ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ

ବାଳକାଟୀ,୮।୧୨(ଡି.ଏନ୍‌.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ରବିବାର ରାତିରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ୭୯ ବର୍ଷ ବୟସରେ ଆଖି ବୁଜିଛନ୍ତି। ଅସୁସ୍ଥତା ଯୋଗୁ ପ୍ରାୟ ଏକମାସ ଧରି ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁର ଖବର ଶୁଣିବା ପରେ ଆଶ୍ରମ ଅନ୍ତେବାସୀଙ୍କ ସମେତ ଭକ୍ତଙ୍କ ମହଲରେ ଶୋକରଛାୟା ଖେଳିଯାଇଛି। ପରେ ତାଙ୍କ ମୃତଦେହକୁ ଆଶ୍ରମକୁ ଅଣାଯାଇ ବିଧି ମୁତାବକ ଏହା ପରିସରରେ ସମାଧି ଦିଆଯାଇଛି। ସମାଧିସ୍ଥଳରେ ୨ ପୁଅ ସମେତ ପରିବାରବର୍ଗ, ସମ୍ପର୍କୀୟ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନିଜକୁ ଆତ୍ମଘୋଷିତ ଭଗବାନ ବୋଲି ଦାବି କରୁଥିବା ସୁର ବାବାଙ୍କୁ ୨୦୧୫ ଅଗଷ୍ଟ ୩୦ ରାତି ୨ଟାରେ କମିଶନରେଟ ପୋଲିସ ଆଶ୍ରମରୁ ଉଠାଇ ନେଇଥିଲା। ଆଶ୍ରମରେ ବିଭିନ୍ନ କେଳେଙ୍କାରୀ ଚାଲିଥିବା ନେଇ ସୂଚନା ମିଳିଥିଲା। ଜବରଦଖଲ, ଯୌନ ବ୍ୟଭିଚାର, ଗୁଣ୍ଡା ଗର୍ଦ୍ଦି ଏବଂ ହତ୍ୟା ଷଡ଼ଯନ୍ତ୍ର ଆଦି ଅଭିଯୋଗରେ ପୋଲିସ ଅଗଷ୍ଟ ୩୧ରେ ସୁର ବାବା ଓ ତାଙ୍କ ୨ ପୁଅଙ୍କୁ ପୋଲିସ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନେ ଜେଲ୍‌ ଯାଇଥିଲେ। ଚଢ଼ାଉବେଳେ ପୋଲିସ ଆଶ୍ରମରୁ ୨ ବନ୍ଧୁକ, ୩ ଗୁଳି ଓ ବହୁ କୋଟି ଟଙ୍କାର ସମ୍ପତ୍ତି ସହ ନଗଦ ଟଙ୍କା ଜବତ କରିଥିଲା। ସୁରଙ୍କ ଏହି କଳାକାରନାମାର ଚେର ଓଡ଼ିଶା ସମେତ ବାହାର ରାଜ୍ୟ ଓ ବିଦେଶକୁ ଲମ୍ବିତଥିବା ପୋଲିସ ସୁରାକ ପାଇଥିଲା। ପରବର୍ତ୍ତୀ ସମୟରେ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କ ନାମରେ ଥିବା ୧୫ କୋଟିର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଥିଲା। ଗିରଫର ଅଢ଼େଇ ବର୍ଷପରେ ସୁର ବାବାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ୨୦୧୭ ଡିସେମ୍ବର ୨ରେ ଜେଲରୁ ମୁକୁଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଦଣ୍ଡ: ବଦଳିଲେ ଥାନାଧିକାରୀ, ତଦନ୍ତ ଅଧିକାରୀ ନିଲମ୍ବିତ: ଧରିତ୍ରୀକୁ ଧନ୍ୟବାଦ ଦେଲେ ଦୃଷ୍ଟିହୀନ ଦମ୍ପତିି

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପୋଲିସର ନିଷ୍କ୍ରିୟତା ଯୋଗୁ ନୟାଗଡ଼ର ଏକ ଦୃଷ୍ଟିହୀନ ଦମ୍ପତି ଦୀର୍ଘଦିନ ହେଲା ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା...

ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୧୮।୧: ବର୍ଷ ଆରମ୍ଭରୁ ପୁଣି ଚିତ୍ରକୋଣ୍ଡା ପୋଲିସକୁ ଆଉ ଏକ ସଫଳତା ମିଳିଛି। ରବିବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ...

ବ୍ରଜରାଜନଗର ଉପନିର୍ବାଚନ: ଆଜି ସରୁଛି ପ୍ରଚାର

ଝାରସୁଗୁଡା,୨୯।୫ : ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନିଜ ନିଜର ରାଜନୌତିକ ଦଳ ସହ ପ୍ରଚାର ମଇଦାନକୁ...

କେବଳ ଅର୍ଥ ପାଇଁ ଉଦ୍ୟୋଗୀ ହୋଇନି

ରାଜ୍ୟରେ ଇଲେକ୍ଟ୍ରୋନିକ୍‌ ଯାନ (ଇଭିଏସ୍‌) ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ଓମ୍‌ଜୟ ଇଭି ଲିଃ ପ୍ରଥମ ଓଡ଼ିଶାଭିତ୍ତିକ କମ୍ପାନୀ। ୨୦୧୮ରେ କମ୍ପାନୀ ନିଜ ବ୍ରାଣ୍ଡ୍‌ ନେମ୍‌...

ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ ରାଜସ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।...

ମାର୍ଚ୍ଚ ସୁଦ୍ଧା ୧୦୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର, ୧୧ା୩(ବ୍ୟୁରୋ): ଓଡ଼ିଶାର ଲଘୁ ଖଣିଜ ସମ୍ପଦର ସୁପରିଚାଳନା ନିମନ୍ତେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ...

ଆଉ ୫ ସ୍ଥାନରେ ହେବ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ଆଉ ୫ ସ୍ଥାନରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବ। ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍‌ କଲେଜରେ କରୋନା...

ସିଏଏ ଏକ ଐତିହାସିକ ପଦକ୍ଷେପ, କଂଗ୍ରେସ ଲୋକମାନଙ୍କ ମଧ୍ୟରେ ଅରାଜକତାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଗତ ଶୀତ ଅଧିବେଶନରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ୧୯୪୭ରେ ଦେଶ ବିଭାଜନ...

Advertisement
Archives

Model This Week