Posted inଜାତୀୟ

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏସଆଇଟି ଯାଞ୍ଚ୍‌ ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୯।୯ : ୧୯୮୯ ମସିହାରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣାରେ ଏସଆଇଟି ଯାଞ୍ଚ ପାଇଁ ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ନିହତ ହୋଇଥିବା ଟିକା ଲାଲ ଟପଲୁଙ୍କ ପୁଅ ଅଶୁତୋଷ ଟପଲୁଙ୍କ ପକ୍ଷରୁ ଏହି ପିଟିଶନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ସେ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି।

ଉପଯୁକ୍ତ ମଞ୍ଚରେଏହି ଦାବି କରିବାକୁ ଟପଲୁଙ୍କୁ କୋର୍ଟ କହିଛନ୍ତି। କଶ୍ମୀରରେ ହୋଇଥିବା ହତ୍ୟାକାଣ୍ଡରେ ଟିକା ଲାଲ ଟପଲୁଙ୍କୁ ଜେ.କେ.ଏଲ.ଏଫ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଆବେଦନରେ କୁହାଯାଇଥିଲା ଯେ ଘଟଣାକୁ ୩୨ ବର୍ଷ ବିତିଗଲାଣି। ପରିବାର ଜାଣି ନାହାଁନ୍ତି ଯେ ଏହି ଘଟଣାରେ କେଉଁ ପ୍ରକାର ଅନୁସନ୍ଧାନ କରାଯାଇଥିଲା। ପରିବାରକୁ ଏଫଆଇଆର କପି ମଧ୍ୟ ଦିଆଯାଇ ନଥିଲା।

୧୯୮୪ରେ ହୋଇ ଶିଖ ଦଙ୍ଗାର ତିନି ଦଶନ୍ଧି ପରେ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏସଆଇଟିକୁ ଆବେଦନକାରୀ ମଧ୍ୟ ଦର୍ଶାଇଥିଲେ ଏବଂ ଟପଲୁଙ୍କ ହତ୍ୟା ଘଟଣାରେ ମଧ୍ୟ ଏସଆଇଟି ଯାଞ୍ଚ୍‌ ଲାଗି ଅନୁରୋଧ କରିଥିଲେ। କୋର୍ଟ କହିଛନ୍ତି ଯେ ଆମେ ପୂର୍ବରୁ ମଧ୍ୟ ସମାନ ଆବେଦନକୁ ଖାରଜ କରିଛୁ। ବର୍ତ୍ତମାନ ଆମେ ଏହାର ଶୁଣାଣି କରି ପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri