ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ବଢୁଛି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୩୫ ନମ୍ବର ଓ୍ବାର୍ଡରୁ ବିଜେଡି ଟିକେଟରୁ ବଞ୍ଚତ୍ତ ହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୁମିତା ସିଟ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସୁମିତା ହେଉଛନ୍ତି ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍‌ଙ୍କ ସ୍ତ୍ରୀ।
୩୫ ନମ୍ବର ଓ୍ବାର୍ଡ ମୋଟ ୧୦,୯୦୦ ଭୋଟର୍‌ଙ୍କୁ ନେଇ ଗଠିତ। ଏହି ଆସନ ଲାଗି ମୋଟ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିରୁ ରଞ୍ଜୁଲତା ରାୟ, ଭାଜପାରୁ ଅଞ୍ଜନା ପାତ୍ର,୨ ଜଣ ସ୍ବାଧୀନ ପ୍ରାର୍ଥୀ ସୁମିତା ଏବଂ ରଶ୍ମିତା ସାହୁ ନିଜ ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା ଆରମ୍ଭ କରିଦେଇଛନ୍ତି। ଏହି ଓ୍ବାର୍ଡରେ ମୋଟ ୭ଟି ବସ୍ତି ରହିଛି। ଏହି ବସ୍ତିଗୁଡ଼ିକରେ ଦେବାଶିଷଙ୍କ ଗ୍ରହଣୀୟତା ରହିଛି। ଦେବାଶିଷ ୨୦୧୪ ବିଏମ୍‌ସି ନିର୍ବାଚନରେ ୨୬୦୦ରୁ ଅଧିକ ଭୋଟ୍‌ରେ ଜିତି ୩୫ ନମ୍ବର ଓ୍ବାର୍ଡର କର୍ପୋରେଟର ହୋଇଥିଲେ। ୨୦୧୯ ଜାନୁୟାରୀରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲେ ମଧ୍ୟ ୨୦୨୨ ପର୍ଯ୍ୟନ୍ତ ପୌର ଭୋଟ୍‌ ନ ହେବା କାରଣରୁ ତାଙ୍କ ନେତୃତ୍ୱରେ ଶାସକ ଦଳର ସବୁ କାର୍ଯ୍ୟ ଏହି ଆସନରେ ହେଉଥିଲା। ହେଲେ ଚଳିତଥର ଏହି ଓ୍ବାର୍ଡଟି ମହିଳା ଏସ୍‌ସିଙ୍କ ପାଇଁ ସଂରକ୍ଷଣ ହୋଇଯିବା ପରେ ଏହାର ପାଖ ଆସନ ୩୬ ନମ୍ବର ଓ୍ବାର୍ଡରୁ ଦେବାଶିଷ ନିର୍ବାଚନ ଲଢିବେ ବୋଲି ତାଙ୍କୁ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଏହି ଆସନରୁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ବିଧାୟକ ଅନନ୍ତ ଯୋଜନା କରିଥିଲେ। ତେଣୁ ଦେବାଶିଷ ତାଙ୍କ ସ୍ତ୍ରୀ ସୁମିତାଙ୍କୁ ୩୫ ନଂ. ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା କରାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଦେବାଶିଷ ଦଳର ଅନ୍ୟ କେତେଜଣ ରାଜ୍ୟସ୍ତରୀୟ ନେତାଙ୍କ ସହ ଭଲ ସମ୍ପର୍କ ରଖିଥିବା କାରଣରୁ ତାଙ୍କ ଟିକେଟ କାଟିବାକୁ ବିଧାୟକ ଚିନ୍ତା କରିଥିବା ଦଳୀୟ ମହଲରେ ଆଲୋଚନା ଜୋର୍‌ ଧରିଛି। ଦେବାଶିଷ ଓ ତାଙ୍କ ସ୍ତ୍ରୀ ବସ୍ତିର ଲୋକଙ୍କ ପାଖକୁ ଯାଇ ଦଳ ତାଙ୍କ ସହ କରିଥିବା ଅନ୍ୟାୟ ବିଷୟରେ କହି ଭୋଟ୍‌ ଭିକ୍ଷା କରୁଛନ୍ତି। ସେପଟେ ବସ୍ତିର ଜଣେ ଭୋଟର୍‌ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଶାସକ ଦଳ ସପକ୍ଷରେ ଭୋଟ ନ ଦେଲେ ବସ୍ତି ଉଚ୍ଛେଦ ପାଇଁ ତାଙ୍କ ଉପରେ ଚାପ ପକାଯାଉଛି। ଏନେଇ ସ୍ବାଧୀନ ପ୍ରାର୍ଥୀ ସୁମିତା ସିଟ୍‌ କହିଛନ୍ତି, ତାଙ୍କ ସ୍ବାମୀ ଲୋକଙ୍କ ସାଙ୍ଗରେ ଦୀର୍ଘଦିନ ଧରି ଥିବାରୁ ଲୋକମାନେ ନିଶ୍ଚିତ ତାଙ୍କୁ ଭୋଟ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri