Posted inଜାତୀୟ

କେନ୍ଦ୍ର, ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ଭାରତରେ ମହିଳା, ଶିଶୁ ଓ ତୃତୀୟ ଲିଙ୍ଗୀଙ୍କ ପ୍ରତି ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଦିଗରେ କେତେକ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଂଘ ପକ୍ଷରୁ ଦାଏର କରାଯାଇଥିବା ଏହି ପିଆଇଏଲ୍‌ରେ ବଳାତ୍କାରୀଙ୍କୁ ରାସାୟନିକ ଉପାୟରେ ନଂପୁସକ କରାଯିବା ସହ ବଳାତ୍କାର ମାମଲାରେ ଜାମିନ ବ୍ୟବସ୍ଥା ନ ରଖିବା ପାଇଁ ପ୍ରସ୍ତାବ ରହିଥିଲା। ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜଳ ଭୂୟଁାଙ୍କ ଖଣ୍ଡପୀଠ ସୋମବାର ପିଟିଶନ୍‌ର ଶୁଣାଣି କରି ଏ ସଂକ୍ରାନ୍ତରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକଠାରୁ ଜବାବ ମାଗିଛନ୍ତି। ଆମ ଦଣ୍ଡାତ୍ମକ ଆଇନରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ୧୨ ବର୍ଷ ପୂରିବା ଅବସରରେ ମହିଳା ଆଇନଜୀବୀ ସଂଘ ପକ୍ଷରୁ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। କୋଲକାତାର ଆର୍‌.ଜି. କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ହତ୍ୟା ଘଟଣା ସମେତ ଦେଶର ବିଭିନ୍ନ ଭାଗରେ ବଳାତ୍କାର ଓ ଯୌନ ହିଂସା ଭଳି ବୀଭତ୍ସ ଅପରାଧ ବଢ଼ିଚାଲିଥିବାରୁ କଠୋର ଦଣ୍ଡବିଧାନର ଆବଶ୍ୟକତା ରହିଥିବା ପିଟିଶନ୍‌ରେ ଦର୍ଶାଯାଇଥିଲା। ମହିଳା ଏବଂ ଦୁର୍ବଳ ଶ୍ରେଣୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବାରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ବିଫଳ ହୋଇଥିବାରୁ ଏଥିରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ଅପରାଧୀଙ୍କୁ ରୋକିବାରେ ବର୍ତ୍ତମାନର ଆଇନ ବ୍ୟବସ୍ଥା ଏବଂ ପୋଲିସ କଳ ବିଫଳ ହୋଇଛି। ସେଥିପାଇଁ ଦଣ୍ଡ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଆବଶ୍ୟକ। ପିଟିଶନରେ ଦିଆଯାଇଥିବା କେତେକ ପ୍ରସ୍ତାବ ମଧ୍ୟରେ ରହିଛି, ଯୌନ ଅପରାଧୀ ରେଜିଷ୍ଟ୍ରି ସ୍ଥାପନ,

ଯୌନ ଅପରାଧୀଙ୍କୁ ରାସାୟନିକ ଉପାୟରେ ବାଧ୍ୟତାମୂଳକ ନଂପୁସକ କରାଇବା, ଶିକ୍ଷାନୁଷ୍ଠାନରେ ଲିଙ୍ଗ ସମ୍ବେଦୀକରଣ କାର୍ଯ୍ୟକ୍ରମ ପ୍ରଚଳନ, ଅନିୟନ୍ତ୍ରିତ ଅଶ୍ଳୀଳ କଣ୍ଟେଣ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଜଘନ୍ୟ ଯୌନ ଅପରାଧ ସହ ସମ୍ପୃକ୍ତ ମାମଲାରେ ୬ ମାସ ମଧ୍ୟରେ ବିଚାର ଶେଷ କରିବା, ଜଘନ୍ୟ ଅପରାଧରେ ଅଭିଯୁକ୍ତମାନଙ୍କ ପାଇଁ ‘ଜାମିନ ବିହୀନ ନିୟମ’ କାର୍ଯ୍ୟକାରୀ କରିବା, କାର୍ଯ୍ୟସ୍ଥଳୀ, ଶିକ୍ଷାନୁଷ୍ଠାନ ଏବଂ ସାଧାରଣ ସ୍ଥାନଗୁଡ଼ିକରେ ଯୁବତୀ ଓ ମହିଳାମାନଙ୍କ ପାଇଁ ଉପଯୁକ୍ତ ପାଇଖାନା ଉପଲବ୍ଧ କରାଇବା, ବଳାତ୍କାର ଏବଂ ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ କରୁଥିବା ପୋଲିସ ଅଫିସର କିମ୍ବା ତଦନ୍ତକାରୀ ଅଫିସର ନୈତିକ ଆଚରଣ ସୁନିଶ୍ଚିତ କରିବା ଇତ୍ୟାଦି।

ଦକ୍ଷିଣ କୋରିଆ, ଇଣ୍ଡୋନେସିଆ ଭଳି ଦେଶଗୁଡ଼ିକରେ ପ୍ରଚଳିତ ରାସାୟନିକ ନଂପୁସକତା ସେଠାରେ ଯୌନ ଅପରାଧ ହ୍ରାସ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ବଳାତ୍କାର କିମ୍ବା ଅନ୍ୟ ଜଘନ୍ୟ ଯୌନ ଅପରାଧରେ ଦୋଷୀସାବ୍ୟସ୍ତଙ୍କୁ ଆଜୀବନ କାରାଦଣ୍ଡ ଏବଂ ସ୍ଥାୟୀ ନଂପୁସକ କରାଇବା ଭଳି କଠୋର ଦଣ୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ପିଟିଶନରେ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri