Posted inଜାତୀୟ

ସମ୍ବିଧାନକୁ ହାଇଜାକ୍‌ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌.ଏସ୍‌. ସୋଧିଙ୍କ ସାକ୍ଷାତ୍‌କାରର ଭିଡିଓ ଶେୟାର କରିଛନ୍ତି। ସୁପ୍ରିମକୋର୍ଟ ନିଜେ ବିଚାରପତି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେଇ ସମ୍ବିଧାନକୁ ଅପହରଣ କରିଛନ୍ତି ବୋଲି ଜଷ୍ଟିସ୍‌ ସୋଧି କହିଥିଲେ। ଆଇନ ପ୍ରଣୟନ କରିବା ଅଧିକାର ପାର୍ଲାମେଣ୍ଟର ରହିଛି। ସୁପ୍ରିମକୋର୍ଟ ଆଇନ ପ୍ରଣୟନ କରିପାରିବ ନାହିଁ ବୋଲି ଜଷ୍ଟିସ ସୋଧି କହିଥିଲେ। କେବଳ ପାର୍ଲାମେଣ୍ଟ ହିଁ ସମ୍ବିଧାନ ସଂଶୋଧନ କରିବ।

ତେବେ ସୁପ୍ରିମକୋର୍ଟ ସମ୍ବିଧାନକୁ ହାଇଜାକ୍‌ କରୁଥିବା ସେ ପ୍ରଥମ ଥର ପାଇଁ ଅନୁଭବ କରୁଛନ୍ତି ବୋଲି ସୋଧି କହିଥିଲେ। ହାଇଜାକ ପରେ ସେମାନେ କହିବେ ଆମେ ବିଚାରପତି ନିଯୁକ୍ତି ଦେବୁ, ଏଥିରେ କେନ୍ଦ୍ରର କିଛି ଭୂମିକା ନାହିଁ। ହାଇକୋର୍ଟଗୁଡ଼ିକ ଶୀର୍ଷ ଅଦାଲତଙ୍କ ଆଜ୍ଞାକାରୀ ନୁହନ୍ତି, କିନ୍ତୁ ହାଇକୋର୍ଟ ବିଚାରପତିମାନେ ସୁପ୍ରିମକୋର୍ଟଙ୍କୁ ଚାହିଁ ରହିବା ସହ ଆଜ୍ଞାକାରୀ ପାଲିଟିଗଲେଣି ବୋଲି ଜଷ୍ଟିସ ସୋଧି କହିଥିଲେ।

ପୂର୍ବତନ ବିଚାରପତିଙ୍କ ମତାମତ ବିବେକପୂର୍ଣ୍ଣ ବିବେଚନା କରୁଛି ବୋଲି ମନ୍ତ୍ରୀ ରିଜିଜୁ କହିଛନ୍ତି। ଅଧିକାଂଶ ଲୋକଙ୍କର ସମାନ ମତାମତ ରହିଛି। ଜନସାଧାରଣ ସେମାନଙ୍କ ପ୍ରତିନିଧି ମାଧ୍ୟମରେ ନିଜକୁ ଶାସନ କରିଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସ୍ବାର୍ଥକୁ ଉପସ୍ଥାପନ କରିବା ସହ ଆଇନ ପ୍ରଣୟନ କରିଥାନ୍ତି। ଆମ ନ୍ୟାୟପାଳିକା ସ୍ବାଧୀନ ଏବଂ ସମ୍ବିଧାନ ସର୍ବୋଚ୍ଚ ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri