Posted inଜାତୀୟ

ରାଜ୍ୟକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୫ା୫: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିମାନଙ୍କ ପେନସନ୍‌ ସମୀକ୍ଷା ଲାଗି ପୂର୍ବରୁ ଦେଇଥିବା ନିର୍ଦ୍ଦେଶନାମାର ଅନୁପାଳନ ସମ୍ପର୍କିତ ରିପୋର୍ଟ ବୁଧବାର ଓଡ଼ିଶା ସମେତ ରାଜ୍ୟଗୁଡ଼ିକୁ ମାଗିଛନ୍ତି। ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଏବଂ ବି. ଆର୍‌ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଏହି କମ୍ପ୍ଲିଆନ୍ସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ଆଉ ଅଧିକ ସମୟ ଦେଇ ହେବନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଶୁଣାଣିବେଳେ ଓଡ଼ିଶା ଓ ଅନ୍ୟ କେତେକ ରାଜ୍ୟ ରିପୋର୍ଟ ଦାଖଲ କରି ନ ଥିବା ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ପ୍ରକାଶ ଯେ, ୧୯୯୬ ଜାନୁୟାରୀ ୧ ପରେ ଅବସର ନେଇଥିବା ବିଚାରପତିମାନଙ୍କ ପେନ୍‌ସନ୍‌ ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ୨୦୧୨ରେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅଲ୍‌ ଇଣ୍ଡିଆ ଜଜେସ୍‌ ଆସୋସିଏଶନ ପକ୍ଷରୁ ଦାଖଲ ଏକ ଆବେଦନର ଶୁଣାଣି କରି ପୂର୍ବତନ ବିଚାରପତିମାନଙ୍କ ପେନ୍‌ସନ୍‌ କର୍ନାଟକ ମଡେଲ ଅନୁସାରେ ୩.୦୭ ଗୁଣ ବୃଦ୍ଧି ସଂକ୍ରାନ୍ତ ଅନୁପାଳନ ରିପୋର୍ଟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଆଙ୍କ ୧୦୦ତମ ଜନ୍ମଦିନରେ ଆଶୀର୍ବାଦ ନେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶନିବାର ଅର୍ଥାତ୍ ୧୮ ଜୁନରେ...

ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ମୃତ

ଜମ୍ମୁ,୧୧ ।୧୦: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହେଇଥିବା ସୂଚନା ମିଳିଛି ।...

ସ୍କୋର୍ପିଓରୁ ୮୯ ଖଣ୍ଡା ଜବତ, ରାଜସ୍ଥାନରୁ ଆସୁଥିଲା ମହାରାଷ୍ଟ୍ର…

ଧୁଲେ, ୨୮।୪ : ମହାରାଷ୍ଟ୍ରର ଧୁଲେ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଧୁଲେରେ ଏକ ସ୍କୋର୍ପିଓରୁ ୮୯ଟି ଖଣ୍ଡା ଏବଂ ଗୋଟିଏ ଛୁରୀ...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ...

ନାବାଳିକା ଅପହରଣ କରିନେଇଥିଲେ ଏହି ଯୁବକ, ଆଉ ତା’ପରେ

ଅମୃତସର,୧୯।୭: ପଞ୍ଜାବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଏକ ଫଟୋରେ ଜଣେ ଯୁବକ ଗଛରେ ବନ୍ଧା ହୋଇଥିବା ଦେଖାଯାଇଛି। ବ୍ୟକ୍ତିଙ୍କ ବେକରେ ଜୋତାର ମାଳ...

ସମୁଦ୍ରରେ ଖସି ପଡିଲା ମିଗ୍‌-୨୯କେ

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ନୌସେନାର ମିଗ-୨୯କେ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି। ଗୁରୁବାର ସା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସିପଡିଥିଲା।...

ମୋଦିଙ୍କ ଜନ୍ମଦିନକୁ ‘ସେବା ସପ୍ତାହ’ ଭାବେ ପାଳନ କରିବ ଭାଜପା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ନିଆରା ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ସେପ୍ଟେମ୍ବର...

ମଦ ଘରେ ରଖିଲେ ନେବାକୁ ପଡ଼ିବ ଲାଇସେନ୍ସ୍‌

ଲକ୍ଷ୍ନୌ, ୨୪।୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତି ଘୋଷଣା କରାଯାଇଛି। ଏଣିକି ନୂଆ ଆଇନ ଅନୁସାରେ ଘରେ ନିର୍ଦ୍ଧାରିତ...

Advertisement
Archives

Model This Week