୀ ଏବଂ ମାନାଙ୍କ ଝିଅ ଆଥିୟା ଏବେ ପ୍ରେମରେ ପଡ଼ିଛନ୍ତି।୨୦୧୫ରେ ନିଖିତ୍ଲ ଆଡଭାନୀଙ୍କ ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ ଆଥିୟା।...

ଆତ୍ମହତ୍ୟା କଲେ ପୁଣି ଜଣେ ଲୋକପ୍ରିୟ ଅଭିନେତା

ମରାଠୀ ଅଭିନେତା ଆଶୁତୋଷ ଭାକରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ନାନ୍ଦେଡରେ ଥିବା ତାଙ୍କ ଘରେ ଆଶୁତୋଷ ଫାଶୀ...

ସ୍ବାମୀଙ୍କ କଥା ପଚରାଯିବାରୁ ରାଗିଗଲେ ଶିଳ୍ପା: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ୍‌ ଚାଲିନାହିଁ। ଯେବେଠୁ ସ୍ବାମୀ ରାଜ କୁନ୍ଦ୍ରା ବୋଲ୍ଡ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ...

ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା...

ନୋରାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି...

Advertisement
Archives

Model This Week