ଲାଗୁନି ପର୍ଯ୍ୟବେକ୍ଷଣ କ୍ୟାମେରା

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ରାଜ୍ୟରେ ୧୪୫ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପସଂସ୍ଥା ଚିହ୍ନଟ କରାଯାଇଛି। ପ୍ରଦୂଷଣର ମାତ୍ରା ଜାଣିବା ଏବଂ ଏହାର ନିରାକରଣ କରିବା ଲାଗି ସମ୍ପୃକ୍ତ ଶିଳ୍ପାନୁଷ୍ଠାନକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଉଚ୍ଚ କ୍ଷମତାସମ୍ପନ୍ନ ପ୍ରଦୂଷଣ ପର୍ଯ୍ୟବେକ୍ଷଣ କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅଦ୍ୟାବଧି ମାତ୍ର ୨୪ ଶିଳ୍ପାନୁଷ୍ଠାନରେ କ୍ୟାମେରା ଲାଗିପାରିଛି। ସେଗୁଡ଼ିକୁ ୱେବ୍‌ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହ ସଂଯୋଜିତ କରାଯାଇଛି। ୬୧ ଶିଳ୍ପ ପ୍ରତିଷ୍ଠାନରେ କ୍ୟାମେରା ଖଞ୍ଜାଯିବା କାର୍ଯ୍ୟ ଚାଲୁରହିଛି। ଅବଶିଷ୍ଟ ସଂସ୍ଥାଗୁଡିକ ନିର୍ଦ୍ଧାରିତ ସମୟରେ କ୍ୟାମେରା ଲଗାଇବା ସହ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହ ସଂଯୋଗୀକରଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିବା ସହିତ ସହରାଞ୍ଚଳ ଜଙ୍ଗଲର ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ପ୍ରଦୂଷଣ ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସ୍ବଚ୍ଛ-ବାୟୁ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପରିବେଶ ପରିମାପକ ଜିଓ ଡାଟାବେସ୍‌ ପ୍ରସ୍ତୁତ କରାଯିବ। ଏକାମ୍ର କ୍ଷେତ୍ରରେ ସ୍ବଚ୍ଛ-ବାୟୁ ଯୋଜନାରେ ସର୍ବନିମ୍ନ ନିର୍ଗମନ ଜୋନ୍‌ (ଲେସ୍‌ ଏମିସନ୍‌ ଜୋନ୍‌) ପଦ୍ଧତି ପ୍ରୟୋଗ ହେବ। ଭୁବନେଶ୍ୱର ମହାନଗର ନିଗମ, ପ୍ରଦୂଷଣ ବୋର୍ଡ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଏଥିରେ ସାମିଲ କରି ଯୋଜନାକୁ ଫଳପ୍ରସୂ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସୁସ୍ଥ ନିରାମୟ ଜୀବନ ପାଇଁ ସହରାଞ୍ଚଳ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଭରତପୁର ଅଭୟାରଣ୍ୟ, ଏକାମ୍ରକାନନ, ଜୟଦେବ ବାଟିକା ଏବଂ ଚନ୍ଦକା ଜଙ୍ଗଲ ଭୁବନେଶ୍ୱର ସହରବାସୀଙ୍କ ପାଇଁ ବରଦାନ ସଦୃଶ। ସହର ସନ୍ନିକଟ ଜଙ୍ଗଲର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ହୀରାକୁଦ ଜଳଭଣ୍ଡାର ନିକଟରେ ଥିବା ଆଲୁମିନିୟମ୍‌ ପ୍ଲାଣ୍ଟରୁ ନିର୍ଗତ ଫ୍ଲୋରାଇଡ ଯେପରି ଜଳଭଣ୍ଡାର ମଧ୍ୟକୁ ନ ଯାଏ ତାହା ଉପରେ ସତର୍କ ଦୃଷ୍ଟି ରଖିବା ଜରୁରୀ। ଫ୍ଲୋରାଇଡ୍‌ ବିଘଟନ ପ୍ରକ୍ରିୟାରେ ଯେପରି ଭୂତଳ ଜଳ ପ୍ରଦୂଷିତ ନ ହୁଏ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଶିଳ୍ପ ସଂସ୍ଥା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବାୟୁର ଗୁଣାତ୍ମକମାନ ବିକାଶ, ଶିଳ୍ପାନୁଷ୍ଠାନ ପ୍ରଦୂଷଣର ଉପଯୁକ୍ତ ନିରାକରଣ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେସାନ୍‌ କହିଛନ୍ତି, ତାଳଚେର ସହର ପାଇଁ ପ୍ରାକୃତିକ ପରିବେଶ ମାପକ ଜିଓ-ଡାଟାବେସ୍‌ ପ୍ରସ୍ତୁତ ହୋଇଛି। ଏହି ବ୍ୟବସ୍ଥା ଖୁବ୍‌ଶୀଘ୍ର ରାଉରକେଲା, କେନ୍ଦୁଝର, ବାଲେଶ୍ୱର, କଳିଙ୍ଗନଗର ଏବଂ ଅନୁଗୋଳ ଜିଲାର ଶିଳ୍ପାଞ୍ଚଳରେ ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତ୍ୱରିତ ନିଷ୍ପତ୍ତି ଏବଂ କାର୍ଯ୍ୟାନ୍ବୟନ
ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଅଧିକ କ୍ଷମତା ବିକେନ୍ଦ୍ରୀକରଣ ପ୍ରସ୍ତାବ ବୈଠକରେ ଅନୁମୋଦିତ ହୋଇଛି। ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବଏଲର ଏବଂ ଫ୍ୟାକ୍ଟ୍ରିଜ୍‌ ନିର୍ଦ୍ଦେଶକ ଏନ୍‌. ଥିରୁମାଲା ନାୟକ, ବିଶେଷଜ୍ଞ ସଦସ୍ୟ ଅଜିତ ପଟ୍ଟନାୟକ, ପ୍ରଫେସର ଅତନୁ ପତି, ଜି.କେ. ରାୟଙ୍କ ସହ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?