Posted inଜାତୀୟ

ଯୌନ ନିର୍ଯାତନା ମାମଲା, ହାଇକୋର୍ଟଙ୍କ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ଫଇସଲା ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧୧: ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଫଇସଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତିି। ଶୀର୍ଷ କୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଏଭଳି ଘଟଣାରେ କ’ଣ ହାତରେ ଗ୍ଲୋଭସ୍‌ ପିନ୍ଧି ଅପରାଧୀ ଅପରାଧ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।

ବଳାତ୍କାର ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ଏଭଳି ଫଇସଲାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା। ହାଇକୋର୍ଟ ଏହାର ଏକ ବିଚାରରେ କହଥିଲେ ଯେ, ଯଦି ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ସମ୍ପର୍କ ରହିଥାଏ ତେବେ ପୋକ୍ସୋ (ପିଓସିଏସ୍‌ଓ) ଅଧିନିୟମ ଅନୁଯାୟୀ ଏପରି ମାମଲାରେ ହୋଇଥିବା ଯୌନ ନିର୍ଯାତନା ଅପରାଧର ବିଚାର କରାଯାଇପାରିବ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାର, ଜାତୀୟ ମହିଳା ଆୟୋଗ ଏବଂ ଆଟର୍ନି ଜେନେରାଲଙ୍କ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା।

ଏହି ମାମଲାର ବିଚାର କରି ବିଚାରପତି ଉଦୟ ଉମେଶ ଲଲିତ, ଏସ୍‌. ରବିନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଖାରଜ କରିଦେଇଛନ୍ତି।

ବିଚାରପତି ବେଲା ତ୍ରିବେଦୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଦରକାରୀ ତଥା ଉପଯୋଗହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପୋକ୍ସୋ ଅଧିନିୟମ ଅନୁଯାୟୀ ଅପରାଧକୁ ଗ୍ରହଣ ଯୋଗ୍ୟ କରାଯିବା ଲାଗି ଶାରୀରିକ କିମ୍ବା ଚର୍ମ ସମ୍ପର୍କର ସର୍ତ୍ତ ରଖିବା ଅତ୍ୟନ୍ତ ହାସ୍ୟାସ୍ପଦ। ଏହା ଦ୍ୱାରା ଆଇନର ମୂଳ ଉଦ୍ଦେଶ୍ୟ ନଷ୍ଟ ହୋଇଯିବ। ଯାହା ପିଲାମାନଙ୍କୁ ଯୌନ ନିର୍ଯାତନା ଅପରାଧରୁ ସୁରକ୍ଷିତ ରଖିବା ଲାଗି ପ୍ରଣିତ ହୋଇଛି।

ଶୀର୍ଷ ଅଦାଲତ ପ୍ରଶ୍ନ କରିଛନ୍ତି ଯେ ଯଦି ଏହି ସଂଜ୍ଞା ଗ୍ରହଣ କରାଯାଏ, ତେବେ ଗ୍ଲୋଭସ ପିନ୍ଧି ବଳାତ୍କାର କରିଥିବା ଅପରାଧୀଙ୍କ ଅପରାଧକୁ କ’ଣ ଅପରାଧ ପରିସରଭୁକ୍ତ କରାଯିବ ନାହିଁ। ଏହା ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିବ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିୟମ ଏପରି ହେବା ଉଚିତ ଯାହା ଆଇନ ବ୍ୟବସ୍ଥାକୁ ମଜବୁତ କରିବ ଏବଂ ଏହାର ମୂଳ ଉଦ୍ଦେଶ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଏହି ରାୟ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୭ ଜାନୁଆରୀରେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଥିଲେ।

ଆବେଦନକାରୀଙ୍କ ଅନୁଯାୟୀ ଏହି ମାମଲା ୨୦୨୬ ଡିସେମ୍ବର ୧୪ରେ ଘଟିଥିଲା। ୧୨ ବର୍ଷ ବୟସ୍କା ନାବାଳିକାଙ୍କ ମାଆ ପୋଲିସ ସମ୍ମୁଖରେ ଏକ ବିବୃତ୍ତି ଦେଇଥିଲେ ଯେ ଅଭିଯୁକ୍ତ ତାଙ୍କ ଝିଅଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି।
ଏହି ମାମଲାରେ ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କୁ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରଥିଲେ। ତେବେ ହାଇକୋର୍ଟ ଏହି ଆଦେଶକୁ ସଂଶୋଧନ କରି ଆଇପିସିର ଧାରା ୩୫୪ ଅନୁଯାୟୀ ଦଣ୍ଡାଦେଶକୁ ବଦଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri