ବାଜିଲା ମୋହର: ଏହି ମହିଳା ହେବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ଆଜି ରାତିରେ…

କାଠମାଣ୍ଡୁ,୧୨।୯: ନେପାଳରେ ଜେନ-ଜି (Gen-Z) ଯୁବଗୋଷ୍ଠୀଙ୍କ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ରାଜନୈତିକ ଅସ୍ଥିରତାରେ ଏକ ନୂତନ ମୋଡ଼ ଆସିଛି। ସୁଶୀଳା କାର୍କୀଙ୍କୁ ଅନ୍ତରିମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ଉପରେ ମୋହର ଲାଗିଛି। ସୂତ୍ରମାନଙ୍କ ଅନୁଯାୟୀ, କାର୍କୀ ଆଜି ହିଁ ଅନ୍ତରିଣ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ ଦିଆଯିବ ଏବଂ ଶପଥ ପରେ ସେ ରାଷ୍ଟ୍ରପତି ଭବନରୁ ବାହାରୁ ଆସିବେ।
ନେପାଳର ରାଜନୈତିକ ଦଳମାନଙ୍କ ମଧ୍ୟରେ ସସଂଦ ଭାଙ୍ଗିବାକୁ ନେଇ ସହମତି ହୋଇଛି। ଏହା ଅର୍ଥ ହେଉଛି ଯେ ଯେତେବଳେ ପରିସ୍ଥିତି ସାଧାରଣ ହେବ, ସେତେବଳେ ନିର୍ବାଚନ ମଧ୍ୟ କରାଯିବ। ଏହା ଜେନ-Z ପ୍ରଦର୍ଶନକାରୀମାନଙ୍କର ଦାବି ଅନୁଯାୟୀ ହୋଇଛି, ଯେଉଁଠାରେ ୬ ମାସ ଭିତରେ ନିର୍ବାଚନ ହେବାର ଘୋଷଣା କରାଯାଇଛି।
ନିକଟରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଜେନ-Z(୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଯୁବକମାନେ)ଙ୍କ ବିରୋଧ ପ୍ରଦର୍ଶନ କାରଣରୁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଯୁବକମାନେ ସଂସଦ ଉପରେ ଆକ୍ରମଣ କରିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ। ଏହି ପ୍ରଦର୍ଶନ ପରେ ଓଲି ସରକାର ପଛକୁ ହଟିଥିଲା। ସୋସିଆଲ ମିଡିଆ ଉପରେ ଲଗାଇଥିବା ବ୍ୟାନ ହଟାଇଥିଲା।
ନେପାଳର ପ୍ରତିନିଧି ସଭାର ଅଧ୍ୟକ୍ଷ ଦେବରାଜ ଘିମିରେ ଏବଂ ଉପର ସଦନ ରାଷ୍ଟ୍ରୀୟ ସଭାର ଅଧ୍ୟକ୍ଷ ନାରାୟଣ ଦାହାଲ ଶୁକ୍ରବାର ଆହ୍ବାନ କରିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ଗତିରୋଧକୁ ସମ୍ବିଧାନର ଆଖପାଖରେ ରହି ସମାଧାନ କରାଯିବା ଉଚିତ। ଏହାକୁ ନେଇ ରାଷ୍ଟ୍ରପତି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ସୁଶୀଳା କାର୍କୀଙ୍କୁ ଦେଶର ଅନ୍ତରିଣ ପ୍ରଧାନମନ୍ତ୍ରୀ କରିବା ଉପରେ ସହମତି ହୋଇଛି। ଏହି ଘଟଣାକୁ ନେପାଳର ରାଜନୈତିକ ଇତିହାସରେ ଏକ ମୁଖ୍ୟ ମୋଡ଼ ଭାବେ ଦେଖାଯାଉଛି, ଯେଉଁଠାରେ ଯୁବଶକ୍ତି ଭ୍ରଷ୍ଟାଚାର ବିରୋଧରେ ପରିବର୍ତ୍ତନ ଆଣିଛି। ଅନ୍ତରିଣ ସରକାର ଗଠନ ପରେ ଦେଶରେ ସ୍ଥିରତା ଫେରାଇବା ଓ ନିର୍ବାଚନ ପାଇଁ ପ୍ରସ୍ତୁତି ନେବାର ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?