ସରପ୍ରାଇଜ୍‌ ଗିଫ୍ଟ

ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌। କେଉଁ ଦିନ ଗୋଲାପ ତ ଆଉ କେଉଁ ଦିନ ଟେଡି ଏବଂ ଚକୋଲେଟ୍‌ ଦେଇ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି ଅନେକେ । ତେବେ ଦିବସ ଅନୁଯାୟୀ ଏହିସବୁ ଗିଫ୍ଟ ତ ଜଣାଶୁଣା, ତେଣୁ ଭାଲେଣ୍ଟାଇନ୍ସ ଡେ’ରେ ନିଜ ପାର୍ଟନରଙ୍କୁ କ’ଣ ସରପ୍ରାଇଜ୍‌ ଗିଫ୍ଟ ଦେବେ ତା’କୁ ନେଇ ଅନେକେ ଦ୍ୱନ୍ଦ୍ୱରେ। ଯଦି ଆପଣ ବି ଏମିତି ଭାବୁଛନ୍ତି, ତେବେ ଜାଣିରଖନ୍ତୁ କିଛି ଗିଫ୍ଟ ଆଇଡିଆ…

ମ୍ୟାଜିକ୍‌ କଫି ମଗ୍‌: ଯଦି ଆପଣଙ୍କ ପାର୍ଟନର ଚା କିମ୍ବା କଫି ପିଇବାକୁ ଭଲପାଆନ୍ତି, ତେବେ ତାଙ୍କୁ କପଲ୍‌ ଫଟୋ ପ୍ରିଣ୍ଟ କଫି ମଗ୍‌ ଗିଫ୍ଟ କରନ୍ତୁ, ଦେଖିବେ ତାଙ୍କୁ ଖୁବ୍‌ ପସନ୍ଦ ଆସିବ। ଏହାକୁ ଆହୁରି ମଜାଦାର କରିବାକୁ ଚାହୁଁଥିଲେ ମ୍ୟାଜିକ୍‌ କଫି ମଗ୍‌ ଦିଅନ୍ତୁ, ଯାହାକି ଦେଖିବାକୁ ସିଙ୍ଗଲ୍‌ କଲରର ହୋଇଥିବା ବେଳେ ଏଥିରେ ଗରମ ଚା, କଫି ଭର୍ତ୍ତି ହେବା ମାତ୍ରେ ଧୀରେ ଧୀରେ ଫଟୋ ଦେଖାଯାଇଥାଏ।
ଫଟୋ ପ୍ରିଣ୍ଟ ଟି-ଶାର୍ଟ: ଉଭୟଙ୍କ ଫଟୋ ପ୍ରିଣ୍ଟ ଟି-ଶାର୍ଟ ସର୍‌ପ୍ରାଇଜ୍‌ ଭାଲେଣ୍ଟାଇନ୍ସ ଡେ ଗିଫ୍ଟ ପାଇଁ ବେଷ୍ଟ ଅପ୍ସନ। ଏହି ଗିଫ୍ଟ ପାଇବା ପରେ ଆପଣଙ୍କ ପାର୍ଟନର୍‌ଙ୍କୁ ଯେତିକି ଖୁସି ନ ମିଳିବ, ଏହାକୁ ପିନ୍ଧି କପଲ୍‌ ଫଟୋ ଶୁଟ୍‌ କରିବାରେ ତା’ଠୁ ଅଧିକ ଆନନ୍ଦ ମିଳିବ। ଯାହାକି ଆପଣଙ୍କ ଭାଲେଣ୍ଟାଇନ୍ସ ଡେ ସେଲିବ୍ରେଶନ୍‌କୁ ଆହୁରି ସ୍ପେଶାଲ କରିଦେବ।
କପଲ୍‌ ରିଙ୍ଗ୍‌/ ଲକେଟ୍‌: ଦିନକୁ ଦିନ ବିଭିନ୍ନ କପଲ୍‌ ଗିଫ୍ଟ ଆଇଟମ୍‌ର ବଢ଼ୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ଜୁଏଲେରି ଶପ୍‌ଗୁଡ଼ିକରେ ମଧ୍ୟ କପଲ୍‌ ରିଙ୍ଗ୍‌ ସେଟ୍‌ ଏବଂ ଲକେଟ୍‌ ବା ପେଣ୍ଡେଣ୍ଟ ଆଦିର ଏକାଧିକ କଲେକ୍ସନ ରଖୁଛନ୍ତି। ଯାହାକି ନିର୍ବନ୍ଧ, ବିବାହ ଆଦି ସମୟ ବ୍ୟତୀତ ଭାଲେଣ୍ଟାଇନ୍ସ ଡେ’ରେ ସର୍ବାଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ହାର୍ଟସେପ୍‌ ପେଣ୍ଡେଣ୍ଟରେ ଫଟୋ ରଖିବାର ଅପ୍ସନ ଥିବାରୁ ଏହା ଆଇକ୍ୟାଚି ଲାଗିବା ସହ ସଭିଙ୍କୁ ଖୁବ୍‌ ପସନ୍ଦ ମଧ୍ୟ ଆସିବ। ପାର୍ଟନରଙ୍କୁ ଏଭଳି ଗିଫ୍ଟ ଦେଇ ଭାଲେଣ୍ଟାଇନ୍ସ ଡେକୁ ଅଧିକ ଖାସ୍‌ କରିପାରିବେ।
ଗିଫ୍ଟ ଭାଉଚର୍‌: ବେଳେବେଳେ କ’ଣ ଗିଫ୍ଟ ଦେଲେ ପାର୍ଟନର ଖୁସି ହେବେ ଭାବିବା ଭିତରେ ଭାଲେଣ୍ଟାଇନ୍ସ ଡେ’ ଆସି ପହଞ୍ଚତ୍ୟାଏ ଏବଂ ସବୁ ପ୍ଲାନିଂ ବେକାର ହୋଇଯାଏ। ହେଲେ ଏଭଳି କ୍ଷେତ୍ରରେ ଗିଫ୍ଟ ଭାଉଚର ଆପଣଙ୍କ ପାଇଁ ସବୁଠୁ ଭଲ ଆଇଡିଆ। କିଶୋରମାନେ କିଶୋରୀଙ୍କୁ ବ୍ୟୁଟିପାର୍ଲର, ସ୍ପା କିମ୍ବା ଶପିଂ ଆଦିରେ ସ୍ପେଶାଲ୍‌ ଭାଉଚର୍‌ ଗିଫ୍ଟ କରିପାରିବେ। ସେହିପରି ଯୁବତୀମାନେ ଗାର୍ମେଣ୍ଟ, ଶୁଜ୍‌, ଓ୍ବାଚ୍‌ କିମ୍ବା ଇ- ଗ୍ୟାଜେଟ୍‌ ଆଦିର ଭାଉଚର ଗିଫ୍ଟ କରିପାରିବେ। ଏହାଦ୍ୱାରା ପାର୍ଟନରଙ୍କୁ ନିଜେ ଉପହାର ଚୟନ କରିବାର ସୁଯୋଗ ମିଳିବା ସହ ମନ ଖୁସି ମଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri