Posted inଖେଳ

ସୂର୍ଯ୍ୟକାନ୍ତଙ୍କ ଶତକ, ତାପସ, ଅଙ୍କିତକାରଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୯ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟରେ ଗୁରୁବାର ଇକୋର୍ସା, କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ଓ ଅବଶିଷ୍ଟ ଓଡିଶା ‘ବି’ ବିଜୟୀ ହୋଇଛନ୍ତି। ଇକୋର୍ସା ପକ୍ଷରୁ ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଶତକ ହାସଲ କରିଥିବା ବେଳେ ଅବଶିଷ୍ଟ ଓଡ଼ିଶା ‘ଡି’ ଦଳର ଅଙ୍କିତକାର ଜୟସ୍ବାଲ ଓ କଟକ ‘ଏ’ର ତାପସ ଦାସଙ୍କୁ ୫ ଉଇକେଟ ସଫଳତା ମିଳିଛି।
ରେଭେନ୍ସା ଗ୍ରାଉଣ୍ଡ-୧: ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନୁଷ୍ଠିତ ମ୍ୟାଚରେ ଇକୋର୍ସା ୨୧୩ ରନ୍‌ର ବିଶାଳ ବ୍ୟବଧାନରେ ଅବଶିଷ୍ଟ ଓଡ଼ିଶା‘ସି’କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇକୋର୍ସା ସୂର୍ଯ୍ୟକାନ୍ତଙ୍କ ଧୂଆଁଧାର ୧୪୦* ରନ୍‌ ବଳରେ ୫୦ ଓଭରରେ ୭ ଉଇକେଟରେ ୩୩୦ ରନ୍‌ କରିଥିଲା। ଜବାବରେ ଅବଶିଷ୍ଟ ଓଡ଼ିଶା ୩୫.୪ ଓଭରରେ ୧୧୭ ରନ୍‌ରେ ଅଲଆଉଟ ହୋଇଥିଲା। ଇକୋର୍ସା ପକ୍ଷରୁ ଜୟନ୍ତ ବେହେରା ୪ ଓ ଆଲୋକ ମଙ୍ଗରାଜ ୨ ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ-୧: ଏଠାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଅବଶିଷ୍ଟ ଓଡ଼ିଶା ‘ଏି’କୁ ୭ ଉଇକେଟରେ ପରାସ୍ତ କରିଛି କଟକ ‘ଏ’। ପ୍ରଥମେ ବ୍ୟାଟିଂ କରି ଅବଶିଷ୍ଟ ଓଡ଼ିଶା ମାତ୍ର ୮୬ ରନ୍‌ରେ ଅଲଆଉଟ ହୋଇଥିଲା। କଟକ ପକ୍ଷରୁ ତାପସ ଦାନ ୧୧ ରନ୍‌ ବ୍ୟୟରେ ୬ ଉଇକେଟ ନେଇଥିଲେ। ଜବାବରେ ୧୫.୧ ଓଭରରେ କଟକ‘ଏ’ ୩ ଉଇକେଟ ହରାଇ ୮୭ ରନ୍‌ କରିଥିଲା।
ଏମ୍‌ଜିଏମ୍‌ ଗ୍ରାଉଣ୍ଡ: ଏଠାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭୁବନେଶ୍ୱର ଏ କୁ ୭୩ ରନ୍‌ରେହରାଇଛି ଅବଶିଷ୍ଟ ଓଡ଼ିଶା ‘ଡି’। ପ୍ରଥମେ ବ୍ୟାଟିଂ କରି କିଶାନ୍‌ ରାଠାଙ୍କ ୬୪ ଓ ଦେବେନ୍ଦ୍ରଙ୍କ ୬୪ ରନ୍‌ ବଳରେ ଅବଶିଷ୍ଟ ଓଡ଼ିଶା ୪୯ ଓଭରରେ ୫ ଉଇକେଟ ହରାଇ ୨୩୯ ରନ୍‌ କରିଥିଲା। ଜବାବରେ ଭୁବନେଶ୍ୱର ଏ ଦଳ ୪୩.୩ ଓଭରରେ ୧୬୬ ରନରେ ଅଲଆଉଟ ହୋଇଥିଲା। ବିଶ୍ୱବିଜୟୀ ମୁଦୁଲି ୪୮ ରନ୍‌ କରିଥିବା ବେଳେ ଅଙ୍କିତକାର ଜୟସ୍ବାଲ ୩୨ ରନ୍‌ରେ ୫ ଉଇକେଟ ନେଇଥିଲେ।
ଡ୍ରିମ୍ସ ଷ୍ଟାଡିୟମ: ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚରେ ଅବଶିଷ୍ଟ ଓଡ଼ିଶା ‘ବି’ ୮ ଉଇକେଟରେ ଝାରସୁଗୁଡାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଝାରସୁଗୁଡା ରାଜ ପଟେଲଙ୍କ ୪୨ ଓ ଧନଞ୍ଜୟ ଯାଦବଙ୍କ ୩୫ ରନ୍‌ ବଳରେ ୫୦ ଓଭରରେ ୧୮୨ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଅବଶିଷ୍ଟ ଓଡ଼ିଶା ୪୧.୫ ଓଭରରେ ୨ ଉଇକେଟ ହରାଇ ୧୮୪ ରନ୍‌ କରିଥିଲା। ଦଳ ପକ୍ଷରୁ ସୁଧାଂଶୁ ୬୦ ଓ ଅଂଶୁମାନ ୫୮ ରନ୍‌ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri