ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଲେ ବିଧାୟକଙ୍କ ସମର୍ଥକ

ଦେବଗଡ଼, ୧୦।୧(ଡି.ଏନ୍‌.ଏ.): ଦେବଗଡ଼ର ଭାଜପା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମର୍ଥକମାନେ ମହିଳା ସଶକ୍ତିକରଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଟାଉନ ହଲ ସମ୍ମୁଖ ପାଚେରୀକୁ ବିଧାୟକଙ୍କ ଉପସ୍ଥିତିରେ ସମର୍ଥକମାନେ ଭାଙ୍ଗି ଦେଇଛନ୍ତି। ପୌର ପରିଷଦ କାର୍ଯ୍ୟାଦେଶ ସଂଖ୍ୟା ୧୪/୫।୧।୨୩ରେ ହରି ଓମ ଏସ୍‌ଏଚ୍‌ଜିକୁ ମିଳିଥିଲା ୧୪ ଲକ୍ଷ ୬୫ ହଜାର ୩୦୦ ଟଙ୍କାର କାର୍ଯ୍ୟାଦେଶ। ବିଧାୟକଙ୍କ ଏଭଳି କାର୍ଯ୍ୟରେ କାନ୍ଦିପକାଇଛନ୍ତି ଏସଏଚଜି ଗୋଷ୍ଠୀର ମହିଳା। ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ କରୁଥିଲେ ଉନ୍ନୟନ କାର୍ଯ୍ୟର ଠିକା କାମ। ବିଧାୟକଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଓ ଏସ୍‌ଏଚଜି ଗୋଷ୍ଠୀ ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ୩ ନମର ୱାର୍ଡମେମ୍ବର ବାସନ୍ତୀମଣି ମାଝୀ ପ୍ରମୁଖ ଥାନାରେ ବିଧାୟକ ଓ କେତେକ ୱାର୍ଡମେମ୍ବରଙ୍କ ବିରୋଧରେ ଏତଲା ଦେଇଛନ୍ତି। ବିଧାୟକଙ୍କ ଉପସ୍ଥିତିରେ ମିଶନ ଶକ୍ତିର କାର୍ଯ୍ୟ ଭଙ୍ଗାଯିବା ଖବର ପାଇ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବା ପରେ ଖୋଦ ବିଧାୟକ ପାଣିଗ୍ରାହୀ ସେମାନଙ୍କୁ ଫଟୋ ଉଠାଇବାକୁ ବାରଣ କରିବା ସହ ଜାଗା ଛାଡି ଚାଲିଯିବାକୁ କହିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ମନା କରିବା ସତ୍ତ୍ୱେ ସାଧାରଣ ଜନତା ଭଙ୍ଗାରୁଜା ଘଟଣାର ଭିଡିଓ ବହୁମାତ୍ରାରେ ଭାଇରାଲ କରିଥିବାବେଳେ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି। ଅନ୍ୟ ପକ୍ଷରେ ଭାଜପା ସାଂସଦ ନୀତେଶ ଗଙ୍ଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ ମଧ୍ୟ ବିଧାୟକଙ୍କ ସ୍ପଷ୍ଟ ଦିବାଲୋକରେ ଦାଦାଗିରିକୁ ନିନ୍ଦା କରିବାସହ ବିଧାୟକ ପାଣିଗ୍ରାହୀ ଜିଲାର ବିକାଶରେ ବାଧକ ସାଜିଥିବା ମତବ୍ୟକ୍ତ କରିଛନ୍ତି ଓ ନିଜ ସୋସିଆଲ ମିଡିଆ ଫେସବୁକରେ ଛାଡି ଥିବା ଦେଖିବାକୁ ମିଳିଛି। ତେବେ ବିଧାୟକ ସମର୍ଥନ ତଥା ଭାଜପା ପକ୍ଷରୁ କୁହାଯାଇଛି ଯେ, ମୁକ୍ତା ଯୋଜନାରେ ନିର୍ମାଣ କାର୍ଯ୍ୟ କରୁଥିଲା ପୌର ପ୍ରଶାସନ। ପ୍ରକଳ୍ପ ନିର୍ମାଣ ପାଇଁ ପୌରପରିଷଦରେ ଗୃହୀତ ହୋଇ ନ ଥିବା ଭାଜପା ତେନା ଅଭିଯୋଗ କରିଥିଲେ। ପୌର ନିର୍ବାହୀ ଅଧିକାରୀ, ଜିଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟିକୁ ଆଣିଥିଲେ ଭାଜପା କାଉନସିଲରମାନେ। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏମିତି କରାଯାଇଥିବା ଅଭିଯୋଗ କରିଛି ଭାଜପା। ତେବେ ଏହି ଘଟଣା ଜିଲାରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri