Posted inଜାତୀୟ

ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଆସନ୍ତା ଏପ୍ରିଲ ୧ରୁ ୧୦ ତାରିଖ ଯାଏ ଜାରି ହେବାକୁ ଥିବା ନିର୍ବାଚନୀ ବଣ୍ଡ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ନିର୍ବାଚନୀ ବଣ୍ଡକୁ କିଣି ବିଭିନ୍ନ ବ୍ୟକ୍ତି, ସଂସ୍ଥା ଓ କମ୍ପାନୀ ପକ୍ଷରୁ ରାଜନୀତିକ ଦଳଗୁଡିକୁ ଚାନ୍ଦା ଦିଆଯାଏ। ଏଡିଆର ନାମକ ସଂସ୍ଥା ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ନିର୍ବାଚନୀ ବଣ୍ଡ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇବାକୁ ଆବେଦନ କରିଥିଲା। ଏହାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଯୋଜନା ୨୦୧୮ରୁ ଲାଗୁ ହେଉଛି ଓ ଏବେ ମଧ୍ୟ ଜାରି ରହିଛି। ଏହାର ସୁରକ୍ଷା ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଛି। ଏହା ଉପରେ ଯୁକ୍ତି ରଖି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ନିର୍ବାଚନୀ ବଣ୍ଡ ଜରିଆରେ ଶାସକ ଦଳକୁ ଚାନ୍ଦା ନାଁରେ ଲାଞ୍ଚ ଦେଇ କାମ ହାସଲ କରିବାକୁ ପ୍ରୟାସ କରାଯାଉଛି। ନିର୍ବାଚନୀ ବଣ୍ଡ ଏବେ ଏହାର ମାଧ୍ୟମ ପାଲଟିଛି। ଏହାପୂର୍ବରୁ ମାର୍ଚ୍ଚ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି କରାଯାଇ ନିଷ୍ପତ୍ତି ସଂରକ୍ଷିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣା; ୮ ଶ୍ରମିକ ମୃତ

ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ...

ଥରିଲା ପଶ୍ଚିମବଙ୍ଗ

କୋଲକାତା, ୨୬।୮: ପଶ୍ଚିମବଙ୍ଗରେ ବୁଧବାର ସକାଳ ୭ଟା ୫୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂବିଜ୍ଞାନ ଗବେଷଣା...

କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲାଗୁ ହୋଇପାରେ ଭୀଲ୍‌ଓ୍ବାଡ଼ା ମଡେଲ

ନୂଆଦିଲ୍ଲୀ,୬।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ରାଜସ୍ଥାନର ଭୀଲଓ୍ବାଡ଼ାରେ ହୋଇଥିବା କାର୍ଯ୍ୟକ୍ରମ ଲାଗୁ କରାଯିବାକୁ ଯୋଜନା କରାଯାଉଛି। ଗତ ମାସରେ...

ଟ୍ରମ୍ପ୍‌ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ମୋଦି ସରକାର ତିନି ତଲାକ୍‌ ବିଲ୍‌କୁ କରିଛନ୍ତି ଢ଼ାଲ: ମନୀଷ୍‌ ତିଓ୍ବାରୀ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଶ୍ମୀର ପ୍ରସଙ୍ଗରେ ଅଠାକାଠିରେ ପଡ଼ିଛନ୍ତି। ତେବେ ଏଥିରୁ ମୁକୁଳିବା ପାଇଁ ସେ ଅନ୍ୟ...

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି...

ଦେଶର ବଡ଼ ସହରରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଅଲ୍‌ କାଏଦାର ଧମକ…

ନୂଆଦିଲ୍ଲୀ, ୮।୬ : ମହାପୁରୁଷ ମହମ୍ମଦଙ୍କ ବିଷୟରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ...

ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ, ୧୨ା୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ି ଥିବା ଜଣାପଡ଼ିଛି। ସେ ଏବେ ମିଲିଟାରି ହସ୍ପିଟାଲରେ...

ଲାଲୁଙ୍କ ଜୀବନ ବିପଦରେ: ରାବ୍ରୀ

ପାଟନା,୨୧ା୪(ପି.ଟି.): ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଜୀବନ ବିପଦରେ ବୋଲି ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅଭିଯୋଗ...

Advertisement
Archives

Model This Week