Posted inଖେଳ

ସ୍ତ୍ରୀଙ୍କୁ ‘ସ୍ବତନ୍ତ୍ର ଉପହାର’ ଦେଲେ ସୂର୍ଯ୍ୟକୁମାର

ଜୟପୁର,୧୮।୧୧: ଭାରତୀୟ କ୍ରିକେଟର ନୂଆ ଯୁଗ ବିଜୟରୁ ଆରମ୍ଭ ହୋଇଥିଲା। ଟି -୨୦ ବିଶ୍ୱକପ୍‌ର ଖରାପ ପ୍ରଦର୍ଶନର ଦୁଃଖକୁ ଭୁଲି ନୂଆ କୋଚ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ବିଜୟରୁ ଆରମ୍ଭ ହୋଇଥିଲା। ଜୟପୁରରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପାଞ୍ଚ ଉଇକେଟରେ ପରାସ୍ତ କରିଛି। ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଅଧିନାୟକ ରୋହିତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ମାର୍ଟିନ ଗୁପ୍ତିଲ ଏବଂ ମାର୍କ ଚାପମ୍ୟାନଙ୍କ ଅର୍ଦ୍ଧଶତକୀୟ ସହାୟତାରେ ନ୍ୟୁଜିଲାଣ୍ଡ ଛଅ ଉଇକେଟ୍‌ ହରାଇ ୧୬୪ ସ୍କୋର କରିଥିଲା। ଗୁପ୍ତିଲ ୪୨ ବଲରୁ ୭୦ ଓ ଚାପମ୍ୟାନ ୫୦ ବଲରେ ୬୩ ରନ ସ୍କୋର କରିଥିଲେ।
ଭାରତ ୧୬୫ ରନ ଲକ୍ଷ୍ୟ ପାଞ୍ଚ ଉଇକେଟ ବାକି ଥାଇ ହାସଲ କରିଥିଲା। ଭାରତର ବିଜୟର ମୂଳଦୁଆ ସୁର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମା ଯଥାକ୍ରମେ ୬୨ ଓ ୪୮ ରନ ସଂଗ୍ରହ କରିଥିଲେ। ସୁର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ମ୍ୟାଚରେ ବ୍ୟାଟ ଉପରେ ବଲ ଭଲ ଆସୁଥିଲା। ଆମେ ମ୍ୟାଚ ଜିତି ଖୁସି। ୧୭ ତମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଯାଦବଙ୍କ କ୍ୟାଚ୍‌ ଅଧିନାୟକ ଟିମ୍‌ ସାଉଥି ଛାଡିଥିଲେ। ଏ ନେଇ ସୂର୍ଯ୍ୟକୁମାର କହିଛନ୍ତି, ଆଜି ମୋର ସ୍ତ୍ରୀଙ୍କ ଜନ୍ମଦିନ ଏବଂ ବୋଲ୍ଟ ଯେଉଁ କ୍ୟାଚ ଛାଡିଥିଲେ ତାହା ମୋ ସ୍ତ୍ରୀଙ୍କ ପାଇଁ ଉପଯୁକ୍ତ ଜନ୍ମଦିନ ଉପହାର ଥିଲା। ଉଭୟ ବୋଲ୍ଟ ଏବଂ ଯାଦବ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri