Posted inଖେଳ

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ ନାହାନ୍ତି ଏବଂ ତାଙ୍କୁ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ (T20I) ସିରିଜ୍ରୁ ବାଦ ମଧ୍ୟ ଦିଆଯାଇଛି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସୂର୍ଯ୍ୟ କିଛି ମାସ ପୂର୍ୱରୁ ହିଁ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିଅନ କରାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ଦଳରୁ ହଟାଇ ଦିଆଯାଇଛି। ଏବେ ଶ୍ରେୟସଙ୍କୁ ଅଧିନାୟକ କରାଯିବା ନେଇ ସୂର୍ଯ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଗତ କିଛି ବର୍ଷ ହେବ ଆଇପିଏଲରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଦମଦାର ରହିଛି ଏବଂ ତାଙ୍କ ଅଧିନାୟକତ୍ୱକୁ ବେଶ ପ୍ରଶଂସା ମଧ୍ୟ କରାଯାଇଛି। ଏହି କାରଣରୁ ଟିମ ଇଣ୍ଡିଆର ଟି-୨୦ ଜର୍ସିରେ ଅଧିନାୟକ ଭାବେ ତାଙ୍କର କମବ୍ୟାକ (ପ୍ରତ୍ୟାବର୍ତ୍ତନ) ହୋଇଛି। ଅନେକ ପ୍ରଶଂସକ ଭାବୁଥିଲେ ଯେ ଆଇସିସି (ICC) ଟ୍ରଫି ଜିତିବା ସତ୍ତ୍ୱେ କପ୍ତାନୀ ପଦରୁ ହଟାଯିବା କଥାଟା ସୂର୍ଯ୍ୟକୁମାର ଯାଦବଙ୍କୁ ପସନ୍ଦ ଆସିନଥିବ। ତେବେ, ସୂର୍ଯ୍ୟ ନିଜ ସାଥୀ ଖେଳାଳି ଶ୍ରେୟସ ଆୟର ଅଧିନାୟକ ହେବା ନେଇ ବେଶ ଖୁସି ଥିବା ଜଣାପଡ଼ିଛନ୍ତି।

Image

ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମରେ ଶ୍ରେୟସ ଆୟରଙ୍କୁ କୋଳେଇ ନେଇଥିବାର ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି: “ମୁଁ ଏହି କଥାରେ ବହୁତ ଖୁସି ଯେ ଜଣେ ମୁମ୍ୱାଇ ବାସିନ୍ଦା ଟି-୨୦ ଦଳର ସଞ୍ଚାଳନ କରିବେ। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହି ସବୁ ପିଲାମାନେ ଚମତ୍କାର ଏବଂ ସେମାନେ ନିଶ୍ଚିତ ଭାବେ ଆପଣଙ୍କ ବିଚାରକୁ ଗ୍ରହଣ କରିବେ। ଆପଣ ଯେମିତି ଅଛନ୍ତି, ସେମିତି ହିଁ ରୁହନ୍ତୁ। ମୋର ନଜର ଆପଣଙ୍କ ଉପରେ ରହିଛି।”

ଚୟନକର୍ତ୍ତାମାନେ ଭାରତର ଟି-୨୦ ଦଳରେ କିଛି ବଡ଼ ପରିବର୍ତ୍ତନ କରିଛନ୍ତି। ଜୁନ ୬ ତାରିଖରେ ହୋଇଥିବା ପ୍ରେସ କନଫରେନ୍ସରେ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ବ୍ୟତୀତ ଏସିଆନ ଗେମ୍ସ (Asian Games) ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି।

ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଇଶାନ କିଷାନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ।

ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ସଞ୍ଜୁ ସାମସନ, ଇଶାନ କିଷାନ, ୱାଶଂଟନ ସୁନ୍ଦର, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ବୈଭବ ସୂର୍ଯ୍ୟବଂଶୀ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri