ନିବେଶକଙ୍କ କ୍ଷତି ୩.୨୭ ଲକ୍ଷ କୋଟି

ମୁମ୍ବାଇ: କରୋନା ସଂକ୍ରମଣ ମାମଲା ବଢ଼ିବାରୁ ଏହାର ପ୍ରଭାବ ପୁଣି ଥରେ ଶେୟାର ବଜାର ଉପରେ ପଡିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୮୭୧.୧୩ ପଏଣ୍ଟ ବା ୧.୭୪% ହ୍ରାସ ହେବା ଯୋଗୁ ନିବେଶକ ୩.୨୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ସେନ୍‌ସେକ୍ସ ୪୯,୧୮୦ ପଏଣ୍ଟ ସ୍ତରକୁ ଖସିଛି। ଦିନ ମଧ୍ୟରେ ଏହା ୯୩୧ ପଏଣ୍ଟ ଖସିବା ଯୋଗୁ ୪୯,୧୨୦ ପଏଣ୍ଟ ସ୍ତରରେ ରହିଥିଲା। ଫଳରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୨୦୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ହୋଇଛି।
୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଶେୟାର କାରବାର ସବୁଠାରୁ ବେଶି ହ୍ରାସ ହେବା ଫଳରେ ୩.୯୭% ନିମ୍ନରେ ରହିଛି। ସେହିଭଳି ଏସ୍‌ବିଆଇ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଆଇଟିସି ଏବଂ ଏଲ୍‌ଆଣ୍ଡଟି ଭଳି କମ୍ପାନୀର ଶେୟାର କାରବାର ମଧ୍ୟ ପ୍ରଭାବିତ ହୋଇଛି। ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ଏସିଆନ ପେଣ୍ଟସ ଏବଂ ପାଓ୍ବାର ଗ୍ରୀଡ୍‌ର କାରବାର ଉନ୍ନତ ରହିଛି। ବିଏସ୍‌ଇରେ ରିୟାଲଟି, ମେଟାଲ, ଅଟୋ, ବ୍ୟାଙ୍କସ, ଇଣ୍ଡଷ୍ଟ୍ର୍ରିଆଲ ଏବଂ ଫାଇନାନ୍ସ ସୂଚୀ ୨.୯୩% ଖସିଛି। ମିଡ୍‌କ୍ୟାପ୍‌ ଏବଂ ସ୍ମଲ୍‌କ୍ୟାପ ସୂଚକାଙ୍କ ୧.୬୯% ହ୍ରାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ୩୯ ଔଷଧ ଦର

ଭୁବନେଶ୍ୱର,୫।୯: ନ୍ୟାଶନାଲ ଲିଷ୍ଟ ଅଫ୍‌ ଏସେନସିଆଲ ମେଡିସିନ୍‌(ଏନ୍‌ଏଲ୍‌ଇଏମ୍‌) କୁ ସଂଶୋଧନକରି କେନ୍ଦ୍ର ସରକାର ୩୯ଟି ଗୁରୁତ୍ୱର ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏହି କ୍ରମରେ କର୍କଟ...

୫୦ ହଜାର କୋଟି ନିବେଶ କଲେଣି ବିଦେଶୀ ନିବେଶକ

ନୂଆଦିଲ୍ଲୀ: କରୋନା ଟିକା ସଫଳ ହେଉଥିବା ଖବର ଭାରତୀୟ ପୁଞ୍ଜି ବଜାର ଉପରେ ଭଲ ପ୍ରଭାବ ପକାଇଛି। ଫଳରେ ନଭେମ୍ବର ମାସ ଅଦ୍ୟାବଧି ଦେଶର ପୁଞ୍ଜି...

ପିଏମ୍‌ସି ବ୍ୟାଙ୍କ ଠକେଇ ଆଖି ଖୋଲିଛି: ଅନୁରାଗ

ନୂଆଦିଲ୍ଲୀ,୧-୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କରେ ହୋଇଥିବା ବଡ ଧରଣର ଠକେଇ ବ୍ୟାଙ୍କ ଶିଳ୍ପର ଆଖି ଖୋଲିଛି। ରିଜର୍ଭ ବ୍ୟାଙ୍କ ଏସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ...

ହୋଣ୍ଡାର ନୂଆ ବିଏସ୍‌-୬ ଟୁହ୍ବିଲର୍ସ ଏସ୍‌ପି ୧୨୫

ଭୁବନେଶ୍ୱର,୧୫-୧୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ବିଏସ୍‌ -୬ ମୋଟର ସାଇକେଲ ଏସ୍‌ପି ୧୨୫ ବଜାରକୁ ଆସିଛି। ଏହାକୁ...

ମାସ ଆରମ୍ଭରୁ ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୨।୯: ଅଗଷ୍ଟ ମାସରେ ତେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିଲା। ହେଲେ ସେପ୍ଟେମ୍ବର ପହିଲାରୁ ପୁଣି ଥରେ ତେଲ ଦର ବଢିବା ଆରମ୍ଭ ହେଲାଣି।...

ବଜାରରେ ମୋଦି ରାଖୀ

ନୂଆଦିଲ୍ଲୀ,୨୨।୭: ଚାଇନା ସେନା ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ଦାର ହୋଇଛି। ଚଳିତ ବର୍ଷ...

ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି...

ଡେବିଟ କାର୍ଡ ବନ୍ଦ କରିବାକୁ ଏସ୍‌ବିଆଇର ପ୍ରସ୍ତୁତି

ନୂଆଦିଲ୍ଲୀ,୨୧-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି। ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ...

Advertisement
Archives

Model This Week