ଝାରସୁଗୁଡ଼ା ଡିଭିଜନର ୪ ସେକ୍ଟରରେ ପକ୍ଷୀ ଗଣନା

ଝାରସୁଗୁଡ଼ା ଅଫିସ,୧୦।୧: ପ୍ରତିବର୍ଷ ଶୀତଋତୁରେ ହୀରାକୁଦ ଜଳଭଣ୍ଡାରକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି। ବନ୍ୟପ୍ରାଣୀ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଏହାର ଗଣନା କରାଯାଇଥାଏ। ଚଳିତବର୍ଷ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫରୁ ଏହି ଗଣନା କରାଯାଇଛି। ୧୫ସେକ୍ଟରରେ ବିଭକ୍ତ କରାଯାଇ ପ୍ରତି ସେକ୍ଟରରେ ୨ବିଶେଷଜ୍ଞ ଦଳ ନିୟୋଜିତ ହୋଇଥିଲେ। ଏଥିରେ ସମୁଦାୟ ୩୮ଗୋଟି ଡଙ୍ଗା ନିୟୋଜିତ ହୋଇଥିବାବେଳେ ୬୦ରୁ ଊର୍ଦ୍ଧ୍ୱ ଗଣନାକାରୀ ସାମିଲ ହୋଇଥିଲେ। ଝାରସୁଗୁଡା ଫରେଷ୍ଟ ଡିଭିଜନ ଅଧୀନରେ ୪ ସେକ୍ଟର ରହିଥିଲା। ହୀରାକୁଦ ଜଳଭଣ୍ଡାରର ଝରାପଡା ଅଞ୍ଚଳକୁ ୭ନଂ ସେକ୍ଟର, ବୃହତ୍‌ ଅଞ୍ଚଳ ରମ୍ପାଲୁଗାର ୮ନଂ ଓ ୯ନଂ ସେକ୍ଟର, ତିଲିଆ ଗୁଜାପାହାଡ ୧୦ନଂ ସେକ୍ଟର ହିସାବରେ ନିଆଯାଇଥିଲା। ସକାଳ ସାଢେ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହା ଚାଲିଥିଲା। ଡିଏଫ୍‌ଓ ଲଳିତ ପାତ୍ରଙ୍କ ତତ୍ତ୍ୱାବଧାନରେ ଗଣନା ହୋଇଥିବାବେଳେ ଏସିଏଫ୍‌ ସସ୍ମିତା ସାହୁ, ଏସିଏଫ୍‌(ଏଏଫ୍‌ଏସ୍‌) ଅଶୋକ ମନୁଭଟ୍ଟ, ରେଞ୍ଜର ସୁବାସ ମହାପାତ୍ର ଏହାର ତଦାରଖ କରିଥିଲେ। ୭ନଂ ସେକ୍ଟରରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ଚିତ୍ରସେନ ସେଠୀ, ସିଦ୍ଧାର୍ଥ ସାହୁ, ଫରେଷ୍ଟର ପ୍ରଶାନ୍ତ କୁମାର ବାଗ୍‌, ସୁନିଲ କୁମାର ନାୟକ, ୮ନଂ ସେକ୍ଟରରେ ବିଶେଷଜ୍ଞ ଶୁଭମ ରାଉତ, ଗୌରବ ପତି, ଫରେଷ୍ଟର ଗୌରାଙ୍ଗ ସାହୁ, ଫରେଷ୍ଟଗାର୍ଡ ସୁରେଶ କୁମାର ତରେଇ, ଜେଏନ୍‌ ଖୁଣ୍ଟିଆ ପ୍ରମୁଖ ରହିଥିଲେ। ରମ୍ପାଲୁଗା ୯ନଂ ସେକ୍ଟରରେ ଡ. ପ୍ରକାଶ ଚନ୍ଦ୍ର ଜେନା, ଇଞ୍ଜିନିୟର ସଞ୍ଜୀବ କୁମାର ପରିଜା, ଫରେଷ୍ଟର ପ୍ରଦୀପ କୁମାର ନାୟକ, ବିକ୍ରମାଦିତ୍ୟ ବେହେରା ଓ ୧୦ନଂ ସେକ୍ଟରରେ ବିଶେଷଜ୍ଞ ଆଶିଷ କୁମାର ଶୁକ୍ଳା, ଫରେଷ୍ଟର ଅରକ୍ଷିତ ପ୍ରଧାନ, ଫରେଷ୍ଟଗାର୍ଡ କାଜଳ ଶର୍ମା, ମନୋଜ ଗଣ୍ଡ ପ୍ରମୁଖ ସାମିଲ ହୋଇଥିଲେ। ଏହାର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri