ବଞ୍ଚିବା କଷ୍ଟକର

ଗ୍ରୀଷ୍ମପ୍ରବାହ ଭାରତର ଅନେକ ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ଉତ୍ତରପ୍ରଦେଶ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତେଲଙ୍ଗାନା ସମେତ ଅନ୍ୟ କେତେକ ରାଜ୍ୟ ଏହାଦ୍ୱାରା ଅଧିକ ଛଟପଟ ହେଉଛନ୍ତି। ମୌସୁମୀ ପ୍ରବାହରେ ବିଳମ୍ବ ଯୋଗୁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। କେବଳ ଉତ୍ତରପ୍ରଦେଶ ଓ ବିହାରରେ ଅଂଶୁଘାତ ଯୋଗୁ ଗତ ୪ ଦିନ ମଧ୍ୟରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଓଡ଼ିଶାରେ ୨୦ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ସେଥିରୁ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଥିବାବେଳେ ଅନ୍ୟମାନଙ୍କୁ ସରକାର ଏ ପର୍ଯ୍ୟନ୍ତ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ସ୍ମରଣଯୋଗ୍ୟ ଯେ, ନବେ ଦଶକର ଶେଷ ଭାଗରେ ଭାରତରେ ଗ୍ରୀଷ୍ମ ପ୍ରବାହର ଭୟଙ୍କର ରୂପ ପ୍ରକାଶ ପାଇଥିଲା। ପରିବେଶ ସୁରକ୍ଷାକୁ ଉପେକ୍ଷା କରିବାର ଏହା ଏକ ପରିଣାମ ବୋଲି ପରିବେଶବିତ୍‌ମାନେ ସେତେବେଳେ ସତର୍କ କରିଦେଇଥିତ୍ଲେ। ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ପରିବେଶ ସୁରକ୍ଷା ଚିନ୍ତା କରାଯାଉଛି ଓ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବା ଦେଖାଯାଉଛି। କିନ୍ତୁ ଲକ୍ଷ୍ୟ କରାଯାଉଛି, ଏ କ୍ଷେତ୍ରରେ କଥା ବେଶି କାମ କମ୍‌। କେବଳ ଭାରତ ନୁହେଁ, ବିଶ୍ୱତାପନ ବୃଦ୍ଧିରେ ମୁଖ୍ୟ ଭୂମିକାରେ ଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛନ୍ତି। ବିକଶିତ ଦେଶଗୁଡ଼ିକ ଅଳ୍ପ କିଛି ଉଦ୍ୟମ କରୁଥିବାବେଳେ ଭାରତରେ କୌଣସି ପଦକ୍ଷେପ କାହାରିକୁ ଜଣା ନ ଥିବ। ଅଥଚ ବାକ୍‌ ବୀରତ୍ୱରେ ଆମେ ହୁଏତ ସବୁଠାରୁ ଆଗରେ ରହିଛୁ। ଏହା ସ୍ପଷ୍ଟ ଯେ, ତାପମାତ୍ରା ବୃଦ୍ଧି ପଛରେ ବହୁ ମନୁଷ୍ୟକୃତ କାରଣ ଅଛି। ଅତ୍ୟାଧୁନିକ ଜୀବନଶୈଳୀ, ଜୈବମଣ୍ଡଳର ବ୍ୟାପକ କ୍ଷତି ସମେତ ଗାଡ଼ିମୋଟର, କଳକାରଖାନା ଓ ତାପଜ ବିଦ୍ୟୁତ୍‌ କ୍ଷେତ୍ରରୁ ନିର୍ଗମନ ହେଉଥିବା ସବୁଜ ଗୃହ ବାଷ୍ପ ବିଶ୍ୱ ତାପମାତ୍ରା ବୃଦ୍ଧି କରିବାରେ ଲାଗିଛି। ଏହା ଏଭଳି ସ୍ତରରେ ପହଞ୍ଚିଲାଣି ଯେ, ତାହାକୁ ହ୍ରାସ କରିବା ଏବଂ ତାହାର ପ୍ରଭାବକୁ ଅଟକାଇବା କଷ୍ଟକର ହୋଇପଡ଼ିଲାଣି। ଏମିତି କି ଶୀତପ୍ରଧାନ ଦେଶଗୁଡ଼ିକ ଗ୍ରୀଷ୍ମ ପ୍ରବାହ ଓ ବନାଗ୍ନିରୁ ତ୍ରାହି ପାଇପାରୁନାହାନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଆକଳନ ଅନୁଯାୟୀ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱ ତୁଳନାରେ ଭାରତରେ ଶ୍ରମଶକ୍ତି ଅଧିକ କ୍ଷତି ହେବ। କୃଷି ଓ ଚିକିତ୍ସା ସେବା ମଧ୍ୟ ଚାପଗ୍ରସ୍ତ ହୋଇପଡ଼ିବ।
ଭାରତରେ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହେଉଛି ଦେଶରେ ସବୁଜ ବିପ୍ଳବର ବ୍ୟାପକତା, ନିର୍ମାଣ ଭିତ୍ତିଭୂମି, ଅତ୍ୟଧିକ ଜୀବାଶ୍ମ ଇନ୍ଧନ ଚାଳିତ ଯାନବାହନର ବ୍ୟବହାର। ସମୟକୁ ତାଳ ଦେଇ ନିର୍ମାଣ ଭିତ୍ତିଭୂମିର ବିକାଶକୁ ଅଟକାଯାଇପାରିବ ନାହିଁ। କିନ୍ତୁ ଉଦାହରଣ ଭାବେ ରାସ୍ତା ନିର୍ମାଣକୁ ଦେଖାଯାଇପାରେ। ଗବେଷଣାରୁ ଜଣାପଡ଼ିଛି ଯେ, ଯେତେ ଅଧିକ ପିଚୁ କିମ୍ବା କଂକ୍ରିଟ ରାସ୍ତା ଓ ବିରାଟକାୟ ରାଜପଥ ନିର୍ମାଣ କରାଯାଉଛି ତାହାର ପରିବେଶ ଉପରେ ପ୍ରଭାବ ଅତ୍ୟନ୍ତ ଗଭୀର ହୋଇଯାଉଛି। ରାସ୍ତାର ଉପରିଭାଗ ସୂର୍ଯ୍ୟକିରଣକୁ ନେଇ ଅଧିକ ସମୟ ଉଷ୍ମତା ରଖିବା ଫଳରେ ତାପମାତ୍ରା ବୃଦ୍ଧି ପାଇଥାଏ। ସେହିଭଳି କୁହାଯାଉଛି ଯେ, କେବଳ ମାତ୍ର ନିର୍ମାଣ ଶିଳ୍ପ ପୃଥିବୀର ୫୦% ପ୍ରାକୃତିକ ସମ୍ପଦ ବ୍ୟବହାର କରୁଥିବାବେଳେ ଏକାକୀ ପରିବହନ ଶିଳ୍ପ ଏକ ଚତୁର୍ଥାଂଶ କାର୍ବନ ନିର୍ଗମନ ସୃଷ୍ଟି କରୁଛି। ଏହିସବୁ ତଥ୍ୟ ଜାଣିବା ସତ୍ତ୍ୱେ ଭାରତ ସରକାର କୌଣସି ପରିବର୍ତ୍ତନଶୀଳ ପଦକ୍ଷେପ ନେଉ ନ ଥିବାରୁ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ସବୁଜ ଉଦ୍‌ଜାନ, ଅକ୍ଷୟଶକ୍ତି ଓ ଇଥାନଲ ବ୍ୟବହାର ଭଳି ଅନେକ ପଦ୍ଧତି ଓ ବୈଜ୍ଞାନିକ ଆବିଷ୍କାର ପୃଥିବୀରେ ବ୍ୟବହାର ହେବାରେ ଲାଗିଲାଣି, ଯାହାକୁ ଭାରତ ସରକାର ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଉନାହାନ୍ତି। ସବୁ କାର୍ଯ୍ୟକୁ ବ୍ୟବସାୟିକ ମାନସିକତାରେ ଦେଖିଲେ ବଞ୍ଚତ୍ବା କଷ୍ଟକର ହୋଇଯିବ।

ସବୁଜ ଉଦ୍‌ଜାନ, ଅକ୍ଷୟଶକ୍ତି ଓ ଇଥାନଲ ବ୍ୟବହାର ଭଳି ଅନେକ ପଦ୍ଧତି ଓ ବୈଜ୍ଞାନିକ ଆବିଷ୍କାର ପୃଥିବୀରେ ବ୍ୟବହାର ହେବାରେ ଲାଗିଲାଣି, ଯାହାକୁ ଭାରତ ସରକାର ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଉନାହାନ୍ତି। ସବୁ କାର୍ଯ୍ୟକୁ ବ୍ୟବସାୟିକ ମାନସିକତାରେ ଦେଖିଲେ ବଞ୍ଚତ୍ବା କଷ୍ଟକର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri