Categories: ଖେଳ

ରେଫରି ଆସେସର କୋର୍ସ କରିବେ ସୁଶାନ୍ତ

କଟକ ଅଫିସ,୧୦ା୭- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ଆନୁକୂଲ୍ୟରେ ଜୁଲାଇ ୧୪ରୁ ୧୬ ପର୍ଯ୍ୟନ୍ତ ବିଧିବଦ୍ଧ ପ୍ଲାଟଫର୍ମ ଜରିଆରେ ଏକ ରେଫରି ଆସେସର କୋର୍ସ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ସୁଶାନ୍ତ ଚନ୍ଦ୍ର ମହାନ୍ତି ଯୋଗଦେବା ପାଇଁ ଏଆଇଏଫଏଫ ଦ୍ୱାରା ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ। ଜାତୀୟ ସ୍ତରୀୟ ରେଫରି ଭାବେ ସୁଶାନ୍ତଙ୍କର ଖ୍ୟାତି ରହିଛି। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଏ ନେଇ ସୁଶାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share