ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ପରିବାର ଲୋକ ଓ ସର୍ମ୍ପକୀୟଙ୍କୁ ମଧ୍ୟ ପଚରାଉଚୁରା କରୁଛି। ଏଥିସହ ସୁଶାନ୍ତଙ୍କ ଟୁଇଟରରୁ କିଛି ପୋଷ୍ଟ ଡିଲିଟ କରାଯାଇଛି କି ନାହିଁ ସେନେଇ ମଧ୍ୟ ପୋଲିସ ଖୋଳତାଡ କରୁଛି। ଏଥିପାଇଁ ମୁମ୍ବାଇ ପୋଲିସ ଟୁଇଟର ଇଣ୍ଡିଆକୁ ଏକ ଚିଠି ପଠାଇଛି। ଏହି ଚିଠି ଜରିଆରେ ଟୁଇଟର ଇଣ୍ଡିଆ ହ୍ୟାଣେଡଲର @ItsSSR କାର୍ଯ୍ୟକଳାପ ସମ୍ବନ୍ଧରେ ସବିଶେଷ ତଥ୍ୟ ମଗାଯାଇଛି। ଏଥିସହ ସୁଶାନ୍ତଙ୍କ ଆକାଉଣ୍ଟରୁ କୌଣସି ପୋଷ୍ଟ ଡିଲିଟ୍‌ କରାଯାଇଛି କି ସେନେଇ ମଧ୍ୟ ତଥ୍ୟ ମଗାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଟୁଇଟର ହ୍ୟାଣ୍ଡେଲରେ ତାଙ୍କର ଶେଷ ପୋଷ୍ଟ ୨୦୧୯ ଡିସେମ୍ବର ୨୭ର ରହିଛି। ତେବେ ସୁଶାନ୍ତଙ୍କ ଫ୍ୟାନ ଫଲୋଇଂ ଓ ସୋସିଆଲ ମିଡିଆକୁ ଆଧାର କରି ତାଙ୍କର କୌଣସି ପୋଷ୍ଟ ଡିଲିଟ୍‌ କରାଯାଇଛି କି ନାହିଁ ସେନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ବିବାଦ: ପରୀକ୍ଷା ଅଧାରେ ଛାଡ଼ି ପଳାଇଆସିଲେ ଛାତ୍ରୀ

ବେଙ୍ଗାଲୁରୁ,୧୫।୩: ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବି ୟାଦଗିରର ସୁରପୁରା ତହସିଲର କେମ୍ବାଭି ସରକାରୀ ପୀୟୁ କଲେଜରେ ଏହାକୁ ବିରୋଧ କରାଯାଇଛି। ଉକ୍ତ...

ଧନୁଷ ତୋପ ସେନାରେ ସାମିଲ୍‌: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୧୭।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ତୋପକୁ ସେନାରେ ସାମିଲ୍‌ କରାଯାଇଛି। ଏହାକୁ ନେଇ ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଛି।...

ଚା’ ପିଅନ୍ତୁ, କପ୍‌କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍‌…

ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ...

୪ ଜଣଙ୍କୁ ଦଳିଦେଲା ହାତୀ

ରାଞ୍ଚି,୨୦।୨: ଗୋଠରୁ ଅଲଗା ହୋଇଯାଇଥିବା ଏକ ବଣୁଆ ହାତୀ ଝାଡ଼ଖଣ୍ଡର ଲୋହାରଡାଗା ଜିଲାରେ ୧୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ଦଳି ମାରିଦେଇଛି। ମୃତକମାନେ ହେଲେ ଝାଲୋ ଓରାଂ(୨୮),...

ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ, ୨୬।୧୦: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ। କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ।...

ବିହାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କ୍ରିକେଟ ନିଶା, ଶିଶୁ ମୃତ୍ୟୁ ପ୍ରତି ନାହିଁ ଦରଦ: ଖବରଦାତା ସମ୍ମିଳନୀରେ ପଚାରିଲେ ଗଲାଣି କେତେ ଓ୍ବିକେଟ୍‌

ପାଟନା,୧୮।୬: ବିହାରରେ ଜାପାନିଜ୍‌ ଇନସେଫାଲଇଟିସ୍‌ରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ଓ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇନାହାନ୍ତି ସରକାର: ତୋମାର

ନୂଆଦିଲ୍ଲୀ,୨୦ା୭: କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍‌କେଏମ୍‌)କୁ କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ନିମନ୍ତେ କମିଟି ଗଠନର ପ୍ରତିଶ୍ରୁତି...

ଏମଭିଏରେ ମୁହାଁମୁହିଁ: ଶରଦ-ଉଦ୍ଧବ ବାକ୍‌ଯୁଦ୍ଧ…

ମୁମ୍ବାଇ,୯।୫ : ’ ମହାରାଷ୍ଟ୍ରରେ ଏନସିପିର ନେତୃତ୍ୱକୁ ନେଇ ଚାଲିଥିବା ବିବାଦ ଶେଷ ହୋଇଥାଇପାରେ, କିନ୍ତୁ ଏହା ରାଜ୍ୟ ରାଜନୀତିରେ ବହୁତ ପ୍ରଭାବ ପକାଇଛି। ଦଳର...

Advertisement
Archives

Model This Week