Posted inଜାତୀୟ

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଦେଲେ ବଡ଼ ଟିପ୍ପଣୀ, କହିଲେ…

ନୂଆଦିଲ୍ଲୀ,୧୩।୧୨: ସୁପ୍ରିମକୋର୍ଟ ବୁଧବାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଶୁଣାଣି ସମୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସରକାରୀ କ୍ଷମତାର ଅପବ୍ୟବହାର କରାଯିବା ଉଚିତ୍‌ ନୁହେଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ଏହି ରାୟ ପଢୁଛନ୍ତି। ଜଷ୍ଟିସ ଗାଭାଇ କବି ପ୍ରଦୀପଙ୍କ ଏକ କବିତାକୁ ଉଦ୍ଧୃତ କରି କହିଛନ୍ତି ଯେ ଘର ଏକ ସ୍ବପ୍ନ, ଯାହା କେବେ ଭାଙ୍ଗି ପାରିବ ନାହିଁ। ଶୁଣାଣି ସମୟରେ ଜଜ୍‌ କହିଛନ୍ତି, ଆମେ ସମସ୍ତ ଯୁକ୍ତି ଶୁଣିଛୁ। ଗଣତାନ୍ତ୍ରିକ ନୀତିକୁ ବିଚାର କରିଛୁ। ନ୍ୟାୟର ନୀତିକୁ ବିଚାର କରିଛୁ।

ବିଚାରପତି ଆହୁରି କହିଛନ୍ତି ଯେ ଲୋକମାନେ ଅନୁଭବ କରିବା ଉଚିତ୍‌ ଯେ ସେମାନଙ୍କର ଅଧିକାର ସେହିଭଳି ଛଡ଼ାଇ ନିଆଯାଇପାରିବ ନାହିଁ । ସରକାରୀ କ୍ଷମତାର ଅପବ୍ୟବହାର କରାଯାଇପାରିବ ନାହିଁ । ଆମେ ନିର୍ଦ୍ଦେଶାବଳୀ ଦେବା ଉଚିତ କି ନାହିଁ ଆମେ ବିଚାର କରିଛୁ। ବିନା ବିଚାରରେ ଘର ଭାଙ୍ଗି କାହାକୁ ଦଣ୍ଡ ଦିଆଯାଇପାରିବ ନାହିଁ। ଆମର ସିଦ୍ଧାନ୍ତ ହେଉଛି ଯଦି ପ୍ରଶାସନ ମନଇଚ୍ଛା ଘର ଭାଙ୍ଗେ, ତା’ହେଲେ ଅଧିକାରୀମାନଙ୍କୁ ଏଥିପାଇଁ ଜବାବ ଦେବାକୁ ପଡ଼ିବ। ସୁପ୍ରିମକୋର୍ଟ ଦୁଇ ଜଣ ବିଚାରପତିଙ୍କ ବେଞ୍ଚ ସରକାରଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଘରଗୁଡ଼ିକୁ ମନଇଚ୍ଛା ଭାଙ୍ଗିବା ଆଇନର ଉଲ୍ଲଂଘନ ବୋଲି କହିଛନ୍ତି। ଏ ମାମଲାରେ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମାମଲାରେ ଗାଇଡଲାଇନ ଜାରି କରି ସୁପ୍ରିମକୋର୍ଟ କହିଛନ୍ତି କାର୍ଯ୍ୟପାଳିକା, ନ୍ୟାୟପାଳିକାର ଭୂମିକା ନେଇପାରିବନି।

ଅପରାଧ ପାଇଁ ଦଣ୍ଡ ଦେବା କୋର୍ଟର କାମ ପ୍ରଶାସନର ନୁହେଁ। ଅଧିକାରୀମାନେ ଅଦାଲତ ଭଳି କାମ କରିପାରିବେ ନାହିଁ। କାହାର ବି ମୁଣ୍ଡ ଉପରୁ ଛାତ ଛ ନେବା ଠିକ ନୁହେଁ। ଅଭିଯୁକ୍ତ ଏବଂ ଦୋଷୀଙ୍କର ମଧ୍ୟ କିଛି ଅଧିକାର ରହିଛି। କେବଳ ଅଭିଯୁକ୍ତ ଦର୍ଶାଇ ତାଙ୍କ ଘର ଭାଙ୍ଗିବା ଆଇନର ଉଲ୍ଲଂଘନ ଅଟେ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri