ଭାଜପା ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବାଇକ୍‌ରେ ଉଠାଇନେଇ ସାଙ୍ଘାତିକ ମାଡ଼

ଗଞ୍ଜାମ,୨୯।୧(ଡି.ଏନ୍‌.ଏ.): ଆଉ ମାତ୍ର କେଇଟା ଦିନପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନ ପୂର୍ବରୁ ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ରମ୍ଭା ଅଞ୍ଚଳରେ ରାଜନୈତିକ ହିଂସା ଘଟିଥିବା ଜଣାପଡିଛି। ଜଣେ ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ସାଙ୍ଘାତିକ ମାଡ଼ ମରାଯାଇଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସରପଞ୍ଚଙ୍କ ଜଣେ ସମର୍ଥକ ନିର୍ବାଚନ ପ୍ରଚାର କରୁଥିବା ବେଳେ ରମ୍ଭା ଅଞ୍ଚଳର କିଛି ବ୍ୟକ୍ତି ତାଙ୍କୁ ବାଇକ୍‌ରେ ଉଠାଇନେଇ ମାଡ଼ ମାରିଥିଲେ। ଏ ନେଇ ଥାନାରେ ମାମଲା ହୋଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି । କେଉଁ ଦଳର ବ୍ୟକ୍ତି ଏଥିରେ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି।