ବିବାହ ପରେ ବି ବଦଳିନି ସର୍‌ନେମ୍‌…

ମୁମ୍ବାଇ: ବିବାହର ବନ୍ଧନ ସମସ୍ତଙ୍କ ପାଇଁ ସ୍ବତନ୍ତ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବିବାହକୁ ସ୍ମରଣୀୟ କରିବାକୁ ଇଚ୍ଛା କରିଥାନ୍ତି। ବିବାହ ପରେ ଅନେକ ସମୟରେ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରତିକ୍ରିୟାଶୀଳତା ବୃଦ୍ଧି ପାଇଥାଏ। ବିବାହ ପରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କର ଦାୟିତ୍ୱ ଅଧିକ ବଢ଼ି ଯାଇିଥାଏ। ତାଙ୍କୁ ନିଜ ଘର ଛାଡି ସ୍ବାମୀଙ୍କ ସହିତ ଶାଶୁ ଘରକୁ ଆସିବାକୁ ପଡେ। ବୋହୂ ଭାବେ ପରିବାରର ଯତ୍ନ ନେବାକୁ ପଡିଥାଏ, ଯାହା ସେମାନେ ପୂର୍ବରୁ ମଧ୍ୟ ଜାଣି ନ ଥାନ୍ତି। କେବଳ ଏତିକି ନୁହେଁ, କେତେକ କ୍ଷେତ୍ରରେ ତାଙ୍କର ସର୍‌ନେମ୍‌ (ଉପନାମ) ମଧ୍ୟ ବଦଳାଇବାକୁ ପଡ଼ିଥାଏ। କିନ୍ତୁ ଚଳଚ୍ଚିତ୍ର ଜଗତର କେତେକ ଅଭିନେତ୍ରୀ ଏହି ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ବିବାହ ପରେ ମଧ୍ୟ ସେମାନେ ନିଜ ନାମ ସହିତ ଜଡିତ ସର୍‌ନେମ୍‌କୁ ହଟାଇ ନାହାନ୍ତି।
ଏହି ତାଲିକାରେ ଅନେକ ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ମଧ୍ୟ ସେମାନଙ୍କ ନାମ ପରିବର୍ତ୍ତନ କରିନାହାଁନ୍ତି। ଏହି ତାଲିକାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ଶୀର୍ଷରେ ରହିଛି। ଦୀପିକା ୨୦୧୮ରେ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ଦୀପିକା ତାଙ୍କ ନାମ ଦୀପିକା ସିଂ କିମ୍ବା ଦୀପିକା ରଣଭୀର ସିଂଙ୍କ ନାମରେ ପରିବର୍ତ୍ତନ କରି ନ ଥିଲେ। ସେହିପରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ ପରେ ମଧ୍ୟ ଅନୁଷ୍କା ତାଙ୍କ ନାମରେ କୌଣସି ପରିବର୍ତ୍ତନ କରି ନାହାନ୍ତି।
ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ପିତା ରାଜେଶ ଖାନ୍ନାଙ୍କ ଠାରୁ ପାଇଥିବା ସର୍‌ ନେମ୍‌କୁ  ଏପର୍ଯ୍ୟନ୍ତ ରଖିଛନ୍ତି। ତେଣୁ ବିବାହ ପରେ ସେ ତାଙ୍କ ନାମ ଟ୍ବିଙ୍କିଲ୍‌ ଭାଟିଆ କିମ୍ବା କୁମାରରେ ପରିବର୍ତ୍ତନ କରି ନାହାନ୍ତି। ତାଙ୍କ ସର୍‌ନେମ୍‌ ବିଷୟରେ ପଚରା ଯାଇଥିବା ପ୍ରଶ୍ନରେ ସେ କହିଥିଲେ ଯେ, ସେ ବିବାହିତ, ବ୍ରାଣ୍ଡେଡ ନୁହଁ।
ସେହିଭଳି ବିଦ୍ୟା ବାଲାନ ମଧ୍ୟ ବିବାହ ପରେ ତାଙ୍କ ନାମ ପରିବର୍ତ୍ତନ କରି ନାହାନ୍ତି। ବିବାହ ପରେ ତାଙ୍କ ସର୍‌ନେମ୍‌ ପରିବର୍ତ୍ତନ ନ କରିବା ବିଷୟରେ ଏକ ସାକ୍ଷାତକାର ସମୟରେ ଯେତେବେଳେ ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ’ମୁଁ ଜାଣେ ନାହିଁ କିଏ କହିଛି ଯେ ମୁଁ ମୋର ନାମ ବିଦ୍ୟା ବାଲାନ ରୟ କାପୁର କରୁଛି। ମୁଁ ବିଦ୍ୟା ବାଲାନ, ଏବଂ ମୁଁ ବିଦ୍ୟା ବାଲାନ ରହିବି।

ମହେଶ ଭଟ୍ଟଙ୍କ ଝିଅ ଅଭିନେତ୍ରୀ ପୂଜା ଭଟ୍ଟଙ୍କର ଇତିମଧ୍ୟରେ ଛାଡପତ୍ର ହୋଇସାରିଛି। କିନ୍ତୁ ବିବାହ ପରେ ମଧ୍ୟ ସେ ନିଜର ସର୍‌ନେମ୍‌ ପରିବର୍ତ୍ତନ କରି ନ ଥିଲେ। ଏହି ବିଷୟରେ ପୂଜା ଭଟ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ ’ଆଜିକାଲି ବିବାହ ଏକ ଅର୍ଥହୀନ ଅନୁଷ୍ଠାନ। ମୁଁ କେବଳ ତୁମ ସହିତ ସମାନ ଜୀବନ ବଞ୍ଚିବାକୁ ଚାହୁଁଛି। ମୁଁ ଜୀବନରେ ତୁମର ସମର୍ଥନ ଚାହୁଁଛି, ତାହା ମଧ୍ୟ କୌଣସି ଟ୍ୟାଗ ବିନା ହାତକୁ ହାତରେ ଧରି। ମୁଁ ଭାବୁନାହିଁ ବିବାହ ସବୁଦିନ ପାଇଁ ରହିବା ଉଦ୍ଦିଷ୍ଟ।
କେବଳ ଏତିକି ନୁହେଁ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଅଭିନେତା ରଣଭୀର ଶୋରେଙ୍କୁ ବିବାହ କରିଥିଲେ। ଯଦିଓ ଉଭୟ ବର୍ତ୍ତମାନ ଅଲଗା ହୋଇଯାଇଛନ୍ତି । ବିବାହ ପରେ ସେ ମଧ୍ୟ ନାମ ପରିବର୍ତ୍ତନ କରି ନ ଥିଲେ।

ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆମେରିକୀୟ ଜିନ ଗୁଡେନୋଙ୍କୁ ବିବାହ କରିଛନ୍ତି। ବିବାହ ପରେ ବି ସେ ନିଜ ନାମ ଅପରିବର୍ତ୍ତି ରଖିଛନ୍ତି। ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ ପରେ ତାଙ୍କ ନାମ ପରିବର୍ତ୍ତନ କରିନାହାଁନ୍ତି। ସେ ତାଙ୍କ ପିତାଙ୍କଠାରୁ ପ୍ରାପ୍ତ ସର୍‌ନେମ୍‌ ରଖିବାକୁ ପସନ୍ଦ କରନ୍ତି । ତେବେ ଶ୍ରୀମତୀ ସିଂ ଭାବେ ସେ ନିଜକୁ ବେଶ୍‌ ଆନନ୍ଦିତ ଅନୁଭବ କରୁଥିବାର ଏକ ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?