୧୫ କୋଟିର ଆପାର୍ଟମେଣ୍ଟ, ଭଳିକି ଭଳି ଦାମୀ ଗାଡ଼ି; ଅଭିନେତ୍ରୀଙ୍କ ବାର୍ଷିକ ଆୟ ଜାଣିଲେ…

ବମ୍ବେ: କବିର ସିଂହ ଅଭିନେତ୍ରୀ କିଆରା ଆଡଭାନୀ ୨୯ ବର୍ଷର ହୋଇଛନ୍ତି। ଜୁଲାଇ ୩୧ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ କଳାକାର ସହ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

ତେବେ ନିଜର ସରଳ ବ୍ୟବହାର ସାଙ୍ଗକୁ ଅଭିନୟ ଚାତୁରୀକୁ ନେଇ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି କିଆରା। କିଛି ବର୍ଷ ମଧ୍ୟରେ ସେ ଅନ୍ୟତମ ପ୍ରିୟ ଅଭିନେତ୍ରୀ ପାଲଟିଛନ୍ତି। ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ମିଳୁଛି ତାଙ୍କୁ। ଫିଲ୍ମ ପିଛା ମୋଟା ଅଙ୍କର ପାଉଣା ମଧ୍ୟ ନେଉଛନ୍ତି ସେ। ଫଳରେ ଧିରେ ଧିରେ ବଦଳୁଛି ତାଙ୍କର ଜୀବନଶୈଳୀ।

୧୯୯୨ରେ ମୁମ୍ବାଇରେ କିଆରାଙ୍କ ଜନ୍ମ। ପାଠପଢ଼ା  ପରେ ସେ ମଡେଲିଂ କରିଥିଲେ। ପରେ ସେ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ ଏବଂ ମସିନ୍‌’ ଚଳଚ୍ଚିତ୍ରରେ ନିଜର ଡେବ୍ୟୁ କରିଥିଲେ। ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ଶେର୍‌ଶାହ’ ରିଲିଜ ହେବାକୁ ଯାଉଛି।

କିଆରାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୩ କୋଟି ହେବ ବୋଲି ଆକଳନ କରାଯାଇଛି। ପ୍ରତିବର୍ଷ ଏହା ୨୫% ବଢ଼ୁଛି। ପ୍ରମୋଶନ ଏବଂ ବିଜ୍ଞାପନରୁ ମଧ୍ୟ ସେ ଭଲ ଆୟ କରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍‌ ଅଛନ୍ତି। ଏଠାରେ ମଧ୍ୟ ବ୍ରାଣ୍ଡ ପ୍ରମୋଶନ ପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କା ମିଳୁଛି। ମାସିକ ୩୦ ଲକ୍ଷ ଟଙ୍କା ସେ ରୋଜଗାର କରୁଥିବା ବେଳେ ବର୍ଷକୁ ୨ରୁ ୩ କୋଟି ଟଙ୍କା କମାଇଥାନ୍ତି।

ମୁମ୍ବାଇରେ କିଆରି ରହୁଥିବା ଆପାର୍ଟମେଣ୍ଟ ୫୧ ମହଲାରେ ଥିବା ବେଳେ ଏହାର ମୂଲ୍ୟ ୧୪ରୁ ୧୫ କୋଟି ହେବ। ଏହାଛଡ଼ା ତାଙ୍କର ଏକାଧିକ ଦାମୀ ଗାଡ଼ି ରହିଛି। ହେଲେ ତାଙ୍କୁ ପ୍ରାୟତଃ ମର୍ସଡିଜ୍‌ରେ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆରମ୍ଭ ହେବ ଲାଇଟ୍‌, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ

ମୁମ୍ବାଇ: ଲକ୍‌ଡାଉନ୍‌ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍‌, କ୍ୟାମେରା ଆକ୍ସନ୍‌। ଅର୍ଥାତ୍‌ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର...

ଶମିତାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରାକେଶ

ବିଗ ବସ ଓଟିଟିର ଖ୍ୟାତି ଅର୍ଜନ କରିଥିବା ତଥା ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ ଓ ଅଭିନେତା ରାକେଶ ବାପତ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି।...

ଓ୍ବାଜିଦ୍‌‌ଙ୍କ ମା’ଙ୍କୁ କରୋନା

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍‌ଙ୍କ ମୃତ୍ୟୁକୁ ସହଜରେ...

ଅଭିନୟ କରୁ କରୁ ସତସତିକା ପଡ଼ିଛନ୍ତି ପ୍ରେମରେ

ବମ୍ବେ: ଅଭିନୟ କରୁ କରୁ ସତ ସତିକା ସହକଳାକାରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ। ଆମେ କଥା ହେଉଛୁ ଆଲିସ୍‌ କୌଶିକଙ୍କ ବିଷୟରେ। ଟେଲିଭିଜନ ଧାରାବାହିକ ‘ପାଣ୍ଡ୍ୟା...

୨୦୨୧ଇଦ୍‌ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍‌ରେ ପରଦାକୁ ଆସୁଥିବା...

ସୁଶାନ୍ତଙ୍କ ଘର କିଣିଲେ ଅଭିନେତ୍ରୀ ଅଦା ଶର୍ମା

ବମ୍ବେ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ଅଭିନେତ୍ରୀ ଅଦା ଶର୍ମା। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍‌ଟି ଖାଲି ପଡ଼ିଥିଲା।...

‘ପଠାନ୍‌’ ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ: କ୍ୱାରାଣ୍ଟାଇନ୍‌ରେ ରହିଲେ କିଙ୍ଗ୍‌ ଖାନ୍‌

ବମ୍ବେ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଚଳଚ୍ଚିତ୍ର ‘ପଠାନ୍‌’ର ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ। ଏକାଥରେ ୪୦ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ...

ବିଗ ବସ ଓଟିଟି ସିଜନ ୨ରେ ନଜର ଆସିବେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ, ଯାହାଙ୍କ ମୁଭି କେନେଡି ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଧମାଲ ମଚାଇଥିଲା, ଏବେ ସେ ବିଗ ବସ ଓଟିଟି...

Advertisement
Archives

Model This Week