Posted inଜାତୀୟ

କେନ୍ଦ୍ର, ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ଭାରତରେ ମହିଳା, ଶିଶୁ ଓ ତୃତୀୟ ଲିଙ୍ଗୀଙ୍କ ପ୍ରତି ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଦିଗରେ କେତେକ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଂଘ ପକ୍ଷରୁ ଦାଏର କରାଯାଇଥିବା ଏହି ପିଆଇଏଲ୍‌ରେ ବଳାତ୍କାରୀଙ୍କୁ ରାସାୟନିକ ଉପାୟରେ ନଂପୁସକ କରାଯିବା ସହ ବଳାତ୍କାର ମାମଲାରେ ଜାମିନ ବ୍ୟବସ୍ଥା ନ ରଖିବା ପାଇଁ ପ୍ରସ୍ତାବ ରହିଥିଲା। ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜଳ ଭୂୟଁାଙ୍କ ଖଣ୍ଡପୀଠ ସୋମବାର ପିଟିଶନ୍‌ର ଶୁଣାଣି କରି ଏ ସଂକ୍ରାନ୍ତରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକଠାରୁ ଜବାବ ମାଗିଛନ୍ତି। ଆମ ଦଣ୍ଡାତ୍ମକ ଆଇନରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ୧୨ ବର୍ଷ ପୂରିବା ଅବସରରେ ମହିଳା ଆଇନଜୀବୀ ସଂଘ ପକ୍ଷରୁ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। କୋଲକାତାର ଆର୍‌.ଜି. କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ହତ୍ୟା ଘଟଣା ସମେତ ଦେଶର ବିଭିନ୍ନ ଭାଗରେ ବଳାତ୍କାର ଓ ଯୌନ ହିଂସା ଭଳି ବୀଭତ୍ସ ଅପରାଧ ବଢ଼ିଚାଲିଥିବାରୁ କଠୋର ଦଣ୍ଡବିଧାନର ଆବଶ୍ୟକତା ରହିଥିବା ପିଟିଶନ୍‌ରେ ଦର୍ଶାଯାଇଥିଲା। ମହିଳା ଏବଂ ଦୁର୍ବଳ ଶ୍ରେଣୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବାରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ବିଫଳ ହୋଇଥିବାରୁ ଏଥିରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ଅପରାଧୀଙ୍କୁ ରୋକିବାରେ ବର୍ତ୍ତମାନର ଆଇନ ବ୍ୟବସ୍ଥା ଏବଂ ପୋଲିସ କଳ ବିଫଳ ହୋଇଛି। ସେଥିପାଇଁ ଦଣ୍ଡ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଆବଶ୍ୟକ। ପିଟିଶନରେ ଦିଆଯାଇଥିବା କେତେକ ପ୍ରସ୍ତାବ ମଧ୍ୟରେ ରହିଛି, ଯୌନ ଅପରାଧୀ ରେଜିଷ୍ଟ୍ରି ସ୍ଥାପନ,

ଯୌନ ଅପରାଧୀଙ୍କୁ ରାସାୟନିକ ଉପାୟରେ ବାଧ୍ୟତାମୂଳକ ନଂପୁସକ କରାଇବା, ଶିକ୍ଷାନୁଷ୍ଠାନରେ ଲିଙ୍ଗ ସମ୍ବେଦୀକରଣ କାର୍ଯ୍ୟକ୍ରମ ପ୍ରଚଳନ, ଅନିୟନ୍ତ୍ରିତ ଅଶ୍ଳୀଳ କଣ୍ଟେଣ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଜଘନ୍ୟ ଯୌନ ଅପରାଧ ସହ ସମ୍ପୃକ୍ତ ମାମଲାରେ ୬ ମାସ ମଧ୍ୟରେ ବିଚାର ଶେଷ କରିବା, ଜଘନ୍ୟ ଅପରାଧରେ ଅଭିଯୁକ୍ତମାନଙ୍କ ପାଇଁ ‘ଜାମିନ ବିହୀନ ନିୟମ’ କାର୍ଯ୍ୟକାରୀ କରିବା, କାର୍ଯ୍ୟସ୍ଥଳୀ, ଶିକ୍ଷାନୁଷ୍ଠାନ ଏବଂ ସାଧାରଣ ସ୍ଥାନଗୁଡ଼ିକରେ ଯୁବତୀ ଓ ମହିଳାମାନଙ୍କ ପାଇଁ ଉପଯୁକ୍ତ ପାଇଖାନା ଉପଲବ୍ଧ କରାଇବା, ବଳାତ୍କାର ଏବଂ ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ କରୁଥିବା ପୋଲିସ ଅଫିସର କିମ୍ବା ତଦନ୍ତକାରୀ ଅଫିସର ନୈତିକ ଆଚରଣ ସୁନିଶ୍ଚିତ କରିବା ଇତ୍ୟାଦି।

ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଭଳି ଦେଶଗୁଡ଼ିକରେ ପ୍ରଚଳିତ ରାସାୟନିକ ନଂପୁସକତା ସେଠାରେ ଯୌନ ଅପରାଧ ହ୍ରାସ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ବଳାତ୍କାର କିମ୍ବା ଅନ୍ୟ ଜଘନ୍ୟ ଯୌନ ଅପରାଧରେ ଦୋଷୀସାବ୍ୟସ୍ତଙ୍କୁ ଆଜୀବନ କାରାଦଣ୍ଡ ଏବଂ ସ୍ଥାୟୀ ନଂପୁସକ କରାଇବା ଭଳି କଠୋର ଦଣ୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ପିଟିଶନରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri