ହାତୀ ମୃତ୍ୟୁ ଘଟଣା: ଠିକାସଂସ୍ଥାର ସୁପରଭାଇଜର ନିଲମ୍ବିତ

କେନ୍ଦୁଝର,୩୧ା୮(ସ୍ବ.ପ୍ର.): କେନ୍ଦୁଝରର ଜୁଡ଼ିଆ ଘାଟି ନିକଟରେ ଥିବା ଓୟୁଏଟି ପରିସରରେ ଗତ ୨୫ ତାରିଖରେ ବିଦ୍ୟୁତ୍‌ ଆଘାତରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଟାଟା ପାଓ୍ବାର (ବିଦ୍ୟୁତ୍‌ ବିଭାଗ) ପକ୍ଷରୁ ରକ୍ଷଣାବେକ୍ଷଣ କରୁଥିବା ଠିକାସଂସ୍ଥା ଜି.ଭି.ଇଲେକ୍ଟ୍ରିକାଲର ସୁପରଭାଇଜରଙ୍କୁ ନିଲମ୍ବନ କରାଯାଇଛି। ଠିକ୍‌ ଭାବରେ ବିଦ୍ୟୁତ୍‌ ତାରର ନିରୀକ୍ଷଣ କରି ନ ଥିବାରୁ ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିବା ତାଙ୍କୁ ଦାୟୀ କରି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ତେବେ ଓୟୁଏଟି ପରିସରରେ ଦୀର୍ଘ ବର୍ଷ ହେଲା ହାତୀମାନଙ୍କ ଚଳପ୍ରଚଳ ରହୁଥିଲେ ହେଁ ବିଦ୍ୟୁତ ତାରରେ ଲାଗିଥିବା ଗଛଲତା ସଫା କରା ନ ଯିବା, ବିଦ୍ୟୁତ ବିଚ୍ଛେଦ ହେବା ପାଇଁ ବ୍ରେକର ବ୍ୟବସ୍ଥା ଲଗା ନ ଯିବା ଆଦିର ସମୀକ୍ଷା କରିଥିଲେ ଏଭଳି ଅଘଟଣ ଘଟି ନ ଥାନ୍ତା ବୋଲି ମତ ପ୍ରକାଶ ପାଉଛି। ବିଦ୍ୟୁତ୍‌ ଓ ବନ ବିଭାଗ ମଧ୍ୟରେ ନିୟମିତ ସମନ୍ବୟ ବୈଠକ ବସୁଥିଲେ ହେଁ ଏହାକୁ ନେଇ ଆଲୋଚନା କାହିଁକି ହୋଇନାହିଁ ଏବଂ ସେଥିପାଇଁ କିଏ ଦାୟୀ ତାହା ତଦନ୍ତସାପେକ୍ଷ।  ବନ ବିଭାଗ ହାତୀ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିଥିଲେ ହେଁ ଖିଲାପୀଙ୍କ ବିରୋଧରେ ମାମଲା ରୁଜୁ କରିବାରେ ବିଳମ୍ବ କରୁଥିବାରୁ ସନ୍ଦେହ ଉପୁଜିଛି। ସେହିପରି ଘଟଣା ଦିନ ବିଦ୍ୟୁତ ବିଭାଗକୁ ନିୟମାନୁଯାୟୀ ହାତୀମାନଙ୍କ ଓୟୁଏଟି କ୍ୟାମ୍ପସମୁହାଁ ସୂଚନା ଜଣାଯାଇ ନ ଥିଲା। ଏଣୁ ତଦନ୍ତ ସଠିକ୍‌ ଭାବରେ ନ କରି ବରିଷ୍ଠ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ଉଭୟ ବିଭାଗ ଏଭଳି ସମ୍ବେଦନଶୀଳ ଘଟଣାକୁ ଦିଗହରା କରିବାକୁ ଉଦ୍ୟମ କରୁଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri