Posted inଖେଳ

ଫସିଗଲେ ସୂର୍ଯ୍ୟକୁମାର: ଫାଇନାଲ ପୂର୍ବରୁ ICCର ବଡ଼ କାର୍ଯ୍ୟାନୁଷ୍ଠାନ 

ଦୁବାଇ,୨୬।୯: ଏସିଆ କପ୍‌ରେ  ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରେ ଅଭିଯୋଗ କରିଥିଲା। ଆଇସିସି ସୂର୍ଯ୍ୟକୁମାରଙ୍କୁ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କ ମ୍ୟାଚ ଫି’ର ୩୦ ପ୍ରତିଶତ ଜରିମାନା ଭାବେ କାଟିଛି। ମ୍ୟାଚ ରେଫରୀ ରିଚି ରିଚାର୍ଡସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବିଜୟ ପରେ ସୂର୍ଯ୍ୟକୁମାର କହିଥିଲେ ଯେ ଏହା ଏକ ଉତ୍ତମ ସୁଯୋଗ। ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକ ପରିବାରଙ୍କ ସହ ଅଛୁ। ଆମେ ସମସ୍ତେ ଏକ। ମୁଁ ଏହି ବିଜୟକୁ ଆମ ସେନା ଓ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ଅତ୍ୟନ୍ତ ସାହସିକତା ଦେଖାଇଛନ୍ତି। ଆଶା କରୁଛି, ସେମାନେ ଆମକୁ ପ୍ରେରଣା ଦେବେ ଏବଂ ଆମେ ମଇଦାନରେ ସେମାନଙ୍କୁ ହସିବାର ଅଧିକ କାରଣ ଦେବୁ।
ସୂର୍ଯ୍ୟକୁମାରଙ୍କୁ ଗୋଟିଏ ଟି-୨୦ ମ୍ୟାଚ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ। ୩୦ ପ୍ରତିଶତ ଜରିମାନା ହିସାବରେ ତାଙ୍କର ୯୦ ହଜାର ଟଙ୍କା କଟାଯିବ। ତେବେ କେବଳ ସୂର୍ଯ୍ୟକୁମାର ନୁହନ୍ତି, ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫଙ୍କୁ ମଧ୍ୟ ଆଇସିସି ଦୋଷୀ ସାବ୍ୟସ୍ତ କରିଛି ଏବଂ ତାଙ୍କ ମ୍ୟାଚ ଫି’ର ୩୦ ପ୍ରତିଶତ କାଟିଛି। ଏହା ସହ ପାକିସ୍ତାନୀ ଖେଳାଳି ସାହିବଜାଦା ଫରହାନଙ୍କୁ ମଧ୍ୟ ଦୋଷୀ ଘୋଷଣା କରାଯାଇଛି, ଯଦିଓ ତାଙ୍କ ଉପରେ କୌଣସି ଜରିମାନା ଲାଗୁ ହୋଇନାହିଁ। ହାରିସ ରଉଫ ମଇଦାନରେ ‘୬-୦’ ଏବଂ ବିମାନ ଖସାଇବାର ଇଙ୍ଗିତ କରିଥିଲେ। ସେହିପରି ସାହିବଜାଦା ଅର୍ଦ୍ଧଶତକ ପରେ ବ୍ୟାଟରୁ ଗୁଳି ଚଳାଇବା ଭଳି ଉତ୍ସବ ମନାଇଥିଲେ, ଯାହାକୁ ଆଇସିସି ଆଚରଣ ସଂହିତାର ଉଲ୍ଲଂଘନ ବୋଲି କହିଛି।
Dharitri No. 1 Most  Trusted Odia Daily of Odisha

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?