ଝାରସୁଗୁଡ଼ା ଡିଭିଜନର ୪ ସେକ୍ଟରରେ ପକ୍ଷୀ ଗଣନା

ଝାରସୁଗୁଡ଼ା ଅଫିସ,୧୦।୧: ପ୍ରତିବର୍ଷ ଶୀତଋତୁରେ ହୀରାକୁଦ ଜଳଭଣ୍ଡାରକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି। ବନ୍ୟପ୍ରାଣୀ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଏହାର ଗଣନା କରାଯାଇଥାଏ। ଚଳିତବର୍ଷ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫରୁ ଏହି ଗଣନା କରାଯାଇଛି। ୧୫ସେକ୍ଟରରେ ବିଭକ୍ତ କରାଯାଇ ପ୍ରତି ସେକ୍ଟରରେ ୨ବିଶେଷଜ୍ଞ ଦଳ ନିୟୋଜିତ ହୋଇଥିଲେ। ଏଥିରେ ସମୁଦାୟ ୩୮ଗୋଟି ଡଙ୍ଗା ନିୟୋଜିତ ହୋଇଥିବାବେଳେ ୬୦ରୁ ଊର୍ଦ୍ଧ୍ୱ ଗଣନାକାରୀ ସାମିଲ ହୋଇଥିଲେ। ଝାରସୁଗୁଡା ଫରେଷ୍ଟ ଡିଭିଜନ ଅଧୀନରେ ୪ ସେକ୍ଟର ରହିଥିଲା। ହୀରାକୁଦ ଜଳଭଣ୍ଡାରର ଝରାପଡା ଅଞ୍ଚଳକୁ ୭ନଂ ସେକ୍ଟର, ବୃହତ୍‌ ଅଞ୍ଚଳ ରମ୍ପାଲୁଗାର ୮ନଂ ଓ ୯ନଂ ସେକ୍ଟର, ତିଲିଆ ଗୁଜାପାହାଡ ୧୦ନଂ ସେକ୍ଟର ହିସାବରେ ନିଆଯାଇଥିଲା। ସକାଳ ସାଢେ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହା ଚାଲିଥିଲା। ଡିଏଫ୍‌ଓ ଲଳିତ ପାତ୍ରଙ୍କ ତତ୍ତ୍ୱାବଧାନରେ ଗଣନା ହୋଇଥିବାବେଳେ ଏସିଏଫ୍‌ ସସ୍ମିତା ସାହୁ, ଏସିଏଫ୍‌(ଏଏଫ୍‌ଏସ୍‌) ଅଶୋକ ମନୁଭଟ୍ଟ, ରେଞ୍ଜର ସୁବାସ ମହାପାତ୍ର ଏହାର ତଦାରଖ କରିଥିଲେ। ୭ନଂ ସେକ୍ଟରରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ଚିତ୍ରସେନ ସେଠୀ, ସିଦ୍ଧାର୍ଥ ସାହୁ, ଫରେଷ୍ଟର ପ୍ରଶାନ୍ତ କୁମାର ବାଗ୍‌, ସୁନିଲ କୁମାର ନାୟକ, ୮ନଂ ସେକ୍ଟରରେ ବିଶେଷଜ୍ଞ ଶୁଭମ ରାଉତ, ଗୌରବ ପତି, ଫରେଷ୍ଟର ଗୌରାଙ୍ଗ ସାହୁ, ଫରେଷ୍ଟଗାର୍ଡ ସୁରେଶ କୁମାର ତରେଇ, ଜେଏନ୍‌ ଖୁଣ୍ଟିଆ ପ୍ରମୁଖ ରହିଥିଲେ। ରମ୍ପାଲୁଗା ୯ନଂ ସେକ୍ଟରରେ ଡ. ପ୍ରକାଶ ଚନ୍ଦ୍ର ଜେନା, ଇଞ୍ଜିନିୟର ସଞ୍ଜୀବ କୁମାର ପରିଜା, ଫରେଷ୍ଟର ପ୍ରଦୀପ କୁମାର ନାୟକ, ବିକ୍ରମାଦିତ୍ୟ ବେହେରା ଓ ୧୦ନଂ ସେକ୍ଟରରେ ବିଶେଷଜ୍ଞ ଆଶିଷ କୁମାର ଶୁକ୍ଳା, ଫରେଷ୍ଟର ଅରକ୍ଷିତ ପ୍ରଧାନ, ଫରେଷ୍ଟଗାର୍ଡ କାଜଳ ଶର୍ମା, ମନୋଜ ଗଣ୍ଡ ପ୍ରମୁଖ ସାମିଲ ହୋଇଥିଲେ। ଏହାର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri