ବାକି ୩୫ ଆସନ କେବେ? ଏଥର ସାଲେପୁରରୁ ସରପ୍ରାଇଜ୍‌ ପ୍ରାର୍ଥୀ ଦେଇ ଚମକାଇ ଦେବ ଭାଜପା

ଭୁବନେଶ୍ୱର, ୩।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷି, ଭୋଗରାଇ, ବସ୍ତା, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ଝରିଗାଁ, ଡାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡା, ରାଜନଗର, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, କୋଟପାଡ, ଜୟପୁର ଓ ଚିତ୍ରକୋଣ୍ଡା। ଏହି ଆସନଗୁଡିକରେ ପ୍ରାର୍ଥୀ ଘୋଷଣା ହୋଇନାହିଁ। ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଅନେକ ନାଁ ଆଲୋଚନା ହେଉଛି। ଏହି ସବୁ ଆସନରେ ସରପ୍ରାଇଜ୍‌ ପ୍ରାର୍ଥୀ ଭାଜପା ଦେଇପାରେ ବୋଲି ଆଲୋଚନା ହେଉଛି। ଏହି ଆସନ ମଧ୍ୟରୁ ସାଲେପୁରକୁ ନେଇ ସମସ୍ତଙ୍କ ନଜର ରହିଛି। ୨୦୧୯ ନିର୍ବାଚନରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପାରୁ ଲଢି ହାରିଯାଇଥିଲେ। ବର୍ତ୍ତମାନ ସେ ଏବେ ବିଜେଡିରେ ସାମିଲ ହୋଇଛନ୍ତି। ତେବେ ଭାଜପା ଏଥର ଏହି ଆସନରୁ ସରପ୍ରାଇଜ୍‌ ପ୍ରାର୍ଥୀ ଦେଇ ଚମକାଇ ଦେଇପାରେ ବୋଲି କୁହାଯାଉଛି।