Posted inଜାତୀୟ

ଆଇଆଇଟିରେ ଛାତ୍ରଙ୍କ ଆଡମିଶନ ପାଇଁ ସ୍ବତନ୍ତ୍ର ଅଧିକାରର ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧୧: ଆଇଆଇଟି ବମ୍ବେରେ ଜଣେ ଏସ୍‌ସି ଛାତ୍ରଙ୍କ ଆଡମିଶନ ନେଇ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ଅଧିକାର ପ୍ରୟୋଗ କରିଛନ୍ତି। ଛାତ୍ରଙ୍କୁ ୪୮ ଘଣ୍ଟା ମଧ୍ୟରେ ଆଡମିଶନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଶୀର୍ଷକୋର୍ଟଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାର ମାଧ୍ୟମରେ ଏଭଳି କରାଯାଇଛି। ଛାତ୍ର ଜଣଙ୍କ ଉତ୍ତରପ୍ରଦେଶର ଏକ ଦୁର୍ଗମ ଗାଁର ବାସିନ୍ଦା । କେତେକ ସମସ୍ୟା ଯୋଗୁ ସମୟସୀମା ମଧ୍ୟରେ ସେ ତାଙ୍କ ଦେୟ ଦେଇପାରି ନ ଥିଲେ।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌.ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ଏଭଳି ଦୁର୍ଗମ ଗାଁର ଛାତ୍ରମାନଙ୍କୁ ଆଡମିଶନ ନ ଦେବେ ତେବେ ମହାନଗର ନିଗମରୁ ଆସୁଥିବା ଶିକ୍ଷାର୍ଥୀଙ୍କ ପାଇଁ କେବଳ ଆଇଆଇଟି ସିଟ ସଂରକ୍ଷିତ ରହିବ। ବୁଧବାର ପୂର୍ବରୁ ଛାତ୍ରଙ୍କୁ ସିଭିଲ ଇଞ୍ଜିନିୟରିଂ ବିଟେକ ପାଠ୍ୟକ୍ରମରେ ଭର୍ତ୍ତି କରିବାକୁ କୋର୍ଟ ଆଇଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଦୂରଦୂରାନ୍ତରେ ରହୁଥିବା ଅନେକ ଛାତ୍ର ଇଣ୍ଟରନେଟ ବ୍ୟାଘାତ ହେତୁ ଅନଲାଇନରେ ଦେୟ ଦେବାକୁ ଅସମର୍ଥ ହେଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ପ୍ରତିଷ୍ଠିତ ଅନୁଷ୍ଠାନରେ ଆଡମିଶନ ବାରଣ କରାଯାଇପାରିବ ନାହିଁ। ପ୍ରିନ୍ସ ଜୟବୀର ସିଂ ଆହ୍ଲାବାଦରେ ଅଧ୍ୟୟନ କରି ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୭ ଅକ୍ଟୋବରରେ, ପ୍ରିନ୍ସଙ୍କୁ ସିଭିଲ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏକ ସିଟ୍‌ ପ୍ରଦାନ କରାଯାଇଥିଲା।

ଅନଲାଇନ ଆଡମିଶନ ପ୍ରକ୍ରିୟା ଶେଷ କରିବାକୁ ଆଇଆଇଟି ବମ୍ବେର ପୋର୍ଟାଲ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଖୋଲା ଥିଲା। ଏହି ସମୟ ମଧ୍ୟରେ, ଛାତ୍ରମାନଙ୍କୁ ଫି, ଡକ୍ୟୁମେଣ୍ଟ ଅପଲୋଡ ଏବଂ ଅନ୍ୟ ସମସ୍ତ ଔପଚାରିକତା ପୂରଣ କରିବାକୁ ଥିଲା। ଅକ୍ଟୋବର ୨୯ ରେ, ପ୍ରିନ୍ସ୍‌ ପୋର୍ଟାଲରେ ଲଗ ଇନ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କଲେ । ତଥାପି, ଅର୍ଥର ଅଭାବ ଯୋଗୁ ସେ ଫି ଦେଇପାରି ନଥିଲେ।

ସେ ତାଙ୍କ ଭଉଣୀଙ୍କଠାରୁ ଟଙ୍କା ନେଇ ୩୦ ଅକ୍ଟୋବରରେ ଫି ଦେବାକୁ ଚାହୁଁଥିଲେ। ସେ ୧୦ ରୁ ୧୨ ଥର ଚେଷ୍ଟା କରିଥିଲେ କିନ୍ତୁ ବୈଷୟିକ ସମସ୍ୟା ହେତୁ ତାହା କରିପାରି ନ ଥିଲେ। ଅକ୍ଟୋବର ୩୧ରେ, ସେ ସାଇବର କାଫେକୁ ଯାଇ ପୁନର୍ବାର ଦେୟ ଦେବାକୁ ଚେଷ୍ଟା କଲେ, କିନ୍ତୁ ପୋର୍ଟାଲରେ ଏଭଳି ସମସ୍ୟା ଲାଗି ରହିଥିଲା। ପରେ ସେ ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri