ହାତ ତିଆରି ଯନ୍ତ୍ରପାତିରେ ଚାଷ କରୁଛନ୍ତି ସୁରଞ୍ଜନ

ଦାରିଙ୍ଗବାଡି,୪।୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ବାଙ୍ଗା ପଞ୍ଚାୟତର ପଦ୍ମପଲି ଗ୍ରାମର ଯୁବ ଚାଷୀ ସୁରଞ୍ଜନ ପ୍ରଧାନ। ଏକାଧିକ ଏକର ଜମିରେ କରିଛନ୍ତି ପରିବା ଚାଷ। ତେବେ ତାଙ୍କୁ ସରକାରୀ ସହାୟତା ମିଳି ନ ଥିବା ବେଳେ ନିଜେ ଭଙ୍ଗା ସାଇକେଲ, ଭଙ୍ଗା ଲୁହା ଯୋଗାଡ଼ କରି ସେଥିରେ ଯନ୍ତ୍ରପାତି ତିଆରି କରୁଛନ୍ତି ଚାଷ। ମଟର, କୋବି, ଟମାଟୋ ଆଦି ଚାଷ କରୁଛନ୍ତି। କିନ୍ତୁ ପାଣି ଅଭାବରୁ ତାଙ୍କର ପନିପରିବା ଫସଲ ନଷ୍ଟ ହୋଇଯାଉଥିବା କହିଛନ୍ତି। ନିଜସ୍ବ ଉଦ୍ୟମରେ ଏକ ପୋଖରୀ ଖୋଳିଥିଲେ ବି ପାଣି ଅଭାବ ଦେଖାଦେଉଛି। ଫଳରେ ପନିପରିବା ଚାଷରେ ବହୁ କ୍ଷତି ସହୁଥିବା କହିଛନ୍ତି ଚାଷୀ ସୁରଞ୍ଜନ। ପାଣି ଅଭାବରୁ ପରିବା ସେପରି ଭଲ ଭାବେ ଫଳୁ ନ ଥିବା ବେଳେ ଅଧିକାଂଶ ନଷ୍ଟ ହୋଇଯାଉଛି। ନିଜେ ଭଙ୍ଗା ସାଇକେଲ, ଲୁହା ଆଦି ଯୋଗାଡ଼ କରି ଜମି ସମତଳ କରିବା ସହ ଘାସ ବାଛିବା ଯନ୍ତ୍ର ବ୍ୟବସ୍ଥା କରିଛନ୍ତି। କେବଳ ଗୋଟିଏ ପାୱାର ଟିଲର ସବ୍‌ସିଡିରେ କ୍ରୟ କରିଛନ୍ତି ବୋଲି କୁହନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ରହିଥିଲେ ସୁଦ୍ଧା ସୁରଞ୍ଜନଙ୍କ ନିକଟରେ ପହଞ୍ଚତ୍ପାରି ନାହିଁ। ସେହିପରି ପନିପରିବା ଚାଷ ପାଇଁ ଉଦ୍ୟାନ ବିଭାଗ ହେଉ କି ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା କଲେ ସେ ନିଜ ଚାଷକୁ ବଢ଼ାଇ ଅଞ୍ଚଳରେ ପନିପରିବାର ଅଭାବକୁ ପୂରଣ କରିପାରିବେ ବୋଲି କହିଛନ୍ତି। ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗ ପକ୍ଷରୁ ଚାଷ ପ୍ରଣାଳୀ ବିଷୟରେ ତାଲିମ ଦେଇ ଚାଷୀଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସହାୟତା ରାଶି ଦେବାକୁ ନିୟମ ରହିଥିଲେ ସୁଦ୍ଧା ସୁରଞ୍ଜନଙ୍କ ନିକଟରେ ଏହି ଯୋଜନା ପହଞ୍ଚି ନ ଥିବା ଜଣାପଡ଼ିଛି। ଏନେଇ ସହକାରୀ ଉଦ୍ୟାନ ଅଧିକାରୀ ନୀଳାଚଳ ପଣ୍ଡା କହିଛନ୍ତି ଯେ, ଆମେ ଏବେ ଶୁଣିଲୁ ନିଶ୍ଚିତ ବିଭାଗ ଦ୍ୱାରା ଯାହା ଆବଶ୍ୟକ ପଦକ୍ଷେପ ନେଇ ତାଙ୍କୁ ସହାୟତା କରାଯିବ। ସେହିପରି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି ଯେ ସୁରଞ୍ଜନ ଜଣେ ସଫଳ ଚାଷୀ ବୋଲି ଆମେ ଜାଣିଲୁ, ତାଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ କିମ୍ବା କୂପ ଖୋଳିବା ପାଇଁ ପଦକ୍ଷେପ ନେବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?