Posted inଜାତୀୟ

ଜଷ୍ଟିସ୍‌ ରମନାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୫ା୩: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଆଣିଥିବା ଅଭିଯୋଗକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ବୁଧବାର ଏନେଇ ଏକ ସଂକ୍ଷିପ୍ତ ବିବୃତି ପ୍ରକାଶ ପାଇଛି। ଇନ୍‌-ହାଉସ୍‌ ପ୍ରକ୍ରିୟାରେ ଯାଞ୍ଚ ଓ ଉପଯୁକ୍ତ ଅନୁଧ୍ୟାନ ପରେ ଜଷ୍ଟିସ୍‌ ରମନାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ଅତ୍ୟନ୍ତ ଗୋପନୀୟ ଭାବେ ହୋଇଥିବା ଏହି ଭିତିରି ଶୁଣାଣି ପ୍ରକାଶଯୋଗ୍ୟ ନୁହେଁ ବୋଲି ବିବୃତିରେ ଦର୍ଶାଯାଇଛି।
୨୦୨୦ ଅକ୍ଟୋବର ୬ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ନିକଟକୁ ପତ୍ର ଲେଖି ଜଷ୍ଟିସ୍‌ ରମନାଙ୍କ ବିରୋଧରେ କେତେକ ସଙ୍ଗିନ ଅଭିଯୋଗ ଆଣିଥିଲେ। ଜଷ୍ଟିସ୍‌ ରମନା ତାଙ୍କ ସରକାରରେ ଅସ୍ଥିରତା ଆଣିବା ପାଇଁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ବିଚାରପତିମାନଙ୍କୁ ପ୍ରଭାବିତ କରୁଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ସପକ୍ଷରେ ଯାଇ ବର୍ତ୍ତମାନର ନିର୍ବାଚିତ ସରକାରଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଜଗନ୍‌ମୋହନ ଏଥିରେ ଉଲ୍ଲେଖ କରିଥିଲେ। ଏହାସହ ପ୍ରମାଣ ସ୍ବରୂପ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ଗଡ଼ୁଥିବା ମାମଲାର ତ୍ୱରିତ ଶୁଣାଣି ପାଇଁ ଜଷ୍ଟିସ୍‌ ରମନା ଦେଇଥିବା ରାୟର ଅବତାରଣା କରିଥିଲେ।
କିଛି ମାସ ତଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଜଗନ୍‌ମୋହନଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ପାଇଁ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କୁ ଅନୁମତି ଦେବାକୁ ମନା କରିଦେଇଥିଲେ। ବେଣୁଗୋପାଳ କହିଥିଲେ, ସିଜେଆଇ ବୋବ୍‌ଡେଙ୍କ ନିକଟରେ ଉକ୍ତ ଚିଠି ଥିବାରୁ ଅନୁମତି ଦେଇ ପ୍ରଧାନ ବିଚାରପତିଙ୍କ ଦୃଢ଼ ସଂକଳ୍ପକୁ ଭାଙ୍ଗିବା ତାଙ୍କ ପକ୍ଷେ ଉଚିତ ହେବ ନାହିଁ। ଏହା ଉପରେ ଆଇନଜୀବୀ ଉପାଧ୍ୟାୟ କହିଥିଲେ, ଉକ୍ତ ପ୍ରସଙ୍ଗରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଅବମାନନା ମାମଲା ରୁଜୁ କରିପାରିବେ। ସାରା ଦେଶରେ ବିଧାୟକ ଏବଂ ଏମ୍‌ପିମାନଙ୍କ ବିରୋଧରେ ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଅଶ୍ୱିନୀ ଉପାଧ୍ୟାୟ ବ୍ୟକ୍ତିଗତ ଭାବେ ଆବେଦନ କରିଥିଲେ। ଏହି ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ସେପ୍ଟେମ୍ବର ୧୬ରେ ଜଷ୍ଟିସ୍‌ ରମନା ଦେଇଥିବା ରାୟ ଅକ୍ଟୋବର ୬ରେ ଜଗନ୍‌ମୋହନଙ୍କୁ ସିଜେଆଇଙ୍କ ନିକଟକୁ ପତ୍ର ପଠାଇବା ଲାଗି ପ୍ରେରିତ କରିଥାଇପାରେ ବୋଲି ଅଶ୍ୱିନୀ ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଅଜେୟ କଲ୍ଲାମ ଅକ୍ଟୋବର ୧୦ରେ ଜଗନ୍‌ମୋହନଙ୍କ ଚିଠିକୁ ଗଣମାଧ୍ୟମରେ ଜାରି କରିବା ଅଦାଲତ ଅବମାନନା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri